ଆଶୀର୍ବାଦ ଯୋଜନା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ନିଜର ପିତାମାତା ହରାଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ଆଶୀର୍ବାଦ’ ଯୋଜନାକୁ ସେପ୍ଟେମ୍ବର ୧୫ତାରିଖରୁ ବନ୍ଦ କରିଦେବା ପ୍ରସଙ୍ଗରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଆଶୀର୍ବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡ଼ିଶାର ଶିଶୁମାନଙ୍କୁ ଉପେକ୍ଷିତ କରିଛନ୍ତି ଓ ଏହା ଏକ ବଡ଼ ସ୍କାମ ବୋଲି ବିଜେପି ଅଭିଯୋଗ କରିଥିବାବେଳେ କରୋନାରେ ଅନାଥ ପିଲାଙ୍କ ପ୍ରତି ଏହା […]

bjp-congress

bjp-congress

Ordigital Desk
  • Published: Thursday, 16 September 2021
  • Updated: 16 September 2021, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ନିଜର ପିତାମାତା ହରାଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ଆଶୀର୍ବାଦ’ ଯୋଜନାକୁ ସେପ୍ଟେମ୍ବର ୧୫ତାରିଖରୁ ବନ୍ଦ କରିଦେବା ପ୍ରସଙ୍ଗରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଆଶୀର୍ବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡ଼ିଶାର ଶିଶୁମାନଙ୍କୁ ଉପେକ୍ଷିତ କରିଛନ୍ତି ଓ ଏହା ଏକ ବଡ଼ ସ୍କାମ ବୋଲି ବିଜେପି ଅଭିଯୋଗ କରିଥିବାବେଳେ କରୋନାରେ ଅନାଥ ପିଲାଙ୍କ ପ୍ରତି ଏହା ନବୀନ ସରକାରର ଉପହାସ ବୋଲି କଂଗ୍ରେସ କହିଛି।

କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁନ ୨୦ରେ ଘୋଷଣା କଲେ । ମାତ୍ର ଏହି ଯୋଜନା ଘୋଷଣା କରିବାର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ଏପର୍ଯ୍ୟନ୍ତ ୩୧ ହଜାର ପିଲା ଅଭିଭାବକମାନଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ୨୦ ହଜାର ପିଲା ଅପେକ୍ଷାରେ ଅଛନ୍ତି । ଓଡ଼ିଶାର କରୋନା ଅନାଥ ପିଲାଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ । ଏବେ ସରକାର କହୁଛନ୍ତି ଆର୍ଥିକ ସଂକଟ ପାଇ ଏ ନିଷ୍ପତ୍ତି ନେବାକୁ ପଡ଼ୁଛି। ବିଜୁ ଯୁବ ବାହିନୀ, ମୋ ସାଇକେଲ ଆଦି ନାଁରେ କୋଟିକୋଟି ଟଙ୍କା ନଷ୍ଟ କରୁଥିବା ସରକାର ଅନାଥ ପିଲାଙ୍କ ପାଇଁ ଟଙ୍କାର ଅଭାବ ଦେଖାଇବା ଅତ୍ୟନ୍ତ ଦୁଃଖଦାୟକ କଥା। ତେଣୁ ବାକିଥିବା ଅନାଥ ପିଲାମାନଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବାକୁ କଂଗ୍ରେସ ଦାବି କରୁଛି।

ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି ଯେ, ଆଶୀର୍ବାଦ ଯୋଜନାର ସବୁଠୁ ବଡ ସ୍କାମ୍ ହେଉଛି ଏହା ଏକ ମିଥ୍ୟା ଯୋଜନା। ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ସରକାର । ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ନୂଆ ନୂଆ ମିଥ୍ୟା କଥା କହୁଛନ୍ତି । ଯେତେବେଳେ କରୋନା ଭଳି ଭୟଙ୍କର ମହାମାରୀ ବିଶ୍ୱକୁ ଘାରିଲା ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁ ମାନଙ୍କ ପାଇଁ ଆର୍ଥିକ ସହାୟତାର ଗୋଟିଏ ବିସ୍ତୃତ ଯୋଜନା। ୧୮ବର୍ଷ ପରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ତାଙ୍କୁ ୧୦ଲକ୍ଷ ଟଙ୍କାର ଗୋଟିଏ କର୍ପସ୍ ଫଣ୍ଡ ମିଳିବ ଏହି ସବୁ ବ୍ୟବସ୍ଥା ପାଇଁ ପିଏମ କେୟାରସ୍ ଫଣ୍ଡ୍‌ରୁ ଅର୍ଥ ଆସିବ । ସାଙ୍ଗେ ସାଙ୍ଗେ ଏହି ଘୋଷଣାକୁ ଦେଖି ଓଡିଶାର ୨୧ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଲାଳ ଗଡ଼ିଲା ଯେ ସେ ବି ଓଡ଼ିଶାବାସୀଙ୍କଠୁ ପୁଣି ବାହାବା ଆଶାରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ । ମାସିକ ୧୫୦୦ରୁ ୨୫୦୦ଟଙ୍କା ଦେବେ ବୋଲି ଏହି ଯୋଜନାରେ କହିଥିଲେ । କିନ୍ତୁ ଅଚାନକ ସେପ୍ଟେମ୍ବର ୧୫ରୁ ଏହି ଯୋଜନାକୁ ବନ୍ଦ କରିଦେବା ପାଇଁ ଘୋଷଣା କଲେ । ତେବେ ବିଜେପି ଜାଣିବାକୁ ଚାହୁଁଛି ଯେ, ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତ୍ୟୁ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତିି କି? ଯଦି ସେମିତି କଥା ତେବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଯେ ସେପ୍ଟେମ୍ବର ୧୫ରୁ ଓଡ଼ିଶା କରୋନା ମୁକ୍ତ ହେଲା। ‘ଆର୍ଶିବାଦ’ କେବଳ ନାରେ କହିଲେ ହେବନାହିଁ ସେତିକି ମାନସିକତା ରାଜ୍ୟ ସରକାରଙ୍କର ରହିବା ଦରକାର । ଏହି ଯୋଜନାରେ କେତେ ପିଲା ସାମିଲ ହୋଇଛନ୍ତି, ଟଙ୍କା କେଉଁଠୁ ଆସିଛି ତାହା ବି ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିବାକୁ ଦଳ ପଛାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos