ନିର୍ବାଚନୀ ଖର୍ଚ୍ଚ ସୀମା: ମେୟର ପ୍ରାର୍ଥୀଙ୍କ ୧୨ଲକ୍ଷ, କର୍ପୋରେଟରଙ୍କ ୨ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହାସହିତ ନିର୍ବାଚନ କମିଶନର ରାଜ୍ୟରେ ପୌର ନିର୍ବାଚନରେ କର୍ପୋରେଟର, କାଉନସିଲର, ଅଧ୍ୟକ୍ଷ ଓ ମେୟର ପଦବୀ ନିର୍ବାଚନ ପାଇଁ ସଂଶୋଧିତ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି। ମେୟର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୧୨ଲକ୍ଷ ଟଙ୍କା ଓ କର୍ପୋରେଟର ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧିକ ୨ଲକ୍ଷ ଟଙ୍କାର ନିର୍ବାଚନୀ ଖର୍ଚ୍ଚସୀମା ଧାର୍ଯ୍ୟ ହୋଇଛି। ରାଜ୍ୟ […]

panchayat-election

panchayat-election

Ordigital Desk
  • Published: Monday, 07 February 2022
  • Updated: 07 February 2022, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହାସହିତ ନିର୍ବାଚନ କମିଶନର ରାଜ୍ୟରେ ପୌର ନିର୍ବାଚନରେ କର୍ପୋରେଟର, କାଉନସିଲର, ଅଧ୍ୟକ୍ଷ ଓ ମେୟର ପଦବୀ ନିର୍ବାଚନ ପାଇଁ ସଂଶୋଧିତ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି। ମେୟର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୧୨ଲକ୍ଷ ଟଙ୍କା ଓ କର୍ପୋରେଟର ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧିକ ୨ଲକ୍ଷ ଟଙ୍କାର ନିର୍ବାଚନୀ ଖର୍ଚ୍ଚସୀମା ଧାର୍ଯ୍ୟ ହୋଇଛି।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ର ଧାରା ୧୭-କ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ର ଧାରା ୮୨ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ନିର୍ବାଚନ କମିଶନ ସଂଶୋଧିତ ନିର୍ବାଚନୀ ଖର୍ଚ୍ଚସୀମା ଧାର୍ଯ୍ୟ କରିଛନ୍ତି।

ବିଜ୍ଞପ୍ତି ଅନୁସାରେ ୫୦ହଜାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସପାଲଟି ଓ ଏନଏଏସିରେ କାଉନସିଲର ପଦବୀରେ ଲଢ଼ୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ଭାବେ ସର୍ବାଧିକ ୫୦ହଜାର ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ୫୦ହଜାରରୁ ୧ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସପାଲଟିର କାଉନସିଲର ପ୍ରାର୍ଥୀ ସର୍ବାଧିକ ୭୫ହଜାର ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୩ଲକ୍ଷ ଟଙ୍କାର ନିର୍ବାଚନରେ ଖର୍ଚ୍ଚ କରିପାରିବେ। ଏହାବ୍ୟତୀତ ଯେଉଁ ମ୍ୟୁନିସପାଲଟିରେ ୧ଲକ୍ଷରୁ ଅଧିକ ଲୋକ ରହୁଥିବେ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲର ପ୍ରାର୍ଥୀ ସର୍ବାଧିକ ୧ଲକ୍ଷ ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ।

ସେହିପରି ମହାନଗର ନିଗମଗୁଡ଼ିକରେ କର୍ପୋରେଟ ପଦବୀ ପାଇଁ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଓ ମେୟର ପ୍ରାର୍ଥୀ ଅତିବେଶୀରେ ୧୨ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନର ଠିକ୍ ପରେ ପୌର ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୦ତାରିଖରେ ସର୍ବଦଳୀୟ ବୈଠକ ଡାକିଥିବାବେଳେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ମଧ୍ୟ ଚଳିତମାସ ୨୦ତାରିଖ ସୁଦ୍ଧା ଶେଷ ହେବ। ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗରର ମେୟର ପଦବୀକୁ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ମେୟର ଆସନକୁ ଅଣସଂରକ୍ଷିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos