ଓଡ଼ିଶାରେ ସଶକ୍ତ ନେତୃତ୍ୱ ଅଭାବରୁ ବିପର୍ଯ୍ୟୟ ହେଉଛି, ସ୍ୱୀକାର କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଜାବକୁ ବାଦ୍ ଦେଇ ଅନ୍ୟ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ବିଜେପି ସପକ୍ଷରେ ଯିବା ପରେ ଓଡ଼ିଶାରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ନିରୁତ୍ସାହିତ ହୋଇପଡ଼ିଥିବା ବିଜେପି ପାଇଁ ଆଜିର ନିର୍ବାଚନ ଫଳାଫଳ ଓଡ଼ିଶାରେ କର୍ମୀ ଓ ନେତାଙ୍କ ପାଇଁ ସଞ୍ଜିବନୀ ହୋଇଥିବାବେଳେ ଓଡ଼ିଶାରେ ଦଳ କାହିଁକି ବାରମ୍ବାର ବିଫଳ ହେଉଛି ତାହା ଏବେ ରାଜ୍ୟ […]

BJP

BJP

Ordigital Desk
  • Published: Thursday, 10 March 2022
  • Updated: 10 March 2022, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଜାବକୁ ବାଦ୍ ଦେଇ ଅନ୍ୟ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ବିଜେପି ସପକ୍ଷରେ ଯିବା ପରେ ଓଡ଼ିଶାରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ନିରୁତ୍ସାହିତ ହୋଇପଡ଼ିଥିବା ବିଜେପି ପାଇଁ ଆଜିର ନିର୍ବାଚନ ଫଳାଫଳ ଓଡ଼ିଶାରେ କର୍ମୀ ଓ ନେତାଙ୍କ ପାଇଁ ସଞ୍ଜିବନୀ ହୋଇଥିବାବେଳେ ଓଡ଼ିଶାରେ ଦଳ କାହିଁକି ବାରମ୍ବାର ବିଫଳ ହେଉଛି ତାହା ଏବେ ରାଜ୍ୟ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସୁଦୃଢ଼ ଓ ସଶକ୍ତ ତଥା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲି ପାରୁଥିବା ନେତୃତ୍ୱର ଅଭାବ ଯୋଗୁ ଓଡ଼ିଶାରେ ଦଳର ବିପର୍ଯ୍ୟୟ ହେଉଛି ବୋଲି ବିଜେପି ଆଜି ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି ।

ଆଜି ନିର୍ବାଚନ ଫଳାଫଳ ଗଣତି ପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ପୁଣିଥରେ କ୍ଷମତାକୁ ଫେରୁଥିବାବେଳେ ପଞ୍ଜାବରେ ଦଳର ଭୋଟ ହାର ବୃଦ୍ଧି ପାଇଛି । ଆଜିର ନିର୍ବାଚନ ଫଳାଫଳ ରାଜ୍ୟ ବିଜେପି ଶିବିରକୁ ଉତ୍ସାହିତ କରିଥିବାବେଳେ ଆଗାମୀ ଦିନରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ଓଡ଼ିଶା ରହିବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ସଦ୍ୟ ସମାପ୍ତ ପଂଚାୟତ ନିର୍ବାଚନରେ ବିଜେପି କାହିଁକି ଏଭଳି ଶୋଚନୀୟ ପରାଜିତ ହେଲା ତାକୁ ନେଇ ଏପର୍ଯ୍ୟନ୍ତ ବୁଲେଇ ବଙ୍କେଇ କଥା କହୁଥିବା ଓ ଶାସକ ଦଳର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଦୋଷ ଲଦି ଦାୟିତ୍ୱ ଖସାଉଥିବା ରାଜ୍ୟ ବିଜେପି ପ୍ରଥମଥର ପାଇଁ ନିଜର ବିଫଳତାର କାରଣକୁ ସ୍ୱୀକାର କରିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ “ ଓଡ଼ିଶାରେ ପଂଚାୟତ ନିର୍ବାଚନରେ ବିଜେପି ବହୁତ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ଅନ୍ୟ ଅର୍ଥରେ କହିଲେ ସମ୍ପୂର୍ଣ୍ଣ ସୂର୍ଯ୍ୟାସ୍ତ ବା ଅନ୍ଧକାର । ଏହି ପରାଜୟ ପାଇଁ ଅନ୍ୟମାନଙ୍କୁ ଦୋଷ ଦେବାକୁ ଚାହୁଁନି ।

