କଂଗ୍ରେସ ପରେ ବିଜେପି କଲା ଦାବି: ଆଗ ଓବିସିଙ୍କୁ ସଂରକ୍ଷଣ ଦିଅ, ତା’ପରେ ନିର୍ବାଚନ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ନେଇ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ପରେ ଆଜି ବିଜେପି ମଧ୍ୟ ସମାନ ଦାବି କରି ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ହିଁ ପଂଚାୟତ ନିର୍ବାଚନ କରାଯାଉ ବୋଲି ଦାବି କରିଛି। ବିଜେପି ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ସାକ୍ଷାତ କରି ଦାବି ଜୋରଦାର କରିଛି। ବିଜେପିର ବ୍ରହ୍ମଗିରି […]

BJP

BJP

Ordigital Desk
  • Published: Wednesday, 29 December 2021
  • Updated: 29 December 2021, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ନେଇ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ପରେ ଆଜି ବିଜେପି ମଧ୍ୟ ସମାନ ଦାବି କରି ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ହିଁ ପଂଚାୟତ ନିର୍ବାଚନ କରାଯାଉ ବୋଲି ଦାବି କରିଛି। ବିଜେପି ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ସାକ୍ଷାତ କରି ଦାବି ଜୋରଦାର କରିଛି।

ବିଜେପିର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଧାୟକ ମୁକେଶ ମହାଲିଙ୍ଗ, ସନାତନ ବିଜୁଳିଙ୍କ ସମେତ ଗୋଲକ ମହାପାତ୍ର, କାଳନ୍ଦୀ ଚରଣ ସାମଲ ଦିଲ୍ଲୀପ ମଲ୍ଲିକଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ୫୪ପ୍ରତିଶତ ଓବିସି ବର୍ଗ। ମାତ୍ର ରାଜ୍ୟ ସରକାର ପଂଚାୟତ ନିର୍ବାଚନରେ ସେମାନଙ୍କୁ ସ୍ଥାନ ସଂରକ୍ଷଣ ନଦେଇ ପଂଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି। ଡିସେମ୍ବର ୨୭ ଓ ୨୯ତାରିଖରେ ଜାରି ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ସରପଂଚ ପଦ ପାଇଁ ଚିଠା ତାଲିକାରେ ଓବିସି ବର୍ଗଙ୍କ ନିମନ୍ତେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍ôକୁ ବିଜେପି ବିଧାୟକମାନେ ଅନୁରୋଧ କରିଛନ୍ତି। ଏହାଫଳରେ ରାଜ୍ୟର ପଛୁଆ ବର୍ଗ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଇଥିବାବେଳେ ଆସନ୍ତା ପଂଚାୟତ ନିର୍ବାଚନରେ ଏହି ସଂରକ୍ଷଣ ଦେବାରେ କେଉଁଠି ଅସୁବିଧା ରହିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ତେଣୁ ଓବିସି ବର୍ଗର ବିନା ସ୍ଥାନ ସଂରକ୍ଷଣରେ ନିର୍ବାଚନ ପ୍ରକ୍ରିୟାକୁ ଆଗେଇବା ସମ୍ବିଧାନର ମୂଳ ଲକ୍ଷ୍ୟର ବିପରୀତ ଦିଗକୁ ସୂଚାଉଛି। ଏହା ଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓବିସି ସଂପ୍ରଦାୟଙ୍କୁ ନିର୍ବାଚିତ ହେବାର ସୁଯୋଗରୁ ବଂଚିତ କରାଯାଉଛି ବୋଲି ବିଜେପି କହିଛି । ନିକଟରେ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଓବିସିଙ୍କ ସ୍ଥାନ ସଂରକ୍ଷଣ ନେଇ ରିଭ୍ୟୁ ପିଟିସନ ଦାୟର କରିବା ସହ ପଂଚାୟତ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଅନୁରୂପ ଭାବେ ଓବିସି ବର୍ଗଙ୍କ ନିମନ୍ତେ ଆସନ୍ତା ପଂଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି ଜଣାଇଛି।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ପ୍ରଦେଶ କଂଗ୍ରେସ ମଧ୍ୟ ଆଗ ଓବିସିଙ୍କୁ ସଂରକ୍ଷଣ ଓ ପରେ ପଂଚାୟତ ନିର୍ବାଚନ କରିବା ନିମନ୍ତେ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story