ଠାକୁରଙ୍କ ସମ୍ପତ୍ତି ଓ ସମ୍ବିଧାନର ସୁରକ୍ଷା କରିବାରେ ମୁଖ୍ୟମନ୍ତ୍ରୀ ବିଫଳ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ପାଳି ସରକାର ଗଠନବେଳେ ଈଶ୍ୱରଙ୍କ ନାଁରେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶର ସମ୍ବିଧାନ ଓ ଠାକୁରଙ୍କ ସମ୍ପତ୍ତିକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବିନା ପକ୍ଷପାତରେ କାର୍ଯ୍ୟ କରିବାକୁ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଈଶ୍ୱରଙ୍କର ସମ୍ପତ୍ତିିର ସୁରକ୍ଷା କି ସଂମ୍ବିଧାନିକ […]

Image of Odisha Congress bhawan

Image of Odisha Congress bhawan

Ordigital Desk
  • Published: Monday, 31 January 2022
  • Updated: 31 January 2022, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ପାଳି ସରକାର ଗଠନବେଳେ ଈଶ୍ୱରଙ୍କ ନାଁରେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶର ସମ୍ବିଧାନ ଓ ଠାକୁରଙ୍କ ସମ୍ପତ୍ତିକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବିନା ପକ୍ଷପାତରେ କାର୍ଯ୍ୟ କରିବାକୁ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଈଶ୍ୱରଙ୍କର ସମ୍ପତ୍ତିିର ସୁରକ୍ଷା କି ସଂମ୍ବିଧାନିକ ବିଧିବ୍ୟବସ୍ଥାର ସୁରକ୍ଷା ଦେଇପାରୁନାହାନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ ଜଣେ ବେସରକାରୀ ବ୍ୟକ୍ତିଙ୍କ ନାମରେ କିଭଳି ନାମିତ କରାଗଲା ଓ ଏଭଳି ଚଂଚକତା କରିବାରେ କେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି କଂଗ୍ରେସ ପ୍ରଶ୍ନ କରିଛନ୍ତି।

ରାଜସ୍ୱ ବିଭାଗର ପ୍ରମୁଖ ସଚିବ ୨୦୨୦ ସେପ୍ଟେମ୍ବର ୨୩ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଜଣେ ବେସରକାରୀ ବ୍ୟକ୍ତିଙ୍କର ନାମରେ ବେଆଇନ ଭାବେ ରେକର୍ଡଭୁକ୍ତ ହୋଇଥିବା ଓ ରେକର୍ଡର ସଂଶୋଧନ ସହ କ୍ରାଇମବ୍ରାଂଚଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଖୋର୍ଦ୍ଧା ଜିଲ୍ଲାପାଳ କ୍ରାଇମବ୍ରାଂଚ ପାଖରେ ଅଭିଯୋଗ କରିଛନ୍ତି କି ? ଯଦି କରିନାହାନ୍ତି ତେବେ କାହାର ସୁରକ୍ଷା ପାଇଁ ଓ କାହା ନିର୍ଦ୍ଦେଶରେ? ଯଦି କ୍ରାଇବ୍ରାଂଚ ପାଖରେ ଅଭିଯୋଗ ହୋଇଛି ତା’ହେଲେ ଫୌଜଦାରୀ ମୋକଦ୍ଦମା ରୁଜୁ କରି ଜମି ହଡ଼ପ କରିଥିବା ଓ ଷଡ଼ଯନ୍ତ୍ରକାରୀ ମାନଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି କି? ଯଦି କରି ନାହିଁ ତେବେ ତା’ର କାରଣ କ’ଣ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି । ଜଣେ ପ୍ରଭାବଶାଳୀ ଖଣି ମାଫିଆଙ୍କ ଦ୍ୱାରା ପ୍ରଭୁ ଲିଙ୍ଗରାଜଙ୍କର ଜମି ହଡ଼ପ ଉଦ୍ୟମ ଯୋଗୁଁ ସେହି ବ୍ୟକ୍ତିକୁ ରାଜ୍ୟ ପୁଲିସ କିମ୍ବା କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ଗିରଫ କରିବାର ସାହାସ କରିପାରିନାହିଁ । ଏହି ଘଟଣାରେ ସଂପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ, ରାଜସ୍ୱ ଅଧିକାରୀ ଓ ତାଙ୍କୁ ସୁରକ୍ଷା ଦେଉଥିବା ସମସ୍ତ ସୁରକ୍ଷାଦାତାଙ୍କୁ କେବେସୁଦ୍ଧା ଗିରଫ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କଠୁ କଂଗ୍ରେସ ସ୍ପଷ୍ଟୀକରଣ ଦାବି କରୁଛି ବୋଲି ସେ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ସୁନ୍ଦର ଦାସ ଓ ହଳଧର ସେଠୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story