ବର୍ଷକରେ ବିଜେଡିର ରୋଜଗାର ୩୦୭ କୋଟି: ପଂଚାୟତ ଓ ପୌର ନିର୍ବାଚନରେ ଖର୍ଚ୍ଚ ୨୩କୋଟି

ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ନିଜର ସବୁ ରେକର୍ଡକୁ ଭାଙ୍ଗି ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ୩୦୭.୨୮ କୋଟି ଟଙ୍କା ଉପାର୍ଜନ କରିଛି ।

BJD

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Ordigital Desk
  • Published: Saturday, 28 January 2023
  • Updated: 28 January 2023, 10:12 PM IST

Sports

Latest News

ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ନିଜର ସବୁ ରେକର୍ଡକୁ ଭାଙ୍ଗି ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ୩୦୭.୨୮ କୋଟି ଟଙ୍କା ଉପାର୍ଜନ କରିଛି । ଆଉ ସେଥିରୁ ପଂଚାୟତ, ପୌର ଓ ୩ଟି ବିଧାନସଭା ଉପନିର୍ବାଚନ ପାଇଁ ମାତ୍ର ୨୩.୦୪କୋଟି ଟଙ୍କା ବ୍ୟୟ କରିଛି । ୨୦୨୧ ମାର୍ଚ୍ଚ ୩୧ସୁଦ୍ଧା ବିଜେଡି ପାଖରେ ୧୭୧.୪୦କୋଟି ଟଙ୍କା ଥିବାବେଳେ ୨୦୨୨ ମାର୍ଚ୍ଚ ୩୧ବେଳକୁ ତାହା ୨୬୫.୧୩କୋଟି ବୃଦ୍ଧି ପାଇ ମୋଟ ୪୩୬.୫୩ କୋଟି ଟଙ୍କାରେ ପହଂଚିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେଡିକୁ ତିର୍ତ୍ତୋଲ, ବାଲେଶ୍ୱର ଓ ପିପିଲି ବିଧାନସଭା ଉପନିର୍ବାଚନ ସହ ପୌର ଓ ପଂଚାୟତ ନିର୍ବାଚନ ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ପରେ ଦଳ ପାଖରେ ୪୩୬.୫୩କୋଟି ଟଙ୍କା ବଳକା ରହିଛି । ବିଜେଡି ନିର୍ବାଚନ ଖର୍ଚ୍ଚ ସହ ଗତ ଆର୍ଥିକ ବର୍ଷରେ ୧୩.୮୪କୋଟି ଟଙ୍କା ଜମି ଓ ୧.୦୪କୋଟି ଟଙ୍କାର ଗାଡ଼ି କ୍ରୟ କରିଥିବା ଜଣାପଡ଼ିଛି ।

ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ବାର୍ଷିକ ଅଡିଟ୍ ରିପୋର୍ଟ ଅନୁସାରେ, ବିଜେଡିକୁ କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ନିର୍ବାଚନୀ ଚାନ୍ଦା ୨୯୧ କୋଟି ଟଙ୍କା ମିଳିଥିବାବେଳେ ଅନ୍ୟାନ୍ୟ ସୂତ୍ରରୁ ୧୬.୨୭କୋଟି ଟଙ୍କା ଓ ସଦସ୍ୟତା ଚାନ୍ଦା ୧.୬୦ଲକ୍ଷ ଟଙ୍କା ମିଶାଇ ମୋଟ ୩୦୭.୨୮କୋଟି ଟଙ୍କାର ଉପାର୍ଜନ ହୋଇଛି । ଏହି ୩୦୭ କୋଟି ଟଙ୍କାରୁ ଦଳ ନିର୍ବାଚନ ଖର୍ଚ୍ଚ ବାବଦରେ ୨୩.୦୪କୋଟି ଟଙ୍କା, ଦିଲ୍ଲୀ ଓ ଭୁବନେଶ୍ୱର ଅଫିସ କର୍ମଚାରୀଙ୍କ ଦରମା ପାଇଁ ୭୮.୬୨ଲକ୍ଷ ଟଙ୍କା, ସୋସିଆଲ ମିଡିଆରେ ୩.୮୪କୋଟି ଟଙ୍କା ସହ ମୋଟ ୨୮.୬୩କୋଟି ଟଙ୍କା ଖର୍ଚ୍ଚ କରିଛି । ଦଳ ପିପିଲି ଉପନିର୍ବାଚନରେ ମାତ୍ର ପ୍ରାୟ ୫୯ଲକ୍ଷ ଟଙ୍କା ଏବଂ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଉପନିର୍ବାଚନରେ ୧.୦୩କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପଂଚାୟତ ନିର୍ବାଚନରେ ୧୩.୨୬କୋଟି ଟଙ୍କା ଓ ପୌର ନିର୍ବାଚନରେ ୮.୮୮କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ୩ଟି ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ମୋଟ ୪୫ଲକ୍ଷ ଟଙ୍କା ଦେଇଥିବା ବିଜେଡି ଅନ୍ୟ ସମସ୍ତ ଖର୍ଚ୍ଚ (ମୋଟ ୨୩ କୋଟି ଟଙ୍କା) ଦଳର ବିଜ୍ଞାପନ, ପ୍ରଚାରପ୍ରସାର ଓ ର‌୍ୟାଲି ଆଦିରେ ଖର୍ଚ୍ଚ କରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଦଳ ପାଖରେ ନଗଦ ୨୩.୪୭ଲକ୍ଷ ଟଙ୍କା, ବ୍ୟାଙ୍କ ଜମା ଖାତାରେ ୪.୭୨କୋଟି ଟଙ୍କା, ୧୨ମାସରୁ ଅଧିକ ଟର୍ମ ଡିପୋଜିଟରେ ୨୬୫.୫୨କୋଟି ଟଙ୍କା ଏବଂ ୧୨ମାସରୁ କମ୍ ଟର୍ମ ଡିପୋଜିଟରେ ୧୬୬.୦୩କୋଟି ଟଙ୍କା, ସୁଧ ବାବଦରେ ୧୬.୫୬କୋଟି ଟଙ୍କା, ଷ୍ଟକ୍ ମାର୍କେଟରେ ୧.୧୯କୋଟି ଟଙ୍କା ଥିବା ଦର୍ଶାଇଛି । ତେବେ ୨୦୨୧ ମାର୍ଚ୍ଚ ୩୧ସୁଦ୍ଧା ଦଳର ମୋଟ ରାଜସ୍ୱ ୧୯୪.୪୦କୋଟି ଟଙ୍କା ହୋଇଥିବାବେଳେ ୨୦୨୨ ମାର୍ଚ୍ଚ ୩୧ସୁଦ୍ଧା ଏଥିରେ ୨୭୮.୬୫କୋଟି ଟଙ୍କା ବୃଦ୍ଧି ପାଇ ୪୭୩.୦୬କୋଟି ଟଙ୍କାରେ ପହଂଚିଛି । ତେବେ ବିଜେଡି ୨୦୨୧-୨୨ ଆର୍ଥିକ ବର୍ଷରେ ୨୯୧ କୋଟି ଟଙ୍କାର ଯେଉଁ ନିର୍ବାଚନୀ ଚାନ୍ଦା ପାଇଛି ତାହା କାହାଠୁ ପାଇଛି ସେ ନେଇ ଅଡିଟରେ କୌଣସି ଉଲ୍ଲେଖ ନାହିଁ ।

Also Read

ପୌର ନିର୍ବାଚନରେ ବିଜେଡି ୫କୋଟି ଟଙ୍କାର ବିଜ୍ଞାପନ ଓ ଅନ୍ୟାନ୍ୟ ପ୍ରଚାର ବାବଦରେ ୩.୮୮କୋଟି ଟଙ୍କା, ଜିଲ୍ଲା ପରିଷଦ ନିର୍ବାଚନ ବିଜ୍ଞାପନରେ ୧୧.୦୩କୋଟି ଟଙ୍କା, ଅନ୍ୟାନ୍ୟ ପ୍ରଚାରରେ ୧.୭୬କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେଡି ତିର୍ତ୍ତୋଲ, ବାଲେଶ୍ୱର ଓ ପିପିଲି ଉପନିର୍ବାଚନରେ ବିଜ୍ଞାପନ ବାବଦରେ ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଛି । ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ପଂଚାୟତ,ପୌର ଓ ୩ଟି ଉପନିର୍ବାଚନରେ ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ବିଜେଡି କିଭଳି ଏହି ସମସ୍ତ ପରିମାଣକୁ ମାତ୍ର ୨୩.୦୪କୋଟି ଟଙ୍କା ବୋଲି ଦର୍ଶାଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୂଚନାଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେଡିକୁ ୬୭କୋଟି ଟଙ୍କାର ଚାନ୍ଦା ମିଳିଥିବାବେଳେ ଦଳୀୟ ସଦସ୍ୟତା ଫି’ ବାବଦରେ ୧୭.୭୫ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଅର୍ଥ ବାବଦରେ ୬.୧୬କୋଟି ଟଙ୍କା ମିଳିଥିଲା । ୨୦୨୦-୨୧ରେ ଦଳ ୧.୦୩କୋଟି ଟଙ୍କା ନିର୍ବାଚନୀ ଖର୍ଚ୍ଚ, ୪.୯୫କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ସମେତ ମୋଟ ୭.୦୧କୋଟି ଟଙ୍କା ଖର୍ଚ୍ଚ କରିଥିବା ନିଜର ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛି । ତେବେ ଭୁବନେଶ୍ୱରଠାରେ ବ୍ୟୟବହୁଳ ଅତ୍ୟାଧୁନିକ ଅଫିସ୍ ନିର୍ମାଣ କରୁଥିବା ବିଜେଡି ସେ ସମ୍ପର୍କରେ ନିଜର ଅଡିଟ୍ ରିପୋର୍ଟରେ କିଛି ବି ତଥ୍ୟ ଉଳ୍ଲେଖ କରିନଥିବା ଜଣାପଡ଼ିଛି । ବିଜେଡିର ରାଜସ୍ୱ ଯେଭଳି ଢ଼ଙ୍ଗରେ ବଢ଼ିଚାଲିଛି ତାହା ଓଡ଼ିଶା ଭଳି ଗରିବ ରାଜ୍ୟ(ପ୍ରାୟ ୯୭ଲକ୍ଷ ପରିବାର ମାଗଣା ଚାଉଳ ନେଉଛନ୍ତି) ପାଇଁ ଉପହାସ ସଦୃଶ ପାଲଟିଛି ।

ରିପୋର୍ଟ ଭୁବନେଶ୍ୱରରୁ ପ୍ରକାଶ ସେଠୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story