ରାଜ୍ୟରେ ବିଜେପିର ରୋଡମ୍ୟାପ୍ ଓ ରଣନୀତିର ଅଭାବ ରହିଥିଲା । ବିଶେଷକରି ରାଜ୍ୟରେ ଜଣେ ସୁଦୃଢ଼, ସଶକ୍ତ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲି ପାରୁଥିବା ଜଣେ ପ୍ରଭାବଶାଳୀ ଯୋଗ୍ୟ ନେତୃତ୍ୱର ଆବଶ୍ୟକତା ରହିଛି । ନେତୃତ୍ୱ ସଙ୍କଟ ଯୋଗୁ ଓଡ଼ିଶାରେ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି । ଦଳର ନେତା ଓ କର୍ମୀମାନଙ୍କ ଉପରେ ଭରସା ଅଛି । ଏହି ପରାଜୟର ସମୀକ୍ଷା କରି ଆଗକୁ ବଢ଼ିବାର ବାଟ ବାହାର କରିବାକୁ ପଡ଼ିବ । ଯେଉଁ କଥା ଆଜି ୪ଟି ରାଜ୍ୟରେ ହୋଇଛି, ଓଡ଼ିଶାରେ ଆମେ ତାହା କରି ଦେଖାଇବୁ । ଆମେ ନିଶ୍ଚିତ ଫେରିବୁ ” । ଯଦିଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଆଜି ପଂଚାୟତ ନିର୍ବାଚନରେ ବିଜେପିର ପରାଜୟ ପାଇଁ ଚିରାଚରିତ ଢଙ୍ଗରେ ଶାସକ ଦଳର ବିଭିନ୍ନ କାର୍ଯ୍ୟକୁ ଦାୟୀ କରିବାକୁ ପୁଣିଥରେ ପଛାଇ ନଥିଲେ । କିନ୍ତୁ ଅପରାଜିତାଙ୍କ ଭଳି ରୋକଠୋକ୍ ଭାବେ ରାଜ୍ୟରେ ନେତୃତ୍ୱ ସଙ୍କଟ ପାଇଁ ଏପରି ବିପର୍ଯ୍ୟୟ ହୋଇଛି ବୋଲି ସ୍ୱୀକାର କରିନାହାନ୍ତି । ସଂଗଠିତ ଭାବେ ବିରୋଧୀ ଦଳ ଏଠାରେ କାର୍ଯ୍ୟ କରୁନଥିବାରୁ ବିଜେଡି ସଫଳ ହେଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜିର ୪ଟି ରାଜ୍ୟରେ ବିଜେପି ସପକ୍ଷରେ ଫଳାଫଳ ଯିବା କଦାପି ଓଡ଼ିଶାରେ ବିଜେଡି ପାଇଁ ଚ୍ୟାଲେଞ୍ଜ ନୁହେଁ । ପୌର ନିର୍ବାଚନର ଫଳାଫଳରେ ଏହା ପ୍ରତିଫଳିତ ହେବନାହିଁ । ବିଜେଡି ସର୍ବଦା ଲୋକଙ୍କ ଆବଶ୍ୟକତା ଅନୁସାରେ ନିଜର କାର୍ଯ୍ୟକ୍ରମ କରୁଛି । ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିଜେଡି ସରକାର ଯୋଜନାମାନ ପ୍ରସ୍ତୁତ କରୁଛନ୍ତି । ତେଣୁ ରାଜ୍ୟରେ ବିଜେଡିର ବିକଳ୍ପ କେହି ନାହିଁ । କିମ୍ବା ବିଜେଡି ପାଇଁ ବିଜେପି ଏକ ଚ୍ୟାଲେଞ୍ଜ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବରଂ ସେମାନେ କଂଗ୍ରେସ ଓ ଅନ୍ୟମାନଙ୍କ ମଧ୍ୟରେ କିଏ ଆଗ-ପଛ ରହିବ ସେ ନେଇ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ପାଖରେ ବେଶ୍ ଯୋଗ୍ୟ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ସଂଗଠନକୁ ଲୋକାଭିମୁଖୀ କରିବା ସହ ବିଜେଡିକୁ ଟକ୍କର ଦେବା ଭଳି ନେତାମାନେ ଥିବା ସତ୍ତ୍ୱେ ଦଳ ଏପର୍ଯ୍ୟନ୍ତ କାହାରିକୁ ଆନୁଷ୍ଠାନିକ ଭାବେ ଆଗକୁ ଆଣୁନାହିଁ । ଯାହାର ଅଭାବ ଦଳକୁ ଘାରିଛି ଓ ନିର୍ବାଚନ ଫଳାଫଳ ମଧ୍ୟ ଆଶାନୁରୂପ ହୋଇପାରୁନି।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପିକୁ ୨୦୧୪ ଲୋକସଭା ନିର୍ବାଚନରେ ୪୬.୩୮ଲକ୍ଷ, ୨୦୧୯ ଲୋକସଭା ନିର୍ବାଚନରେ ୯୧.୩୦ଲକ୍ଷ ଭୋଟ ମିଳିଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ୭୬.୧୨ଲକ୍ଷ ଭୋଟ୍ ମିଳିଥିଲା । ୨୦୨୨ ପଂଚାୟତ ନିର୍ବାଚନରେ ଦଳକୁ ପ୍ରାୟ ୬୩.୨୩ଲକ୍ଷ (୩୦.୦୭%) ଭୋଟ୍ ମିଳିଥିବାବେଳେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ପ୍ରାୟ ୩୩% ଭୋଟ୍ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story