ପାଣି ପାଇଁ ଅଣ୍ଟା ଭିଡ଼ିଲେ ମହିଳା: ଏମିତି କଲେ ସମସ୍ୟାର ସମାଧାନ

କଥାରେ ଅଛି ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଥିଲେ କଠିନରୁ କଠିନ କାମ ସହଜ ହୋଇଯାଇଥାଏ। ଏପରି ଏକ କାମ କରି ଦେଖାଇଛନ୍ତି ଭାରତର କିଛି ମହିଳା। ଯାହା ନାରୀଶକ୍ତିକୁ ପ୍ରତିପାଦିତ କରୁଛି। ଏହା ହେଉଛି କେରଳର ପଲକ୍କଡ ଗାଁର କାହାଣୀ। ଗାଁରେ ପାଣି ସମସ୍ୟା ବହୁତ। ପିଇବାକୁ ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହୋଇଥାନ୍ତି। ଏପରି ସମସ୍ୟାରେ ପ୍ରତିଦିନ ଦହଗଞ୍ଜ ହେଉଥିବା ମହିଳାମାନେ ନିଜ ଉଦ୍ୟମରେ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲେ। ୩୫ରୁ […]

women

women

Rakesh Mallick
  • Published: Monday, 10 July 2017
  • Updated: 10 July 2017, 01:38 PM IST

Sports

Latest News

କଥାରେ ଅଛି ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଥିଲେ କଠିନରୁ କଠିନ କାମ ସହଜ ହୋଇଯାଇଥାଏ। ଏପରି ଏକ କାମ କରି ଦେଖାଇଛନ୍ତି ଭାରତର କିଛି ମହିଳା। ଯାହା ନାରୀଶକ୍ତିକୁ ପ୍ରତିପାଦିତ କରୁଛି।

ଏହା ହେଉଛି କେରଳର ପଲକ୍କଡ ଗାଁର କାହାଣୀ। ଗାଁରେ ପାଣି ସମସ୍ୟା ବହୁତ। ପିଇବାକୁ ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହୋଇଥାନ୍ତି। ଏପରି ସମସ୍ୟାରେ ପ୍ରତିଦିନ ଦହଗଞ୍ଜ ହେଉଥିବା ମହିଳାମାନେ ନିଜ ଉଦ୍ୟମରେ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲେ। ୩୫ରୁ ୭୦ ବର୍ଷ ପର୍ଯ୍ୟନ୍ତ ଗାଁର ୩୦୦ ମହିଳା ଏକାଠି ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ମିଶନ କୂଅ ଖୋଳା ଅଭିଯାନ।

ଜାଣିଲେ ଆଶ୍ଚର୍ଯ୍ୟ ହେବ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୯୦ଟି କୂଅ ଖୋଲିଛନ୍ତି ଏହି ମହିଳାମାନେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପରିଣତ ବୟସରେ ବାଉଁଶ ସିଡିରେ ଗାଢ଼ ଭିତରକୁ ଯାଇ ବିନା ମେସିନର ସାହାଯ୍ୟରେ ୧୦ରୁ ୧୨ ମିଟର ଗଭୀରର ଏହି କୂଅ ଖୋଳି ଏମାନେ ସୃଷ୍ଟି କରିଛନ୍ତି ଉଦାହରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos