ବିଜେପି ରାଜ୍ୟର ଏକ ନମ୍ବର ଦଳ ହେବା ପାଇଁ ପ୍ରକ୍ରିୟା ଜାରି ରଖିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ। ଏକ ନମ୍ବର ଦଳ ହେବା ପାଇଁ ପ୍ରକ୍ରିୟା ଜାରି କରିଛି। ଏକ ନମ୍ବର ହେବା ଲାଗି ବହୁ ପରିଶ୍ରମ କରିବାକୁ ହେବ ବୋଲି ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ। ବିଜେପି ଗୋଟିଏ ସମୟରେ […]

Dharmendra-Pradhan

Dharmendra-Pradhan

Manoranjan Sial
  • Published: Monday, 11 July 2022
  • Updated: 11 July 2022, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ। ଏକ ନମ୍ବର ଦଳ ହେବା ପାଇଁ ପ୍ରକ୍ରିୟା ଜାରି କରିଛି। ଏକ ନମ୍ବର ହେବା ଲାଗି ବହୁ ପରିଶ୍ରମ କରିବାକୁ ହେବ ବୋଲି ‘ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ। ବିଜେପି ଗୋଟିଏ ସମୟରେ ୧୨ରୁ ୧୪ ପ୍ରତିଶତ ଭୋଟ ପାଉଥିଲା। ଏବେ ୩୦ରୁ ୩୮ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଛି। ସୌମ୍ୟରଞ୍ଜନ ରଞ୍ଜନ ପଟ୍ଟନାୟକ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା- ଗରିବ ଲୋକଙ୍କ ପାଖରେ ଘର ଓ ଜଳ ପହଞ୍ଚାଇବା। କେବଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ‘ଅମିତ ଶାହ ଓ ବିଜେପିର ଯାତ୍ରା' ବହିରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

https://twitter.com/dpradhanbjp/status/1546459186665381888?s=20&t=OWPn-apeWIFS1rridjnqQw

ସେ ଆହୁରି କହିଛନ୍ତି, ବକ୍ସିଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ଗାଥା ଉଜ୍ଜିବୀତ କରିବା, ଓଡ଼ିଶା ଇତିହାସ ହୀନ୍ଦିରେ ଅନୁବାଦ ଓ ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଆ ସଂଗ୍ରାମୀଙ୍କ ଇତିହାସକୁ ବଟ୍ଟ ବୃକ୍ଷର ରୂପ ଦେବା ପାଇଁ ଅମିତ ଶାହ ମୋତେ ବିଗତ ଦିନରେ ପରାମର୍ଶ ଦେଇଥିଲେ। ଏଥିରୁ ଶାହଙ୍କ ଓଡ଼ିଆ ଜନଜୀବନ ପ୍ରତି ଭଲ ପାଇବାର ପ୍ରମାଣ ମିଳେ। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାରେ ସର୍ଦ୍ଦାର ପଟେଲଙ୍କ ପରେ ଅମିତ ଶାହ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଦେଶକୁ ଏକୀକୃତ କରିବା ଓ ତିନି ତଲାକକୁ ବେଆଇନ୍‌ ଘୋଷଣା କରିବା ଶାହଙ୍କ ନିର୍ଭୀକ ନେତୃତ୍ୱର ପରିଚୟ ଦିଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

https://twitter.com/dpradhanbjp/status/1546458547902300160?s=20&t=OWPn-apeWIFS1rridjnqQw

‘ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକଟିକୁ ଇଂରାଜୀରେ ଲେଖିଛନ୍ତି ଅନିର୍ବାଣ ଗାଙ୍ଗୁଲି ଓ ଶବାନନ୍ଦ ଦ୍ୱିବେଦୀ। ଆଜି ଏହି ବହିର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ବାଦ ସମ୍ପାଦକ ତଥା  ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ସ୍ୱପନ ଦାସଗୁପ୍ତା, ପୁସ୍ତକ ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

https://twitter.com/dpradhanbjp/status/1546468551078211584?s=20&t=OWPn-apeWIFS1rridjnqQw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos