ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ପାଇଁ ୧୯ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଆଧାରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ସଦସ୍ୟମାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଏହି ବହିଷ୍କୃତ ସଦସ୍ୟଙ୍କ ମଧ୍ୟରେ ସର୍ବାଧିକ ୬ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଓ ଗଜପତି ଜିଲ୍ଲାରୁ ଜଣେ ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦଳୀୟ ପଦପଦବୀରେ ଥିବା କର୍ମୀମାନେ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା କାର୍ଯ୍ୟନିର୍ଘଣ୍ଟ; ଡିସେମ୍ବର ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Politics
ଭବଙ୍କ ପାଇଁ ଅଡୁଆ ବଢିଲା; ଯୋଡି ହେଲା ଆଉ ୩ ମାମଲା
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।