ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀଙ୍କ ଚିଟଫଣ୍ଡ ଲିଙ୍କ: କଂଗ୍ରେସ; ଟଙ୍କା ବାଣ୍ଟୁଛି ବିଜେଡି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ତାରିଖରେ ପୌର ଓ ମହାନଗର ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ କଂଗ୍ରେସ ଓ ବିଜେପି ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ମହାନଗର ପାଇଁ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ଚିଟଫଣ୍ଡ ଲିଙ୍କ୍ ଥିବା ନେଇ ଅଭିଯୋଗ ଆଣିଥିବାବେଳେ ବିଜେଡି ପ୍ରାର୍ଥୀ ଭୋଟ୍ ପାଇଁ ଟଙ୍କା ବଂଟନ କରୁଥିବାର ତଥ୍ୟପ୍ରମାଣ ସହ ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଛି। କଂଗ୍ରେସ ମୁଖପାତ୍ର […]

BJP-and-Congress

BJP-and-Congress

Ordigital Desk
  • Published: Tuesday, 22 March 2022
  • Updated: 23 March 2022, 10:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ତାରିଖରେ ପୌର ଓ ମହାନଗର ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ କଂଗ୍ରେସ ଓ ବିଜେପି ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ମହାନଗର ପାଇଁ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ଚିଟଫଣ୍ଡ ଲିଙ୍କ୍ ଥିବା ନେଇ ଅଭିଯୋଗ ଆଣିଥିବାବେଳେ ବିଜେଡି ପ୍ରାର୍ଥୀ ଭୋଟ୍ ପାଇଁ ଟଙ୍କା ବଂଟନ କରୁଥିବାର ତଥ୍ୟପ୍ରମାଣ ସହ ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଛି।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଚିଟଫଣ୍ଡରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଭୁବନେଶ୍ୱରର ବସ୍ତି ବାସିନ୍ଦା। କିନ୍ତୁ ଚିଟଫଣ୍ଡ ଲିଙ୍କରେ ନିଜେ ବିଜେଡିର ମେୟର ପ୍ରାର୍ଥିନୀ ଥିବାରୁ ତାଙ୍କଠୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିବା ଆଶା କ୍ଷୀଣ। ଭୁବନେଶ୍ୱରରେ ବିଜେଡି ମେୟର ପ୍ରାର୍ଥିନୀ ଗୋଟିଏ ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ପରିଚାଳିତ ଏକ ଗଣମାଧ୍ୟମ ସଂସ୍ଥାରୁ କେତେ ଟଙ୍କା ନେଇଛନ୍ତି, ସଂପୃକ୍ତ ସଂସ୍ଥା ସହ ତାଙ୍କର ଆଉ କ’ଣ ଲିଙ୍କ୍ ଥିଲା ତାହା ସାର୍ବଜନୀନ କରନ୍ତୁ। ଅତୀତରେ ଜଣେ ଲେଖକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ପରିଚାଳିତ ସାହିତ୍ୟ ସଂସଦରୁ ନେଇଥିବା ଟଙ୍କା ନୈତିକତା ଦୃଷ୍ଟିରୁ ଫେରାଇ ଦେଇଥିଲେ। ସେହିପରି ଏହି ବିଜେଡି ନେତ୍ରୀ ନୈତିକତା ଦୃଷ୍ଟିକୋଣରୁ ନିଜେ ନେଇଥିବା ଚିଟଫଣ୍ଡ କମ୍ପାନୀର ଅର୍ଥ ଫେରସ୍ତ କରିବେ କି? ଚିଟଫଣ୍ଡ ଲିଙ୍କରେ ସଂପୃକ୍ତ ଥିବା ଏହି ନେତ୍ରୀ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ କିପରି ନ୍ୟାୟ ଦେବେ ସେନେଇ ବିଜେଡି ସ୍ପଷ୍ଟୀକରଣ ଦେଉ ବୋଲି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର ଦାବି କରିଛନ୍ତି । କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ ରଜନୀ ମହାନ୍ତି ଓ ବିଶ୍ୱଭୂଷଣ ମହାପାତ୍ର ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଭୋଟ ହାତେଇବାକୁ ବିଜେଡି ଟଙ୍କା ବାଂଟୁଛି ବୋଲି ତଥ୍ୟପ୍ରମାଣ ସହ ଅଭିଯୋଗ କରିଛି । ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ଜାଗମରା ଅନ୍ତର୍ଗତ ୬୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନି ରୁନୁ ଜେନା ସ୍ପଷ୍ଟ ଦିବାଲୋକରେ ଟଙ୍କା ବାଂଟିବା ହେଉଛି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । ଏନେଇ ନିର୍ବାଚନ କମିଶନରଙ୍କୁ ତଥ୍ୟପ୍ରମାଣ ପ୍ରଦାନ କରାଯାଇଛି । ଏହି ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଦାବି କରିଛି । ବିଜେପି ଅଭିଯୋଗ କରିଛି ଯେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ ଉପରେ ନିଷେଧାଦେଶ ବଳବତ୍ତର ଥିବାବେଳେ ବିଜେଡିର ମନ୍ତ୍ରୀ ଓ ନେତାମାନେ ଏହାର ଖୋଲା ଉଲ୍ଲଂଘନ କରୁଛନ୍ତି । ବିଜେପିର ଏହି ପ୍ରତିନିଧି ଦଳରେ ଜୟନ୍ତ ଜେନା, ସିଦ୍ଧାର୍ଥ ଶଙ୍କର ପତି, ସୁଚରିତା ଜେନାମଣି ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story