ଏଠି ପଶ୍ଚିମବଙ୍ଗ ଭଳି କାଣ୍ଡ ଆରମ୍ଭ ହୋଇଛି: ଗୋଲକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଡ଼ିଶାରେ ବିଜୁ ଜନତା ଦଳ ପଶ୍ଚିମବଙ୍ଗ ଭଳି ରାଜନୀତି ଆରମ୍ଭ କରିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଜୀବନରେ ମାରି ଦିଆଯାଉଛି। ଏଠି ଅବିକଳ ସେହି କାର୍ଯ୍ୟ ଆରମ୍ଭ କରିଛି ବିଜୁ ଜନତା ଦଳ।’ ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ହତ୍ୟା କରାଯିବା ଘଟଣାରେ ଦଳୀୟ ନେତା ଗୋଲକ ମହାପାତ୍ର ଏଭଳି […]

bjp

bjp

Jitendra Garnayak
  • Published: Sunday, 03 January 2021
  • Updated: 04 January 2021, 08:57 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଡ଼ିଶାରେ ବିଜୁ ଜନତା ଦଳ ପଶ୍ଚିମବଙ୍ଗ ଭଳି ରାଜନୀତି ଆରମ୍ଭ କରିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଜୀବନରେ ମାରି ଦିଆଯାଉଛି। ଏଠି ଅବିକଳ ସେହି କାର୍ଯ୍ୟ ଆରମ୍ଭ କରିଛି ବିଜୁ ଜନତା ଦଳ।’ ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ହତ୍ୟା କରାଯିବା ଘଟଣାରେ ଦଳୀୟ ନେତା ଗୋଲକ ମହାପାତ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିରୁ ଏହି ହତ୍ୟାକାଣ୍ଡ ଘଟିଛି। ନୃତ୍ତଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ଜନତା ଦଳର ଧନୀ ନେତାମାନେ ଘର ପାଇଥିଲେ। ଏ କଥାକୁ ସେ (ସ୍ୱର୍ଗତ କୁଳମଣି ବରାଳ) ସାମ୍ନାକୁ ଆଣିଥିଲେ। ସେଥିପାଇଁ ଡିଆର୍‌ଡିଏ ତରଫରୁ ସେମାନଙ୍କ ନାଁରେ କେସ୍ ମଧ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି ବିଜୁ ଜନତର ଦଳର ଧନୀ ତାକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି। ଆଉ ବିଜେପି ଏନେଇ ପ୍ରଶ୍ନ କଲେ ଜୀବନରେ ମାରି ଦିଆଯାଉଛି। ୟା’ଠୁ ବଳି ହୀନ ରାଜନୀତି କିଛି ଥାଇପାରେ କି ବୋଲି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡିର କେଉଁ ଧନୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି ଓ କେଉଁ ଗରିବ ଲୋକଙ୍କୁ ଏହି ଯୋଜନାରେ ଘର ଦିଆଯାଇଛି, ତା’ର ପୂରା ତାଲିକା ପ୍ରସ୍ତୁତ କରିବ। ଏହି ତାଲିକା ଗୁଡ଼ିକୁ ଗାଁ ଗାଁରେ ମରାଯିବ। ତା’ପରେ ଦେଖିବୁ ଆପଣ କେତେ ହତ୍ୟାକାଣ୍ଡ କରିବେ?

ଶ୍ରୀ ମହାପାତ୍ର କହିଛନ୍ତି, ଆଇନ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ଦୋଷୀମାନେ କିପରି ଗିରଫ ହେବେ, ସେଥିପାଇଁ ସେ ଦୃଷ୍ଟି ଦେବେ। ଏ ହତ୍ୟାକାଣ୍ଡ ପଛରେ ତାଙ୍କ ନାଁ ବି ଆସିଛି। ତଥାପି ଯଦି ସେ ଦୃଷ୍ଟି ଦେବେ ବୋଲି କହୁଛନ୍ତି, ତା’ହେଲେ ଅତିଶୀଘ୍ର ନିରପେକ୍ଷ ତଦନ୍ତ କରି ଏଥିରେ କେଉଁମାନେ ସଂପୃକ୍ତ, ସେମାନଙ୍କୁ ବାହାର କରନ୍ତୁ।

ଏହା ସହିତ ୨୦୧୮ରେ ବିକାଶ ଜେନା ହତ୍ୟାକାଣ୍ଡରେ କାହିଁକି ଦୋଷୀକୁ ଧରାଗଲା ନାହିଁ ବୋଲି ସେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣାକୁ ତୀବ୍ର ନିନ୍ଦା କରି ରାଜ୍ୟରେ ରାଜନୈତିକ ହତ୍ୟା ଆରମ୍ଭ ହୋଇଗଲାଣି। ସରକାରଙ୍କୁ ଅନୁରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ସେମାନଙ୍କ ମଧ୍ୟରେ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story