ମମିତା ମେହେର ହତ୍ୟା: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିର ତଥ୍ୟ ପ୍ରମାଣ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଏକାଧିକ ତଥ୍ୟ ପ୍ରମାଣ ଦେଇ କାହିିଁକି ତାଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛି । ଏହାସହିତ ତଦନ୍ତ ପ୍ରକ୍ରିୟା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇ ପୁଲିସର ଚାର୍ଜସିଟ୍ ଓ ତଦନ୍ତର ନିରପେକ୍ଷତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ହତ୍ୟା ମାମଲାରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାବେଳେ ପୁଲିସ କେବଳ ଦୁଇଜଣଙ୍କୁ […]

Late Mamita Meher, Dibyashankar and Gobinda Sahu

Ordigital Desk
  • Published: Monday, 14 February 2022
  • Updated: 14 February 2022, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଏକାଧିକ ତଥ୍ୟ ପ୍ରମାଣ ଦେଇ କାହିିଁକି ତାଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛି । ଏହାସହିତ ତଦନ୍ତ ପ୍ରକ୍ରିୟା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇ ପୁଲିସର ଚାର୍ଜସିଟ୍ ଓ ତଦନ୍ତର ନିରପେକ୍ଷତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ହତ୍ୟା ମାମଲାରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାବେଳେ ପୁଲିସ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇବା ଓ ଘଟଣା ସହ ଜଡ଼ିତ ଥିବା ସେକ୍ସ ସ୍କାଣ୍ଡାଲର ତଦନ୍ତ ନକରି ଦୋଷୀଙ୍କୁ ଖସାଇ ଦେବାକୁ ଯୋଜନା କରିଛି ବୋଲି କଂଗ୍ରେସ କହିଛି । ହତ୍ୟା ଘଟଣାର ୩ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଶ୍ରୀ ମିଶ୍ର ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ରାୟପୁରରେ ଥିବା ଓ ୧୫ତାରିଖରେ ମନ୍ତ୍ରୀ ଶ୍ରୀ ମିଶ୍ର ଚଣ୍ଡିଗଡ଼ ଗସ୍ତ କରିଥିବାର ଭିଡିଓ କଂଗ୍ରେସ ଆଜି ସାର୍ବଜନୀନ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ନେଇ ମମିତାର ମାତାପିତା ଅଭିଯୋଗ କରିଥିଲେ । କେବଳ ସଂପୃକ୍ତି ନୁହେଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଖସାଇଦେବା ଓ ଘଂଟ ଘୋଡ଼ାଇବା ପଛରେ ଶ୍ରୀ ମିଶ୍ରଙ୍କର ଭୂମିକା ସନ୍ଦେହଜନକ ଥିବା ଅଭିଯୋଗ ହୋଇଥିଲା । ହତ୍ୟାର କାରଣ ମହାଲିଙ୍ଗ କଲେଜରେ ଚାଲୁଥିବା ସେକ୍ସ ସ୍କାଣ୍ଡାଲ ଓ ଏଥିରେ ପ୍ରଭାବଶାଳୀ ଲୋକଙ୍କର ସଂପୃକ୍ତି ସଂପର୍କରେ ପୁଲିସ ଠିକ ଭାବେ ତଦନ୍ତ କରିନାହିଁ । ଏପରିକି ଏହି ଘଟଣାରେ ମନ୍ତ୍ରୀ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ସେତେବେଳେ ଖଣ୍ଡନ କରାଯାଇଥିଲା ।

ମାତ୍ର କଂଗ୍ରେସ ଆଜି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ରାୟପୁରରୁ ଚଣ୍ଡିଗଡ଼ ଗସ୍ତର ଏକ ଭିଡିଓ ଜାରି କରି ତାଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଅକ୍ଟୋବର ୮ ତାରିଖରେ ମମିତାର ହତ୍ୟା ହୋଇଛି । ୯ ତାରିଖରେ ପରିବାରର ଅଭିଯୋଗକୁ କେଅଗାଁ ଥାନା ଗ୍ରହଣ କଲାନି । ୧୧ ତାରିଖରେ ମନ୍ତ୍ରୀ ଭବାନୀପାଟଣା ପଂହଚିଲେ । ୧୨ ତାରିଖରୁ ମନ୍ତ୍ରୀ ଆତ୍ମଗୋପନ କଲେ ।

ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଅନୁସାରେ ମନ୍ତ୍ରୀଙ୍କର ଅକ୍ଟୋବର ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗସ୍ତର ବିବରଣୀକୁ ସାର୍ବଜନୀନ କରାଯାଉ ନାହିଁ । ତାହାହେଲେ ୧୨ ତାରିଖରେ ମନ୍ତ୍ରୀ ଗୋବିନ୍ଦକୁ ନେଇ ରାୟପୁର ଘରେ ଆଶ୍ରୟ ଦେଇଥିଲେ କି? ୧୩ ତାରିଖରେ ସିଦ୍ଧେକେଲା ଥାନା ମକଦ୍ଦମା ରୁଜୁ କରିବା ପରେ ଗୋବିନ୍ଦ ସାହୁଙ୍କୁ ବିଦାକରି ନିଜେ ୧୫ ତାରିଖରେ ରାୟପୁରରୁ ଚଣ୍ଡିଗଡ଼ ପଳାଇଥିଲେ କି? ୧୮ ତାରିଖରେ ମନ୍ତ୍ରୀ ଚଣ୍ଡିଗଡ଼ରୁ ରାୟପୁର ଫେରିବା ପରେ ପୋଲିସ ହାଜତରୁ ଫେରାର ଥିବା ଗୋବିନ୍ଦ ସାହୁ ୧୯ ତାରିଖରେ ଆଖୁ ବିଲରୁ ଧରାପଡ଼ିଲେ ଏହା ସଂଯୋଗ ନା ପ୍ରୟୋଗ ? ମନ୍ତ୍ରୀ ସରକାରୀ କାମରେ ଯାଇଥିଲେ ନା ବ୍ୟକ୍ତିଗତ କାମରେ ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ ? ମନ୍ତ୍ରୀ ଶ୍ରୀ ମିଶ୍ର ଏନେଇ ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି ତ? ରାଜ୍ୟ ସରକାର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ୧୨ରୁ ୨୦ ତାରିଖ ଯାଏ ପର୍ଯ୍ୟନ୍ତ ଗସ୍ତସୂଚୀକୁ କାହିଁକି ଲୁଚେଇ ରଖୁଛନ୍ତି ତାହା କାରଣ କଣ? ମନ୍ତ୍ରୀ ଦୂରରୁ ପୁଲିସ ସାଙ୍ଗରେ ଯୋଗାଯୋଗ ରଖି ଘଟଣାକୁ ଚପାଇ ଦେବା ଉଦ୍ୟମ କରୁଥିଲେ କି?

ଗୃହରାଷ୍ଟ ମନ୍ତ୍ରୀ, ଗୋବିନ୍ଦ ସାହୁ ଓ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କର ମୋବାଇଲ କଲ ରେକର୍ଡ ଯାଂଚ କରାଯାଇଛି କି, ଯଦି ନୁହେଁ ତା’ହେଲେ କାହା ସ୍ୱାର୍ଥରେ? ମମିତା ମେହେରର ପେନଡ୍ରାଇଭ ଓ ମୋବାଇଲକୁ ଯାଂଚ ପରିସରଭୁକ୍ତ କରାଯାଇ ପେନ୍ ଡ୍ରାଇଭରେ ଲୁଚିଥିବା ସେକ୍ସକାଣ୍ଡାଲ ତଥ୍ୟକୁ ଯାଂଚ କରାଯାଇଛି କି? ସେକ୍ସ କାଣ୍ଡାଲରେ ଚଳାଉଥିବା ଅନ୍ୟ ଦୁଇଜଣ ଯୁବତୀକୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ କାହିଁକି? ଏହି ସମ୍ବେଦନଶୀଳ ଦୋଷୀକୁ ଦଣ୍ଡିତ କରିବାପାଇଁ ପୁଲିସ ଉଦ୍ୟମ କରିବା ପରିବର୍ତେ ଦୋଷୀ ଖସିଯିବାପାଇଁ ବାଟ ତିଆରି କରାଯାଇଛି । ମା’କୁ ସମ୍ମାନର ନାରା ଦେଉଥିବା ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଦୁଭାର୍ଗ୍ୟଜନକ । ରାଜ୍ୟ ସରକାର, ପୁଲିସ ପ୍ରଶାସନ ଓ ବିଜେଡି ସରକାରର ବ୍ୟବସ୍ଥା ମମିତା ମେହେରଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହା ସନ୍ଦେହଘେରରେ, ଯାହା ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ଓ ଦୁଃଖଦାୟକ ଘଟଣା । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
ଅବଶ୍ୟ ଏହି ଘଟଣାରେ ଶାସକ ବିଜେଡି କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story