'ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ସରକାର ମିଛ କହିଛନ୍ତି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନମିଳିବା ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଫୋରମରେ ଯେଉଁସବୁ ମିଛ କହିଛନ୍ତି, ତାକୁ ଆମେ ଭର୍ତ୍ସନା କରୁଛୁ। ବିଧାନସଭା ଭିତରେ ଖୋଦ୍ ମନ୍ତ୍ରୀ କହିଥିଲେ ଯେ ପରୀ ମାମଲାରେ SIT ଯେଉଁ ତଦନ୍ତ କରିବ, ତାକୁ ହାଇକୋର୍ଟ ମନିଟର୍ […]

Lekhasri Samantsinghar

Lekhasri Samantsinghar

Ranjit Kumar Jena
  • Published: Friday, 15 January 2021
  • Updated: 15 January 2021, 06:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନମିଳିବା ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଫୋରମରେ ଯେଉଁସବୁ ମିଛ କହିଛନ୍ତି, ତାକୁ ଆମେ ଭର୍ତ୍ସନା କରୁଛୁ। ବିଧାନସଭା ଭିତରେ ଖୋଦ୍ ମନ୍ତ୍ରୀ କହିଥିଲେ ଯେ ପରୀ ମାମଲାରେ SIT ଯେଉଁ ତଦନ୍ତ କରିବ, ତାକୁ ହାଇକୋର୍ଟ ମନିଟର୍ କରିବେ।

ଲେଖାଶ୍ରୀ କହିଛନ୍ତି, ବିଧାନସଭା ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର, କିନ୍ତୁ ସେଇଠି ଏମାନେ ମିଛ କହିବାକୁ ପଛଘୁଞ୍ଚା ଦେଇନାହାନ୍ତି। ତା' ମାନେ ସରକାର ଯେଉଁମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି, ତା' ପଛରେ କି ରହସ୍ୟ ରହିଛି, ତାହା କଳ୍ପନା କରିହେବନାହିଁ। ଆଜି ରାଜ୍ୟ ସରକାର ଯେଉଁ ମିଛର ପାହାଡ଼ ଉପରେ ଛିଡ଼ା ହୋଇଛନ୍ତି ଏବଂ ଯେଉଁ ତଦନ୍ତକୁ ଛିଡ଼ା କରିଛନ୍ତି, ଏହାର ମୁଖା ଓଡ଼ିଶାବାସୀଙ୍କ ଆଗରେ ଖୋଲିଯାଇଛି। ଓଡ଼ିଶା ସରକାର ପରୀ ମାମଲାରେ ରାଜ୍ୟବାସୀଙ୍କୁ ବାରମ୍ବାର ଧୋକା ଦେଇଆସିଛନ୍ତି। ଏପରିକି ବିଧାନସଭା ବାହାରେ ଗଣମାଧ୍ୟମ ଆଗରେ ଡିଜିପିଙ୍କ ମୁହଁରୁ କୋର୍ଟଙ୍କୁ ନେଇ ମିଛ କଥା ମଧ୍ୟ କହିଛନ୍ତି।

ଲେଖାଶ୍ରୀ ଆହୁରି କହିଛନ୍ତି, ସର୍ବପ୍ରଥମେ ବିଧାନସଭାରେ ମିଛ କହିଥିବାରୁ ଆମେ ସରକାରଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦାବି କରୁଛୁ। ଦ୍ୱିତୀୟରେ ଶାସକ ଦଳର ମନ୍ତ୍ରୀ, ନେତା, ସାଂସଦ ଓ ମୁଖପାତ୍ରମାନେ ବାରମ୍ବାର ପରୀ ହତ୍ୟା ମାମଲାର ତଦନ୍ତ କୋର୍ଟ ମନିଟର୍ ବୋଲି କହିଆସୁଛନ୍ତି, ଯାହା ଏବେ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ତୃତୀୟରେ ଡିଜି ପୁଲିସ୍ ମଧ୍ୟ ଏକ ଲିଖିତ ପ୍ରେସ୍ ରିଲିଜରେ କହିଲେ ଯେ SIT ତଦନ୍ତ ହେଉଛି କୋର୍ଟ ମନିଟର୍। ତେଣୁ ଲୋକଙ୍କ ଆଗରେ ଏଭଳି ମିଛ ଖବର ଦେଇଥିବାରୁ ଆମେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ଏହାଛଡ଼ା ଶେଷରେ ଏମାନେ ହାଇକୋର୍ଟ ନାଁ ନେଇ SIT ତଦନ୍ତ ଉଚ୍ଚ ନ୍ୟାୟାଳୟ କରୁଥିବା କହିଛନ୍ତି। ତେଣୁ ଆମେ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି କହିଛନ୍ତି ଲେଖାଶ୍ରୀ।

ଲେଖାଶ୍ରୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ବିଭିନ୍ନ ସମୟରେ ବିଜୁ ଜନତା ଦଳର କଥାରେ ହଁ ଭରି ପରୀ ମାମଲାରେ SIT ତଦନ୍ତକୁ କୋର୍ଟ ମନିଟର୍ କରୁଥିବା କହିଛି। ତେଣୁ ଏହି ତଦନ୍ତକୁ ବାଟବଣା କରିବା ପାଇଁ ବିଜୁ ଜନତା ଦଳ ସହ କଂଗ୍ରେସ ସାମିଲ୍‌ ଅଛି। ପରୀକୁ ନ୍ୟାୟ ଦେବା ପାଇଁ ଏବେ ଆମର ନା SIT ନା ରାଜ୍ୟ ସରକାରଙ୍କ ଉପରେ ଭରସା ଅଛି। ଏମାନେ ସମସ୍ତେ ପରୀକୁ ନ୍ୟାୟ ନମିଳିବା ପାଇଁ ମିଳିମିଶି ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ସିବିଆଇ ତଦନ୍ତ ପାଇଁ ଆମେ ଦାବି କରୁଛୁ।

ସୂଚନାଯୋଗ୍ୟ, ପରୀ ମାମଲା ସଂପର୍କରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେଲେ ହେମନ୍ତଙ୍କ ଆବେଦନର ଉତ୍ତର ଚଳିତ ମାସ ୬ ତାରିଖରେ ହାଇକୋର୍ଟରୁ ଆସିଛି। ଯେଉଁଥିରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ରାଜ୍ୟ ସରକାର ସିଟିଂ ଜଜ୍ ନିଯୁକ୍ତି ପାଇଁ କୌଣସି ଚିଠି ଲେଖିନାହାନ୍ତି।

ପରୀ ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଗଠନ କରିଥିଲେ। ରାଜ୍ୟ ସରକାର ତା’ ସହ ଏସଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ମଧ୍ୟ ଦେଇଥିଲେ ବୋଲି ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story