ମୂଲ ଲାଗି ଡାକ୍ତରଖାନା ଗଢ଼ିଛନ୍ତି ମହିଳା, ଏଠାରେ ମାଗଣାରେ ହୁଏ ରୋଗୀଙ୍କ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅସାଧାରଣ କାର୍ଯ୍ୟ କରିଛନ୍ତି ଜଣେ ସାଧାରଣ ମହିଳା। ଦୀର୍ଘ ୪୦ ବର୍ଷ ଧରି ଜଣେ ବିଧବା ମହିଳାଙ୍କ ଜୀବନ ସଂଘର୍ଷ ଓ ନିଷ୍ଠାପର ଉଦ୍ୟମ ଯୋଗୁ ଗଢ଼ି ଉଠିଛି ଏକ ହସ୍‌ପିଟାଲ୍‌। ସେ ଏମିତି ଏକ ହସ୍‌ପିଟାଲ୍‌, ଯେଉଁଠି ରୋଗୀଙ୍କୁ ମାଗଣାରେ ଚିକିତ୍ସା ମିଳିଥାଏ। ଆଉ ଏହି ମାଗଣା ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ସେହି ମହିୟସୀ କେବେ ଶ୍ରମିକ ଭାବେ ମୂଲ ଖଟିଛନ୍ତି ତ ଆଉ କେବେ ଫୁଟ୍‌ପାଥ୍‌ରେ ତାଙ୍କୁ ପରିବା ବି ବିକିବାକୁ ପଡ଼ିଛି। […]

cvr

cvr

Biswobandita Swain
  • Published: Tuesday, 16 October 2018
  • Updated: 16 October 2018, 10:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅସାଧାରଣ କାର୍ଯ୍ୟ କରିଛନ୍ତି ଜଣେ ସାଧାରଣ ମହିଳା। ଦୀର୍ଘ ୪୦ ବର୍ଷ ଧରି ଜଣେ ବିଧବା ମହିଳାଙ୍କ ଜୀବନ ସଂଘର୍ଷ ଓ ନିଷ୍ଠାପର ଉଦ୍ୟମ ଯୋଗୁ ଗଢ଼ି ଉଠିଛି ଏକ ହସ୍‌ପିଟାଲ୍‌। ସେ ଏମିତି ଏକ ହସ୍‌ପିଟାଲ୍‌, ଯେଉଁଠି ରୋଗୀଙ୍କୁ ମାଗଣାରେ ଚିକିତ୍ସା ମିଳିଥାଏ। ଆଉ ଏହି ମାଗଣା ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ସେହି ମହିୟସୀ କେବେ ଶ୍ରମିକ ଭାବେ ମୂଲ ଖଟିଛନ୍ତି ତ ଆଉ କେବେ ଫୁଟ୍‌ପାଥ୍‌ରେ ତାଙ୍କୁ ପରିବା ବି ବିକିବାକୁ ପଡ଼ିଛି। ଆସନ୍ତୁ ଜାଣିବା, କୋଲକାତାର ସେହି ମହିଳା ସୁଭାଷିନୀ ମିସ୍ତ୍ରୀଙ୍କ ଏପରି ମାଗଣା ହସ୍‌ପିଟାଲ୍‌ ପ୍ରତିଷ୍ଠା କରିବା ପଛର ଉଦ୍ଦେଶ୍ୟ ଓ ନିଷ୍ଠା।

ଏବେ ୭୧ବର୍ଷରେ ପାଦ ଥାପିଥିବା ସୁଭାଷିନୀ ମିସ୍ତ୍ରୀ ପ୍ରାୟ ୪୮ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇଥିଲେ। ସୁଭାଷିନୀଙ୍କ ସ୍ୱାମୀ ସାଧନ ଚନ୍ଦ୍ର ମିସ୍ତ୍ରୀ ଥିଲେ ଜଣେ ଚାଷୀ। ଦିନେ ନିଜ ବିଲରେ କାମ କରୁଥିବାବେଳେ ସାଧନ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ସୁଭାଷିନୀ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କ ସ୍ୱାମୀଙ୍କୁ ଆଡ଼ ଆଖିରେ ମଧ୍ୟ ଚାହିଁ ନଥିଲେ। କାରଣ ସେତେବେଳେ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା। ବିଡମ୍ବନାର କଥା ହେଉଛି, ଚିକିତ୍ସା ଅଭାବରୁ ହିଁ ସାଧନଙ୍କର ମୃତ୍ୟୁ ଘଟିଥିଲା।

ସ୍ୱାମୀ ଛାଡ଼ି ଚାଲିଯିବା ବେଳକୁ ସୁଭାଷିନୀଙ୍କୁ ମାତ୍ର ୨୩ବର୍ଷ ହୋଇଥିଲା। ତାଙ୍କ କହିବା ଅନୁଯାୟୀ, “ଯେତେବେଳେ ମୋ ସ୍ୱାମୀଙ୍କର ଦେହାନ୍ତ ହେଲା, ମୁଁ ସ୍ତବ୍ଧ ହୋଇ ଯାଇଥିଲି। ମୁଁ ଆଉ ବଞ୍ଚି ରହିବାକୁ ଚାହୁଁ ନଥିଲି। କିନ୍ତୁ ମୋତେ ଆଉ ୪ଟି ଭୋକିଲା ପେଟ(ନିଜର ୪ ସନ୍ତାନ)ଙ୍କୁ ଖାଦ୍ୟ ଦେବାର ଥିଲା। ମୁଁ ପାଠ ପଢ଼ି ନଥିଲି। ଅନ୍ୟ କିଛି ରାସ୍ତା ନମିଳିବାରୁ ଶେଷରେ ମୁଁ ଜଣଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରିବା ଆରମ୍ଭ କଲି। ଏହାସହ ମୁଁ ମହିଳା ଶ୍ରମିକ ରୂପେ ମଧ୍ୟ କାମ କରିଛି। ପରେ ରାସ୍ତାରେ ପରିବା ମଧ୍ୟ ବିକିବା ଆରମ୍ଭ କରିଦେଲି।”
ଏସବୁ ସତ୍ତ୍ୱେ ଅର୍ଥ ଅଭାବ ଯୋଗୁ ତାଙ୍କ ୪ଟି ସନ୍ତାନ ମଧ୍ୟରୁ ଦୁଇ ଜଣଙ୍କୁ ସୁଭାଷିନୀ ଅନାଥ ଆଶ୍ରମରେ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ତେବେ ଯେଉଁ କାରଣରୁ ନିଜ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା, ସେହି କାରଣ ଯୋଗୁ ଅନ୍ୟ ଗରିବ ଓ ଅସହାୟମାନେ ମୃତ୍ୟୁ ମୁଖରେ ନପଡ଼ନ୍ତୁ ବୋଲି ଚିନ୍ତା କରି ଏକ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସୁଭାଷିନୀ ସ୍ପପ୍ନ ଦେଖିଲେ। ଆଉ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଟଙ୍କା ସଞ୍ଚୟ କରିବା ଆରମ୍ଭ କଲେ।

ନିଜ ରୋଜଗାରରୁ ଟଙ୍କା ସଞ୍ଚୟ କରି ସୁଭାଷିନୀ ୧୯୯୩ରେ ପ୍ରଥମେ ଏକ କ୍ଲିନିକ୍‌ ଖୋଲିଥିଲେ। ଧୀରେ ଧୀରେ ସେ କ୍ଲିନିକ୍‌ ବଢ଼ିଲା ଏବଂ ୧୯୯୬ରେ କୋଲକାତାର ହନ୍ସପୁକାରରେ ସେ ‘ହ୍ୟୁମାନିଟି ହସ୍ପିଟାଲ୍‌’ର ପ୍ରତିଷ୍ଠା କଲେ। ଏହାର ଉଦ୍‌ଘାଟନ ତତ୍କାଳୀନ ରାଜ୍ୟପାଳ ଭି. ରଘୁନାଥ ରେଡ୍ଡି କରିଥିଲେ।

ଏବେ ସୁଭାଷିନୀଙ୍କ ଇଚ୍ଛା  ତାଙ୍କ ବଂଶଧରଙ୍କ ମଧ୍ୟରୁ କେହି ଜଣେ ଡାକ୍ତର ହୁଅନ୍ତୁ ଏବଂ ସେହି ହସ୍ପିଟାଲ୍‌ରେ ରୋଗୀ ସେବା କରନ୍ତୁ। ଏବେ ଏହି ହସ୍ପିଟାଲ୍‌ରେ ୧୨ଜଣ ସିନିଅର୍‌ ଡକ୍ଟର ଅଛନ୍ତି।

ସୁଭାଷିନୀଙ୍କ ଏହି ସଂଘର୍ଷଭରା ଓ ନିଷ୍ଠାପର ସେବା ମନୋଭାବ ଯୋଗୁ ଚଳିତ ବର୍ଷ ତାଙ୍କୁ ଦେଶର ମର୍ଯ୍ୟାଦାଜନକ ‘ପଦ୍ମଶ୍ରୀ’ ସମ୍ମାନ ମିଳିଛି।

ସୁଭାଷିନୀଙ୍କ ଜୀବନ ସଂଘର୍ଷ ଓ ସଫଳତାକୁ ନେଇ ଏକ ଫିଲ୍ମ ମଧ୍ୟ ନିର୍ମାଣ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story