ରକ୍ତମୁଖା ସାଜିଛି ବିଜେଡି, ଦେଉଛି ହତ୍ୟା ଧମକ: ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରୁ ବିଜେପି ପ୍ରାର୍ଥୀଙ୍କୁ ଓହରି ଯିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା ଧମକ ଦେବା ସହ ବିଜେଡି ରକ୍ତମୁଖା ସାଜି ପ୍ରତିହିଂସାମୂଳକ ଆକ୍ରମଣ ଆରମ୍ଭ କରିଦେଇଛିି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ପ୍ରତିନିଧି ଦଳ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଅଭିଯୋଗ କରି ତୁରନ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଏହାସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ […]

lekhashree

lekhashree

Ordigital Desk
  • Published: Tuesday, 25 January 2022
  • Updated: 25 January 2022, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରୁ ବିଜେପି ପ୍ରାର୍ଥୀଙ୍କୁ ଓହରି ଯିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା ଧମକ ଦେବା ସହ ବିଜେଡି ରକ୍ତମୁଖା ସାଜି ପ୍ରତିହିଂସାମୂଳକ ଆକ୍ରମଣ ଆରମ୍ଭ କରିଦେଇଛିି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ପ୍ରତିନିଧି ଦଳ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଅଭିଯୋଗ କରି ତୁରନ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଏହାସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିଛି। ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ପଂଚାୟତ ନିର୍ବାଚନ ଆରମ୍ଭ ହେବା ଆଗରୁ ଶାସକ ବିଜେଡି ରକ୍ତମୁଖା ସାଜିବିରାଧୀଙ୍କ ପ୍ରତିହିଂସାତ୍ମକ ଆକ୍ରମଣ ଆରମ୍ଭ କରିଦେଇଛନ୍ତିି । ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ପ୍ରାର୍ଥୀମାନେ ଲୋକମାନଙ୍କୁ ପାଖକୁ ଯାଇ ନିର୍ବାଚନ ଲଢୁଥିବାବେଳେ ଶାସକ ବିଜେଡି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ରାଜ୍ୟରେ ଏକ ଅଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରୁଛି।

ବିଜେପି ପ୍ରାର୍ଥୀଙ୍କୁ ରକ୍ତମୁଖା ସାଜିଥିବା ଶାସକ ବିଜେଡିର ଗୁଣ୍ଡାମାନେ ଧମକ, ଭୟଭୀତ ଓ ମରଣାନ୍ତକ ଆକ୍ରମଣ କରି ନିର୍ବାଚନରୁ ଓହରି ଯିବା ପାଇଁବାଧ୍ୟ କରୁଛନ୍ତି । ପଂଚାୟତ ନିର୍ବାଚନ ପ୍ରକ୍ରିୟାର ଆରମ୍ଭରୁ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ବିଜେଡିର ଗୁଣ୍ଡାମାନେ ବିଜେପି କର୍ମକର୍ତ୍ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା ।

ସେହିପରି ସମାନ ଢଙ୍ଗରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଜୋନ ନଂ-୧ର ବିଜେପି ପ୍ରାର୍ଥିନୀ ସବ୍ୟସିନୀ ପ୍ରଧାନ ଓ ମଣ୍ଡଳ ସଭାପତି ପ୍ରଦୀପ ପ୍ରଧାନଙ୍କ ପାକେଲଖୋଲସ୍ଥିତ ତାଙ୍କ ଘରେ ପଶି ଶାସକ ବିଜେଡିର ବିକ୍ରମ ପ୍ରଧାନଙ୍କ ସମେତ ଅନେକ ବିଜେଡିଗୁଣ୍ଡାମାନେ ନାମାଙ୍କନ ପ୍ରତ୍ୟାହାର କରିବାକୁ କହିଥିଲେ। ନାମାଙ୍କନ ପ୍ରତ୍ୟାହାର ନକଲେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଧ୍ୱଂସ କରିବାକୁ ଧମକ ମଧ୍ୟ ଦେଇଛନ୍ତି ।ଏହାକୁ ନେଇ ବିଜେପି ତରଫରୁ ମଣ୍ଡଳ ସଭାପତି ପ୍ରଦୀପ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲା ଲଇକେରା ପୋଲିସ ଷ୍ଟେସନରେ ଗତ ୨୩ ତାରିଖ ଦିନ ଏକ ଏଫଆଇଆର ଦାଖଲ କରିଛନ୍ତିି। ମାତ୍ର ଏବେସୁଦ୍ଧା ପୁଲିସ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଏବଂ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଛନ୍ତିି । ଫଳରେ ଜନସାଧାରଣଙ୍କ ମନ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ଭୟମୁକ୍ତ ଓ ନିରପେକ୍ଷ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରତିନିଧି ଦଳରେ ମହେଶ ମହାନ୍ତିି, ପଂଚାନନ ନାୟକ, ଜୟନ୍ତ ଜେନା ଓ ରଶ୍ମୀରଂଜନ କାନୁନଗୋ ପ୍ରମୁଖସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story