ବିଜେପି କର୍ମୀଙ୍କୁ ହତ୍ୟା, ଛେଣ୍ଡିପଦା ଗସ୍ତ କରିବ ବିଧାୟକଙ୍କ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଂଚଳ ବିଜେପି କର୍ମୀ ସାଗର ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତାକାଲି ବିଜେପି ବିଧାୟକଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିରୋଧୀ ରାଜନୀତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକ ସୁବାଷ […]

dharmendra-pradhan

dharmendra-pradhan

Ordigital Desk
  • Published: Saturday, 16 April 2022
  • Updated: 16 April 2022, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଂଚଳ ବିଜେପି କର୍ମୀ ସାଗର ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତାକାଲି ବିଜେପି ବିଧାୟକଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିରୋଧୀ ରାଜନୀତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକ ସୁବାଷ ପାଣିଗ୍ରାହୀ, ଭବାନୀ ଭୋଇ ଓ ଶଙ୍କର ଓରାମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସନ୍ତାକାଲି ରବିବାର ମୃତ ବିଜେପି କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଭେଟି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ । ଏପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅସହିଷ୍ଣୁତାର ରାଜନୀତିକ ହିଂସା ଘଟାଉଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଲିସ ଓ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ। ଅନୁଗୋଳ ଜିଲ୍ଲାରେ ନିବାଚନୀ ପରବର୍ତ୍ତୀ ହିଂସା ଓ ଛେଣ୍ଡିପଦା ଅଂଚଳର ବିଜେପି କର୍ମୀ ସାଗର ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ମର୍ମାହତ କରିଛି। ପଂଚାୟତ ଓ ପୌର ନିର୍ବାଚନ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ରାଜନୀତିକ ହିଂସା ଥମିବାର ନାଁ ନେଉନାହିଁ । ଯାହାକି ଓଡ଼ିଶା ପାଇଁ ଚିନ୍ତାର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେପି ବିଧାୟକଙ୍କ ଆଉ ଏକ ଟିମ୍ ଆସନ୍ତାକାଲି ରବିବାର କେନ୍ଦୁଝରର ଯୋଡ଼ା ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ସହ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ସଙ୍ଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos