ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜନଜାତି ବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ରାଜ୍ୟ ସରକାର ଛଡ଼ାଇ ନେଇଛନ୍ତି । ଆଦିବାସୀଙ୍କୁ କେବଳ ଭୋଟବ୍ୟାଙ୍କ ପଲିଟିକ୍ସ ଭାବେ ରାଜ୍ୟର ବିଜେଡି ସରକାର ଉପଯୋଗ କରୁଛନ୍ତି । ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୁଲିସଠାରୁ ନ୍ୟାୟ ନମିଳିବାରେ ଓଡ଼ିଶା ଦେଶର ପ୍ରଥମ ସ୍ଥାନ ହାସଲ କରିଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜନଜାତି ବର୍ଗଙ୍କୁ […]

lekhashree samantsinghar

lekhashree samantsinghar

Ordigital Desk
  • Published: Friday, 15 April 2022
  • Updated: 15 April 2022, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜନଜାତି ବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ରାଜ୍ୟ ସରକାର ଛଡ଼ାଇ ନେଇଛନ୍ତି । ଆଦିବାସୀଙ୍କୁ କେବଳ ଭୋଟବ୍ୟାଙ୍କ ପଲିଟିକ୍ସ ଭାବେ ରାଜ୍ୟର ବିଜେଡି ସରକାର ଉପଯୋଗ କରୁଛନ୍ତି । ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୁଲିସଠାରୁ ନ୍ୟାୟ ନମିଳିବାରେ ଓଡ଼ିଶା ଦେଶର ପ୍ରଥମ ସ୍ଥାନ ହାସଲ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଆଦି ଯୋଗାଇ ଦେବାରେ ଶାସକ ବିଜେଡି ବିଫଳ । ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡ଼ି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନଙ୍କ ହାତରେ ନ୍ୟସ୍ତ କରିଛନ୍ତି । ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ କରୁଛନ୍ତି ।

ଆଦିବାସୀଙ୍କୁ ଦୀର୍ଘବର୍ଷ ଧରି ଜମିପଟ୍ଟା ଦିଆଯାଉ ନାହିଁ । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ୍ ଭାବେ ଲାଗୁ କରାଯାଇ ନାହିଁ । ଜନତାତି ବର୍ଗଙ୍କୁ ଶାସକ ବିଜେଡି କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିଚାଲିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓ ଆଦିବାସୀ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ନହେବା କାରଣରୁ ଜନଜାତି ବର୍ଗଙ୍କ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ଆଦିବାସୀ ଅଧ୍ୟ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ୍ ପାଣ୍ଠିରେ ଗଚ୍ଛିତ ଥିବା ୧୬ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାକୁ ବ୍ୟାପକ ଭାବେ ବିଜେଡି ନେତା ଓ କର୍ମୀ ହରିଲୁଟ୍ କରିଛନ୍ତି । ସଠିକ ପ୍ରଚାର ପ୍ରସାର ଅଭାବରୁ ୨୧ଟି ଜନଜାତି ଭାଷା ପ୍ରାୟ ବିଲୁପ୍ତ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଦେଶବ୍ୟାପୀ ବିଜେପି ‘ସାମାଜିକ ନ୍ୟାୟ ପକ୍ଷ’ ପାଳନ କରୁଛି । ଜନଜାତି ସଂପ୍ରଦାୟଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ପରଂପରାର ସଂରକ୍ଷଣ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଜନଜାତି ବର୍ଗ ଲୋକଙ୍କ ପାଇଁ ମୋଦୀ ସରକାର ସମ୍ମାନ, ଅଧିକାର ଓ ସୁଯୋଗ ଯୋଗାଇ ଦେବା ସହ ବିକାଶ ଲାଗି ଅନେକ ଯୋଜନା କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସମାନ ଅଧିକାର ଦେବା ପାଇଁ ସଦାସର୍ବଦା ପ୍ରଚେଷ୍ଟା କରୁଛନ୍ତି । ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୨୦୧୪ ମସିହା ପରଠୁ ବଜେଟରେ ୪ଗୁଣା ଅର୍ଥ ବୃଦ୍ଧି କରିଛନ୍ତି । ୨୨ହଜାର କୋଟିରୁ ୮୮ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଆଦିବାସୀଙ୍କ ଜମି ସୁରକ୍ଷା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।

ଆଦିବାସୀ ପିଲାମାନଙ୍କ ଛାତ୍ରବୃତ୍ତି ୨ଗୁଣା ବୃଦ୍ଧି କରାଯାଇଛି । ସେହିପରି ଜନଜାତି ଛାତ୍ରବୃତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୯୦ରୁ ୫୧୨ ପହଂଚିଲାଣି ।ଜନଜାତି ସଂସ୍କୃତି ଓ ପରଂପରାର ସଂରକ୍ଷଣ ପାଇଁ ସମଗ୍ର ଦେଶରେ ୧୦ଟି ସ୍ୱାଧିନତା ସଂଗ୍ରାମୀ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଇଛି । ଜଙ୍ଗଲ ଅଧିକାରରେ ୨ଗୁଣା ବୃଦ୍ଧି କରାଯାଇ ୧୦୩.୫ ଟକ୍ଷ ଏକରରେ ପଂହଚିଛି । ଅନ୍ୟପଟେ ରାଜ୍ୟର ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଆଦି ଯୋଗାଇ ଦେବାରେ ବିଫଳ ଶାସକ ବିଜେଡି ତାଙ୍କ ସାମ୍ବିଧାନି ଅଧିକାର ଛଡାଇ ନେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story