ସୁଧୁରିବନି କଂଗ୍ରେସ: ତଳିତଳାନ୍ତ ପରେ ବି ଚାଲିଛି ବୟାନବାଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାର ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସଂଗଠନକୁ ଜୀବନ୍ୟାସ ଦେଇ ଅଧିକ କ୍ରିୟାଶୀଳ କରିବା ଦିଗରେ ରାଜ୍ୟର କଂଗ୍ରେସ ନେତାମାନଙ୍କ ମଧ୍ୟରେ ଆନ୍ତରିକତା ନଥିବା ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ସଂଗଠନର କଳେବର ବୃଦ୍ଧି ପରିବର୍ତ୍ତେ ଦିନକୁ ଦିନ ତଳିତଳାନ୍ତ ହେବାରେ ଲାଗିଛି । ଆଉ ଏପଟେ ଦଳର ନେତାମାନେ ପରସ୍ପରକୁ ଗଣମାଧ୍ୟମରେ ସମାଲୋଚନା କରି ନିଜର ରାଜନୀତିକ ଅସ୍ତିତ୍ୱ […]

Image of Odisha Congress bhawan

Image of Odisha Congress bhawan

Ordigital Desk
  • Published: Thursday, 17 March 2022
  • Updated: 17 March 2022, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାର ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସଂଗଠନକୁ ଜୀବନ୍ୟାସ ଦେଇ ଅଧିକ କ୍ରିୟାଶୀଳ କରିବା ଦିଗରେ ରାଜ୍ୟର କଂଗ୍ରେସ ନେତାମାନଙ୍କ ମଧ୍ୟରେ ଆନ୍ତରିକତା ନଥିବା ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ସଂଗଠନର କଳେବର ବୃଦ୍ଧି ପରିବର୍ତ୍ତେ ଦିନକୁ ଦିନ ତଳିତଳାନ୍ତ ହେବାରେ ଲାଗିଛି । ଆଉ ଏପଟେ ଦଳର ନେତାମାନେ ପରସ୍ପରକୁ ଗଣମାଧ୍ୟମରେ ସମାଲୋଚନା କରି ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବାକୁ ପ୍ରୟାସ କରିବାରେ ଲାଗିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛୁକ ବୋଲି ବାରମ୍ବାର ନିରଞ୍ଜନ କହୁଥିଲେ ମଧ୍ୟ ସଂଗଠନକୁ ସୁଧାରିବା ଦିଗରେ ପଦକ୍ଷେପ ନେବାରେ ସକ୍ଷମ ହୋଇପାରିନାହାନ୍ତି ।

ନିରଞ୍ଜନଙ୍କ ନେତୃତ୍ୱକୁ ପରୋକ୍ଷରେ ସମାଲୋଚନା ସହ ତାଙ୍କର ଅପାରଗତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ଦଳୀୟ ସଂଗଠନକୁ ଚଳଚଂଚଳ କରିବାକୁ ଯିଏ ଚାହିଁବ ସିଏ କରିବ। ଇଚ୍ଛା ଶକ୍ତି ନଥିଲେ ସଂଗଠନ ଚଳଚଂଚଳ କରିହେବନି। ପଦବୀରେ ରହି ଦାୟିତ୍ୱ ନେବାକୁ ନେତା ନାରାଜ ହେଉଛନ୍ତି । ଦଳକୁ ସଂଗଠିତ କରିବା ହେଉଛି ଲୋକଙ୍କ ଇଚ୍ଛା କିନ୍ତୁ ନେତା ଲଗାମଛଡ଼ା ।

୨୦୧୪ ନିର୍ବାଚନ ସରିବା ପରେ ସେ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବିଧାନସଭା ନିର୍ବାଚନ ଶେଷ ହୋଇଥିବା ୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେବା ଏକ ଭଲ ପଦକ୍ଷେପ । ଏହା ଦ୍ୱାରା କଂଗ୍ରେସ ଆଗକୁ ସଂଗଠିତ ହୋଇ କାମ କରିପାରିବ । ତେବେ ଓଡ଼ିଶାରେ ଦଳର ଶୋଚନୀୟ ପରାଜୟ ସତ୍ତ୍ୱେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାହିଁକି ଇସ୍ତଫା ଦେଉନାହାନ୍ତି ସେ ବିଷୟରେ କିଛି କହିପାରିବେ ନାହିଁ ବୋଲି ଜୟଦେବ ସ୍ପଷ୍ଟ କରିବା ସହ ପିସିସି ସଭାପତି ଦାୟିତ୍ୱ ନେବେନି ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କଂଗ୍ରେସ ବିପର୍ଯ୍ୟୟ ପଛରେ ଦଳର କିଛି ବରିଷ୍ଠ ନେତା ରହିଛନ୍ତି ବୋଲି କହିଛନ୍ତି । ନେତାମାନେ ଦଳର ଆଭିମୁଖ୍ୟ ବୁଝିପାରୁନାହାନ୍ତି । ଏହି ନେତାମାନେ ଦଳରୁ ଦୂରେଇ ଗଲେ ହିଁ ଦଳ ସଂଗଠିତ ହୋଇପାରିବ । ରାହୁଲ ଗାନ୍ଧିଙ୍କୁ ବିଜେପି ନେତୃତ୍ୱ ସମାଲୋଚନା କରୁଛନ୍ତି । କିନ୍ତୁ କାହିଁକି ସମାଲୋଚନା କରାଯାଉଛି ତାହା ବୁଝିବାରେ ଆମ ନେତାମାନେ ବିଫଳ ବୋଲି ଶ୍ରୀ କାନୁନଗୋ କହିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆସିଥିବା ଚିଠି ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି ।

ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ତୃଣମୂଳସ୍ତରରୁ ସଂଗଠନ ସୁଦୃଢ଼ ହେବା ଆବଶ୍ୟକ ରହିଛି। ଏବେ ଦଳର ଦାୟିତ୍ୱ ଯୁବକମାନଙ୍କ ଉପରେ ଦେବାର ସମୟ ଆସିଛି । ଦଳ ବିରୋଧୀ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ସୋନିଆ ଗାନ୍ଧି ଏଠାରେ ଯାହାକୁ ଦାୟିତ୍ୱ ଦେବେ ତାକୁ ଗ୍ରହଣ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ନିରଞ୍ଜନଙ୍କ ନେତୃତ୍ୱରେ ଦଳ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଂଚାୟତ ଲଢ଼ିଥିଲେ ମଧ୍ୟ ସଂଗଠନକୁ କ୍ରିୟାଶୀଳ କରାଇବା ଓ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାରେ ନିରଞ୍ଜନ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ଯାହାର ଫଳସ୍ୱରୂପ କଂଗ୍ରେସର ଭୋଟବ୍ୟାଙ୍କ ଏବେ ଦଳଠୁ ଦୂରେଇ ଯାଇଛି । ଆଉ କଂଗ୍ରେସ ରାଜ୍ୟର ଅଧିକାଂଶ ସ୍ଥାନରେ ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story