“ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମରିବା ତାହା”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମରିବା ତାହା”। ଆଜି ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିଧାୟକ ଭାଗୀରଥୀ ସେଠୀ। ତେବେ ଏଠି ପ୍ରଶ୍ନ ଉଠୁଛି, ଏମିତି କଣ ହେଲା ଯେ ଶାସକ ଦଳର ଜଣେ ବିଧାୟକଙ୍କୁ ଏପରି କହିବାକୁ ପଡ଼ିଲା? ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ରକୁ ନେଇ ପ୍ରକାଶ ପାଇଲା ଉଦବେଗ। ଶାସକ ଦଳର ବିଧାୟକ ଭାଗିରଥି ସେଠୀ ସ୍ୱାସ୍ଥ୍ୟ ବିଭାଗର ନିଚ୍ଛକ ଚିତ୍ର ପଦାରେ […]

BJD

BJD

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମରିବା ତାହା”। ଆଜି ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିଧାୟକ ଭାଗୀରଥୀ ସେଠୀ। ତେବେ ଏଠି ପ୍ରଶ୍ନ ଉଠୁଛି, ଏମିତି କଣ ହେଲା ଯେ ଶାସକ ଦଳର ଜଣେ ବିଧାୟକଙ୍କୁ ଏପରି କହିବାକୁ ପଡ଼ିଲା?

ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ରକୁ ନେଇ ପ୍ରକାଶ ପାଇଲା ଉଦବେଗ। ଶାସକ ଦଳର ବିଧାୟକ ଭାଗିରଥି ସେଠୀ ସ୍ୱାସ୍ଥ୍ୟ ବିଭାଗର ନିଚ୍ଛକ ଚିତ୍ର ପଦାରେ ପକାଇଛନ୍ତି। ସେ କହିଛନ୍ତି, ଆନନ୍ଦପୁର ଉପଖଣ୍ଡ ମେଡିକାଲ୍‌ର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି କି ଫାର୍ମାସିଷ୍ଟ ନାହାଁନ୍ତି। ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି। ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସଜଡ଼ା ଯାଉ।ଆବଶ୍ୟକୀୟ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ। ମାତ୍ର ଏ ନେଇ ସରକାରୀ ଅଧିକାରୀଙ୍କୁ କହିଲେ ସେମାନେ ଶୁଣୁ ନାହାନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମରିବା ତାହା ବୋଲି କହିଛନ୍ତି ଭାଗୀରଥୀ ସେଠୀ।

https://youtu.be/5iieK7YSiII

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos