ପୌର ଭୋଟ୍‌: କାହିଁକି ବ୍ୟାକଫୁଟରେ ବିଜେପି ଓ କଂଗ୍ରେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଦ୍ୟସମାପ୍ତ ପଂଚାୟତ ନିର୍ବାଚନର ଫଳାଫଳ ଏବଂ ଏବେ ଚାଲିଥିବା ପୌର ନିର୍ବାଚନର ଦୁର୍ବଳ ପରିଚାଳନା ହିଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତାକୁ ପଦାରେ ପକାଇଛି । ଯାହାକି ଶାସକ ବିଜେଡିକୁ ଖୋଲା ମଇଦାନରେ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଆଣିଦେଇଛି । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ନିଜର ଟ୍ରମ୍ପକାର୍ଡ ଓ ପୋଷ୍ଟରବଏ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନଓହ୍ଲାଇ ଏକପାଖିଆ ସଫଳତା ଚାହୁଁଥିବାବେଳେ […]

BJP-and-Congress

BJP-and-Congress

Ordigital Desk
  • Published: Friday, 18 March 2022
  • Updated: 18 March 2022, 09:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଦ୍ୟସମାପ୍ତ ପଂଚାୟତ ନିର୍ବାଚନର ଫଳାଫଳ ଏବଂ ଏବେ ଚାଲିଥିବା ପୌର ନିର୍ବାଚନର ଦୁର୍ବଳ ପରିଚାଳନା ହିଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତାକୁ ପଦାରେ ପକାଇଛି । ଯାହାକି ଶାସକ ବିଜେଡିକୁ ଖୋଲା ମଇଦାନରେ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଆଣିଦେଇଛି । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ନିଜର ଟ୍ରମ୍ପକାର୍ଡ ଓ ପୋଷ୍ଟରବଏ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନଓହ୍ଲାଇ ଏକପାଖିଆ ସଫଳତା ଚାହୁଁଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ନିଜର ହେଭିୱେଟ୍ ନେତାଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିଛନ୍ତି । ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ସରକାର ବିରୁଦ୍ଧରେ ଜନଆକ୍ରୋଶ ରହିଥିଲେ ମଧ୍ୟ ବିରୋଧୀ ଦଳ ଏଥିରୁ ଫାଇଦା ନେବା ପରିବର୍ତ୍ତେ ବିଜେଡି ଆଗରେ ଏକପ୍ରକାର ଆତ୍ମସମର୍ପଣ କରିଦେଇଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ପଂଚାୟତ ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ହେଭିୱେଟ୍ ନେତାଙ୍କୁ ମଇଦାନକୁ ଓହ୍ଲାଇ ନଥିଲେ । ରାଜ୍ୟରେ ବିଜେଡି ସରକାର ପ୍ରତି ଆକ୍ରୋଶ ରହିଥିଲେ ମଧ୍ୟ ତା’ର ଫାଇଦା ମୁଖ୍ୟ ବିରୋଧୀ ଦଳ ବିଜେପି କିମ୍ବା କଂଗ୍ରେସ ନେବାକୁ ସକ୍ଷମ ହୋଇନାହାନ୍ତି । ଯେଉଁଥିପାଇଁ ପଂଚାୟତ ନିର୍ବାଚନ ଫଳାଫଳ ଏକପାଖିଆ ବିଜେଡି ସପକ୍ଷରେ ଗଲା । ବିଜେପି ଓ କଂଗ୍ରେସ ନିଜର ସମ୍ମାନ ରକ୍ଷା କରିବାରେ ଫେଲ୍ ମାରିଲେ । ପୌର ନିର୍ବାଚନରେ ବିଜେପି ନିଜର ହେଭିୱେଟ୍ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ପୂର୍ବରୁ ଘୋଷଣା କରିଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ରାଜ୍ୟ ବିଜେପି ସୂଚନା ଦେଇଥିଲା । କିନ୍ତୁ ଏହି ବରିଷ୍ଠ ନେତାମାନେ ସେମାନଙ୍କୁ ଆବଣ୍ଟିତ ରାଜ୍ୟ(ପ୍ରଭାରୀ ଦାୟିତ୍ୱରେ ଅଛନ୍ତି)ରେ ସରକାର ଗଠନ ପ୍ରକ୍ରିୟାରେ ବ୍ୟସ୍ତ ରହିଥିବାରୁ ସେମାନେ ପୌର ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବାର ସମ୍ଭାବନା କ୍ଷୀଣ ବୋଲି ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି । ରାଜ୍ୟ ଓ ସ୍ଥାନୀୟ ନେତୃତ୍ୱଙ୍କୁ ନେଇ ପୌର ନିର୍ବାଚନରେ ବିଜେପି ନିଜର ପ୍ରଚାରକୁ ଜୋରଦାର କରାଯାଉଛି ବୋଲି ସେ କହିଛନ୍ତି ।

କଂଗ୍ରେସ ମଧ୍ୟ ଅନୁରୂପ ଭାବେ ପ୍ରଚାର ମଇଦାନରେ ହେଭିୱେଟଙ୍କୁ ଓହ୍ଲାଇବାକୁ ଚାହିଁନି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ଥିବାରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁନଥିବାବେଳେ ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ପ୍ରଚାର ପାଇଁ ଆଗକୁ ଆସୁନାହାନ୍ତି । ଦଳର ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀ ମଧ୍ୟ ପୌର ନିର୍ବାଚନ ପ୍ରଚାରରେ ସାମିଲ ହୋଇନାହାନ୍ତି । ଯଦିଓ ଏହି ନେତାମାନଙ୍କ ନାଁ ପ୍ରଚାର ତାଲିକାରେ ରହିଛି । ସ୍ଥାନୀୟ ଦଳୀୟ ନେତାମାନଙ୍କ ଭରସାରେ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀଙ୍କ ଜିତିବାକୁ ଲକ୍ଷ୍ୟ ରଖିଛି ।

ତେବେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ଗଣିତ ହିଁ ରାଜ୍ୟରେ ବିଜେପିକୁ ଏକପ୍ରକାର ନିରସ୍ତ୍ର କରିଦେଇଛି ତଥା ବିଜେଡିକୁ ଖୋଲା ମଇଦାନରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି କରାଇଛି । ଭୁବନେଶ୍ୱରରେ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ସଚେତନ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେପି ଏଠାରେ ରାଜନୀତିକ ଫାଇଦା ଉଠାଇବାର ଯଥେଷ୍ଟ ସୁଯୋଗ ରହିଛି । ତା’ଛଡ଼ା ଦଳର ସାଂସଦ ତଥା ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଏହା ମଧ୍ୟ ସମ୍ମାନର ପ୍ରଶ୍ନ । କିନ୍ତୁ ବିଜେପି ଯେଉଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଛି ସେଥିରୁ ଦଳ ପ୍ରଥମରୁ ହିଁ ଲଢ଼ିବା ମୁଡରେ ନଥିବା ଆଶଙ୍କା କରାଯାଉଛି ।

ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ସୁନୀତି ମୁଣ୍ଡଙ୍କୁ ଆଣି ବିଜେପି ଭୁବନେଶ୍ୱରରେ ମେୟର ପ୍ରାର୍ଥୀ କରିବା ଭଳି ଏତେ ବଡ଼ ରିସ୍କ କିଭଳି ନେଲା ତାକୁ ନେଇ ବି ଆଶଙ୍କା ଲାଗି ରହିଛି । ଭୁବନେଶ୍ୱର ଭଳି ପ୍ରତିଷ୍ଠିତ ମହାନଗର ନିଗମକୁ ବିଜେପି ଯେଉଁ ଢଙ୍ଗରେ ଲଢ଼ିବା ଦରକାର ସେପରି କରୁନଥିବା ଦେଖିବାକୁ ମିଳୁଛି । ଧର୍ମେନ୍ଦ୍ର, ବୈଜୟନ୍ତଙ୍କ ଭଳି ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କର୍ମୀଙ୍କ ମଧ୍ୟରେ ଜୋସ୍ ବଢ଼ିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ବି ବଢ଼ି ପାରିଥାନ୍ତା । ମାତ୍ର ସେଭଳି ହେଲାନି । ପଂଚାୟତ ନିର୍ବାଚନର ବିଫଳତାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଖୋଜିବାରେ ବିଜେପି ଉଦ୍ୟମ କରିନି କି କର୍ମୀଙ୍କ ଜୋସ୍ ବୃଦ୍ଧି ପାଇଁ ଠୋସ୍ ପଦକ୍ଷେପ ବି ନେଇନି । ଓଲଟା ବିଜେପି ଓ କଂଗ୍ରେସର ଏଭଳି ଦୁର୍ବଳ ନିର୍ବାଚନୀ ରଣନୀତି ପରୋକ୍ଷରେ ତୀବ୍ର ଗୋଷ୍ଠୀକନ୍ଦଳ ଥିବା ସତ୍ତ୍ୱେ ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ବରଦାନ ସାବ୍ୟସ୍ତ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେତେବେଳେ ବିଜେଡିର ସହଯୋଗ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅତ୍ୟନ୍ତ ଜରୁରୀ ହେବ । ଏନଡିଏଠୁ ପୂର୍ବରୁ ଶିବସେନା ଓ ଅକାଳୀ ଦଳ ଦୂରେଇ ଯାଇଥିବାରୁ ବିଜେପି ପାଇଁ ଏବେ ଜାତୀୟ ରାଜନୀତିରେ ବିଜେଡି ଏକ ବିଶ୍ୱସ୍ତ ସହଯୋଗୀ ପାଲଟିଛି, ଯିଏକି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୨୦୧୪ ମସିହାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହଯୋଗ ଦେଇଆସିଛି । ତେଣୁ ସମ୍ଭବତଃ ବିଜେପି ନେତୃତ୍ୱ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ତୁଳନାରେ ଜାତୀୟ ରାଜନୀତିର ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଇ ବିଜେଡି ସହ ଭିତରି ବୁଝାମଣାରେ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story