ଚଣ୍ଡିଗଡ଼ ଓ ରାୟପୁରରେ କାହିଁକି ଲୁଚିଥିଲେ ଗୃହମନ୍ତ୍ରୀ ଦିବ୍ୟଶଙ୍କର? ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ତଥ୍ୟପ୍ରମାଣ ଗତକାଲି କଂଗ୍ରେସ ଦେବା ପରେ ଆଜି ବିରୋଧୀ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ତୁରନ୍ତ ଗୃହମନ୍ତ୍ରୀଙ୍କୁ ବହିଷ୍କାର ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ନିଆଁ ଜଳୁଥିବାବେଳେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ରାୟପୁର ଓ ଚଣ୍ଡିଗଡ଼ରେ ଲୁଚିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି। ରାଜ୍ୟ ସରକାର କାହିଁକି ମନ୍ତ୍ରୀ […]

Lekhasri Samantsinghar

Lekhasri Samantsinghar

Ordigital Desk
  • Published: Tuesday, 15 February 2022
  • Updated: 15 February 2022, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ତଥ୍ୟପ୍ରମାଣ ଗତକାଲି କଂଗ୍ରେସ ଦେବା ପରେ ଆଜି ବିରୋଧୀ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ତୁରନ୍ତ ଗୃହମନ୍ତ୍ରୀଙ୍କୁ ବହିଷ୍କାର ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ନିଆଁ ଜଳୁଥିବାବେଳେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ରାୟପୁର ଓ ଚଣ୍ଡିଗଡ଼ରେ ଲୁଚିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି। ରାଜ୍ୟ ସରକାର କାହିଁକି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅକ୍ଟୋବର ୧୨ରୁ ୨୧ତାରିଖ ପର୍ଯ୍ୟନ୍ତ ଗସ୍ତ ବିବରଣୀ ଲୁଚାଇଥିଲେ ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଅକ୍ଟୋବର ୧୮ତାରିଖ ସକାଳେ ମନ୍ତ୍ରୀ ଏକାଠି ଥିଲେ ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଅପରାଧୀମାନଙ୍କୁ ଖସାଇଦେବାର ଷଡ଼ଯନ୍ତ୍ର କରୁଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ସତ୍ୱେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ପୋଲିସ ହାଜତରୁ ଚଂପଟ ମାରିବା, ଶେଷ ମୁହୂର୍ତରେ କୋର୍ଟରେ ପୁଲିସ ଚାର୍ଜସିଟ୍ ଦାଖଲ ହେବା ଆଦି ଘଟଣାଗୁଡିକ କେଉଁଠି ନା କେଉଁଠି ଏହି ଅପରାଧରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିବାର ପ୍ରମାଣିତ ହୋଇଛି । ଅନ୍ୟପଟେ ତାଙ୍କୁ ସୁରକ୍ଷା ମିଳିବ ବୋଲି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦିବ୍ୟଶଂକର ମିଶ୍ର ନିଶ୍ଚିନ୍ତ ଥିଲେ ଏବଂ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଅନ୍ୟ ପ୍ରଭାବଶାଳୀ ବ୍ୟାକ୍ତିମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ବାଧ୍ୟ ବୋଲି ମନ୍ତ୍ରୀ ଦିବ୍ୟଶଂକର ଭଲ ଭାବେ ଜାଣିଥିଲେ । ତେଣୁ ସେ ନିର୍ଭୟରେ ରାଜ୍ୟ ବାହାରେ ବୁଲୁଥିଲେ, କ୍ରିକେଟ ଖେଳୁଥିଲେ । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟବ୍ୟାପୀ ନିଆଁ ଜଳୁଥିବାବେଳେ ମନ୍ତ୍ରୀ ଦିବ୍ୟଶଂକର ଚଣ୍ଡିଗଡ ଓ ରାୟପୁରରେ କାହିଁକି ଲୁଚିଥିଲେ ବୋଲି ଲେଖାଶ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ସୁଚୀ ଅନୁଯାୟୀ ଦିବ୍ୟଶଂକର ମିଶ୍ର ଅକ୍ଟୋବର ୮ ରୁ ୧୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଉଲ୍ଲେଖ ହୋଇଥିବାବେଳେ ୧୨ ରୁ ୨୧ ପର୍ଯ୍ୟନ୍ତ କୈାଣସି ସୁଚନା ନାହିଁ । ଅକ୍ଟୋବର ୧୫ ରୁ ୧୯ ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ମିଶ୍ର ଓଡିଶା ବାହାରକୁ ଯାଇଥିଲେ ବୋଲି କାହିଁକି ଉଲ୍ଲେଖ ହୋଇନାହିଁ ? ମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ଚଣ୍ଡିଗଡ଼ ଗସ୍ତ କରିଥିଲେ ? ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସରକାରୀ ନା ବେସରକାରୀ ଥିଲା ? ଭିଡିଓରେ ମନ୍ତ୍ରୀଙ୍କ ସହ ଦେଖା ଯାଉଥିବା ଏବଂ ସମାନ ଜିନ୍ସ ଟି-ସାର୍ଟ ପିନ୍ଧିଥିବା ଦୁଇ ଜଣ ବ୍ୟକ୍ତି କିଏ ? ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ଶ୍ରୀ ମିଶ୍ର ଅନ୍ୟ ରାଜ୍ୟକୁ ଗଲାବେଳେ ପ୍ରୋଟୋକଲ ନିୟମର ପାଳନ ହୋଇଥିଲା କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତିି ।

ଅକ୍ଟୋବର ୧୭ ତାରିଖ ଦିନ ଗୋବିନ୍ଦ ସାହୁ ହାଜତରୁ ଚଂପଟ ମାରିବା,ଅଜ୍ଞାତବାସରେ ଥିବା ମନ୍ତ୍ରୀ ଦିବ୍ୟଶଂକର ୧୮ ତାରିଖ ଦିନ ରାୟପୁର ପହଂଚିବା, ୧୮ ତାରିଖ ସକାଳେ ମମିତାର ମୃତ ଦେହ ଠାବ ହେବା ଏବଂ ସେହି ୧୮ ତାରିଖ ସଂଧ୍ୟାରେ ଗୋବିନ୍ଦ ସାହୁ ଗିରଫ ହେବା ଘଟଣା ହତ୍ୟାକାଣ୍ଡରେ ସେମାନଙ୍କ ସଂପୃକ୍ତି ଏବଂ ଷଡଯନ୍ତ୍ରକୁ ଦୃଢୀଭୁତ କରିଛି । ୧୮ ତାରିଖ ଦିନ ସକାଳେ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ଥାନା ହାଜରୁ ଚଂପଟ ମାରିଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କେଉଁଠି ଥିଲେ, ତାହା ସ୍ପଷ୍ଟ ହେବା ଉଚିତ୍ ବୋଲି ଲେଖାଶ୍ରୀ କହିଛନ୍ତିି ।

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ତାଙ୍କ ଇସ୍ତଫା ଦାବି କରିଆସିଛି ବିଜେପି । ରାଜ୍ୟବାସୀଙ୍କ ସ୍ୱାର୍ଥରେ କାମ କରିବାର ଶପଥ ନେଇଥିବା ମନ୍ତ୍ରୀ ଶ୍ରୀ ମିଶ୍ର ମିଥ୍ୟା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ମୁଖ୍ୟମନ୍ତ୍ରୀ ନିଜ ନିରବତା ଭଙ୍ଗ କରି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ଏହି ଜଘନ୍ୟ ଷଡ଼ଯନ୍ତ୍ରରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଥିବାର ପ୍ରମାଣିତ ହେବ ବୋଲି ଲେଖାଶ୍ରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲିପ୍ ମଲ୍ଲିକ, ସୁଜିତ୍ ଦାସ୍‌, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story