ସର୍ବଦଳୀୟ ବୈଠକ ‘ଧର୍ମକୁ ଆଖି ଠାର’, ସନ୍ଦେହରେ ନିର୍ବାଚନ କମିଶନଙ୍କ ଭୂମିକା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଜି ଡାକିଥିବା ସର୍ବଦଳୀୟ ବୈଠକ କେବଳ ‘ଧର୍ମକୁ ଆଖି ଠାର’ ସଦୃଶ ଥିଲା। ରାଜ୍ୟ ସରକାରଙ୍କ ହାତବରିସି ହୋଇ ନିର୍ବାଚନ କମିଶନ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବରିଷ୍ଠ ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଦଳର ଏକ […]

Mohan-Majhi

Mohan-Majhi

Ordigital Desk
  • Published: Monday, 10 January 2022
  • Updated: 10 January 2022, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଜି ଡାକିଥିବା ସର୍ବଦଳୀୟ ବୈଠକ କେବଳ 'ଧର୍ମକୁ ଆଖି ଠାର' ସଦୃଶ ଥିଲା। ରାଜ୍ୟ ସରକାରଙ୍କ ହାତବରିସି ହୋଇ ନିର୍ବାଚନ କମିଶନ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବରିଷ୍ଠ ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମାଝୀ କହିଛନ୍ତି ଯେ, ଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସମସ୍ତ ନିଷ୍ପତିକୁ ଜବରଦସ୍ତ ଥୋପି ଦେଉଛନ୍ତି। ତେଣୁ ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ କୌଣସି ତାଳମେଳ ନାହିଁ । ରାଜ୍ୟର ବୃହତର ବର୍ଗ ୫୪ ପ୍ରତିଶତ ବିଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ଆବଶ୍ୟକୀୟ ଆରକ୍ଷଣ ପାଇଁ ପ୍ରାବଧାନ ଥିବା ସତ୍ତ୍ୱେ୍ୱ ଚଳିତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସାମ୍ବାଧାନିକ ଅଧିକାରରୁ ବଂଚିତ କରାଯାଇ ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି । ସେହିପରି ଜନଜାତି ଓ ଅନୁସୂଚିତ ଜନଜାତି ପ୍ରାଥମିକ ପର୍ଯ୍ୟାୟର ସଂରକ୍ଷଣର ଚୂଡ଼ାନ୍ତ ତାଲିକା ପ୍ରକାଶନରେ ସ୍ଥିରୀକୃତ ମାନଦଣ୍ଡକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟର ୨୩ ଟି ଜିଲ୍ଲାରେ ଅନୁସୂଚିତ ଜନଜାତିର ଆବଶ୍ୟକୀୟ ପ୍ରତିନିଧିତ୍ୱରୁ ବଂଚିତ କରାଯାଇ ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରକାଶିତ ଚୂଡ଼ାନ୍ତ ସଂରକ୍ଷଣରେ ବିଭିନ୍ନ ବର୍ଗର ଜନସଂଖ୍ୟାର ପ୍ରତିଶତ ସହ ବର୍ତମାନର ପ୍ରତିଶତ ଚୂଡ଼ାନ୍ତ ସଂରକ୍ଷଣର ତାଳମେଳ ରହୁନାହିଁ। ମାତ୍ର ଏକମାସ ପୂରଣ ନହେଉଣୁ ବିଭିନ୍ନ ବର୍ଗର ଜନସଂଖ୍ୟା ପ୍ରତିଶତର ପାର୍ଥକ୍ୟ ନିର୍ବାଚନ ଓ ସଂରକ୍ଷଣ ସ୍ଥିତିକୁ ସଂପୂର୍ଣ୍ଣ ସନ୍ଦେହ ଘେରକୁ ଠେଲି ଦେଇଛି ।

କଣାସ ବ୍ଲକ୍ ଗୋପୀନାଥପୁର ପଞ୍ଚାୟତରେ ଅନୁସୂଚିତ ଜାତି ଅନୁପାତ ୪୨.୬% ଥିଲା ବେଳେ ଚୂଡ଼ାନ୍ତ ତାଲିକାରେ ପଞ୍ଚାୟତର ଅନୁସୂଚିତ ଜାତି ସଂଖ୍ୟା ୧୨.୭୩% ହେବା ଆଶ୍ଚର୍ଯ୍ୟଜନକ ଓ ଅଗଣତାନ୍ତ୍ରିକ। ସାରା ରାଜ୍ୟରେ ଏଭଳି ହେବା ଦୃଷ୍ଟିରୁ ଏହା ସଂପୂର୍ଣ୍ଣ ଅଗଣିତାନ୍ତ୍ରିକ। ଯାହାଫଳରେ ନ୍ୟାୟାଳୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାର ନିଷ୍ପତିକୁ ଅସ୍ୱୀକାର କରାଯାଇନପାରେ। ଭୋଟର ତାଲିକାରେ ବ୍ୟାପକ ଚଞ୍ଚକତା ଓ ବିଳମ୍ବରେ ପ୍ରକାଶନ କରାଯିବା କାରଣରୁ ବହୁ ସଂଖ୍ୟାରେ ଭୋଟର ନିଜ ମତଦାନ ଦେବାରୁ ବଞ୍ଚିତ ରହିବେ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ଅପେକ୍ଷାରେ ଥିଲା ବେଳେ ନିର୍ବାଚନ କିପରି ସମ୍ଭବ? ରାଜ୍ୟ ସରକାରଙ୍କ ନିଷ୍ପତ୍ତିି ଅନୁଯାୟୀ ପରିବର୍ତ୍ତିତ ଭୋଟ ଗଣତି ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ନାହିଁ।

ରାଜ୍ୟରେ ଜିଲ୍ଲା ପରିଷଦ, ବ୍ଲକ୍‌, ପଞ୍ଚାୟତ ଓ ୱାର୍ଡର ୧୦୬୩୫୧ ଜଣ ପ୍ରତିନିଧିଙ୍କ ନିର୍ବାଚନ ପ୍ରକ୍ରିୟାରେ ଭୋଟ ଗଣତିରେ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ କାଉଣ୍ଟିଂ ଏଜେଣ୍ଟମାନଙ୍କର ଆବଶ୍ୟକତା ଅଛି। ସର୍ବନିମ୍ନ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଗଣତିରେ ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ କାଉଣ୍ଟିଂ ଏଜେଣ୍ଟ ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁଯାୟୀ ଆବଶ୍ୟକ ପଡ଼ିବେ। ଭୋଟ୍‌ ଗ୍ରହଣ ଓ ଗଣତିକେନ୍ଦ୍ର ଉଭୟରେ ସ୍ୱଚ୍ଛ, ଅବାଧ ତଥା ନିରପେକ୍ଷ ନିର୍ବାଚନ ପାଇଁ ସିସିଟିଭି ଲାଗିବାର ବନ୍ଦୋବସ୍ତ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି। ଏଥି ସହ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନିର୍ବାଚନକୁ ୨-୩ ମାସ ଘୁଂଚାଯାଉ ବୋଲି ଶ୍ରୀ ମାଝୀ କହିଛନ୍ତିି। ଶ୍ରୀ ମାଝୀଙ୍କ ନେତୃତ୍ୱରେ ଏହି ବୈଠକରେ ବିଜେପି ନେତା ଅମର ନାୟକ, ରମାରଞ୍ଜନ ବଳିୟାରସିଂହ ଓ ଶଙ୍କର୍ଷଣ ପରିଡ଼ା ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story