ଜନମତ ପ୍ରଭାବିତ ହେଉଛି, ଦନ୍ତହୀନ ପାଲଟିଛନ୍ତି ନିର୍ବାଚନ କମିଶନ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନର ଆଚରଣ ବିଧିକୁ ବାରମ୍ବାର ଶାସକ ବିଜେଡି ଉଲ୍ଲଘଂନ କରୁଛି ଓ ସେ ନେଇ ନିୟମିତ ଭାବେ ତଥ୍ୟ ପ୍ରମାଣ ସହ ପୁଲିସ ଡିଜିଙ୍କଠୁ ଆରମ୍ଭ କରି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ଗୋଟିଏ ଘଟଣାରେ ବି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ଗୃହ ବିଭାଗ ଏବେ ବିଜେଡିର ହାତବାରିସି ସାଜି ଜନମତକୁ ପ୍ରଭାବିତ କରୁଥିବାବେଳେ ନିର୍ବାଚନ କମିଶନ ଦନ୍ତବିହୀନ ପାଲଟିଛନ୍ତି ବୋଲି […]

Golaka Mohapatra

Golaka Mohapatra

Ordigital Desk
  • Published: Friday, 11 February 2022
  • Updated: 11 February 2022, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନର ଆଚରଣ ବିଧିକୁ ବାରମ୍ବାର ଶାସକ ବିଜେଡି ଉଲ୍ଲଘଂନ କରୁଛି ଓ ସେ ନେଇ ନିୟମିତ ଭାବେ ତଥ୍ୟ ପ୍ରମାଣ ସହ ପୁଲିସ ଡିଜିଙ୍କଠୁ ଆରମ୍ଭ କରି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ଗୋଟିଏ ଘଟଣାରେ ବି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ଗୃହ ବିଭାଗ ଏବେ ବିଜେଡିର ହାତବାରିସି ସାଜି ଜନମତକୁ ପ୍ରଭାବିତ କରୁଥିବାବେଳେ ନିର୍ବାଚନ କମିଶନ ଦନ୍ତବିହୀନ ପାଲଟିଛନ୍ତି ବୋଲି ବିଜେପି କହିଛି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ଅଭିଯୋଗ କରିଛନ୍ତିି ଯେ, ପଂଚାୟତ ନିର୍ବାଚନ ଜିଣିବା ପାଇଁ ଶାସକ ବିଜେଡି ସମସ୍ତ ଆଇନକାନୁନକୁ ଉଲ୍ଲଂଘନ କରିବା ସହିତ ସରକାରୀ କଳ, ବଳ ଏବଂ ଅର୍ଥର ଅପବ୍ୟବହାର କରୁଛି । ବିରୋଧୀଙ୍କୁ ପୁଲିସ ଓ ପ୍ରଶାସନର ଭୟ, ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରିବା, ବିରୋଧୀଙ୍କୁ ଧମକ ଦେବା ଓ ହତ୍ୟା କରିବା, ଷଡ଼ଯନ୍ତ୍ର ରଚି ବିରୋଧୀଙ୍କୁ ବଦନାମ କରିବା, ବହୁ ପରିମାଣର ଟଙ୍କା ବଂଟନ କରି ଭୋଟଙ୍କୁ ପ୍ରଭାବିତ କରିବା ଭଳି ଅନେକ ହୀନ ଘଟଣାର ତଥ୍ୟ ଓ ପ୍ରମାଣ ସହିତ ରାଜ୍ୟ ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ବାରମ୍ବାର ଅଭିଯୋଗ କରୁଛି । ମାତ୍ର କୌଣସି ଗୋଟିଏରେ ମଧ୍ୟ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତିି । ଅନ୍ୟପଟେ ଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ ଏବଂ ବିଜେଡିର ହାତବାରିସୀ ସାଜିଥିବା ଗୃହ ବିଭାଗର ମିଳିତ ଉଦ୍ୟମରେ ଜନମତକୁ ପ୍ରଭାବିତ କରାଯାଉଛି । ଏହା ଦ୍ୱାରା ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଏବଂ ନିରପେକ୍ଷ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲକିନାଗିରି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଶ୍ରୀମତୀ ରିନା କବାସିଙ୍କୁ ଜଣେ ହୋମଗାର୍ଡଙ୍କ ଜରିଆରେ ୧୦ ଲକ୍ଷ ଟଙ୍କାର ଚେକ୍ ଏବଂ ନଗଦ ୫୦ ହଜାର ଟଙ୍କା ଦିଆଯାଇ ତାଙ୍କ ପ୍ରାର୍ଥୀପତ୍ର ଜୋରଜବରଦସ୍ତ ପ୍ରତ୍ୟାହାର କରାଗଲା । ଶ୍ରୀମତୀ କବାସିଙ୍କ ବାପା ଓ ଭାଇଙ୍କ ଦ୍ୱାରା ଯଥେଷ୍ଟ ପ୍ରମାଣ ଦେବା ସତ୍ୱେ ଆଜି ପର୍ଯ୍ୟନ୍ତ କøଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ସେହି ସ୍ଥାନରୁ କେବେହେଲେ ହାରିନଥିବା ବିଜେପିକୁ ଷଡ଼ଯନ୍ତ୍ର କରି ନିର୍ବାଚନ ମଇଦାନରୁ ଓହରାଇ ଦିଆଗଲା ।

ସେହିପରି ଭଦ୍ରକ ଜିଲ୍ଲାର ୨୮ନଂ ଜୋନ ବ୍ରହ୍ମପୁରର ଗାଁର ଶୁବାଷିସ ଗିରିଙ୍କୁ ସର୍ବସମ୍ମୁଖରେ ଦିନ ୧୦ଟା ବେଳେ ବିଜେଡି ସମର୍ଥକମାନେ ବାଡ଼େଇ ବାଡ଼େଇ ହତ୍ୟା କରି ପରେ ପୋଖରିରେ ଫିଙ୍ଗି ଦେଇଥିଲେ । ଏହି ପ୍ରସଙ୍ଗରେ ବି କିଛି କାର୍ଯ୍ୟାନୁଷ୍ଠାନ ହେଲାନି । ହତ୍ୟାକାଣ୍ଡରେ ସମ୍ପୃକ୍ତ ବିଜେଡି କର୍ମୀମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ଗଞାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀର ପାଟପୁରୁ ବ୍ଲକର କାର୍ଯ୍ୟାଳରେ ପ୍ରାର୍ଥୀ ପତ୍ର ଦାଖଲ ବେଳେ ବିଜେପି ପ୍ରାର୍ଥଙ୍କୁ ପୁଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ହାଣିବାର ପ୍ରମାଣ ଥିବା ସତ୍ୱେ କାହାକୁ ଗରିଫ କରାଯାଇନାହିଁ । ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଗତ ୭ ବର୍ଷ ଧରି କାର୍ଯ୍ୟରତ ଜିଲ୍ଲାପାଳଙ୍କୁ ଜାଣିଶୁଣି ବଦଳି କରାଯାଉନାହିଁ । ଜିଲ୍ଲାପାଳଙ୍କ ସ୍ୱାମୀ ସ୍ଥାନୀୟ ସାଂସଦଙ୍କ ଭୂବନେଶ୍ୱରରେ ଥିବା ଘରୋଇ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଛନ୍ତି, ଯାହାକି ସଂପୂର୍ଣ୍ଣ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତିା ଏହି ଅବସରରେ ବିଜେପି ନେତା ଦିଲୀପ ମଲ୍ଲିକ, ଉମାକାନ୍ତ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story