ବିଜେଡି ସାଂସଦଙ୍କ ଘୋଡ଼ା ବେପାର, ସମିତି ସଭ୍ୟଙ୍କ ରେଟ୍ ୨ଲକ୍ଷ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶାସକ ବିଜେଡି ନିଜର କଳବଳ ଲଗାଇ ଜିଲ୍ଲା ପରିଷଦ ଆସନଗୁଡ଼ିକୁ ଏକତରଫା ଦଖଲ କରିଥିବାବେଳେ ଦଳ ଏବେ ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ କିଣାବିକା କରି ବିଭିନ୍ନ ସ୍ଥାନରେ ପଂଚାୟତ ସମିତିକୁ ଦଖଲ କରିବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି । ବିଜେଡିର ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରତ୍ୟେକ ସମିତି ସଭ୍ୟଙ୍କ ରେଟ୍ ୨ଲକ୍ଷ ଟଙ୍କା ସ୍ଥିର କରିଥିବାବେଳେ ପଂଚାୟତ ସମିତିକୁ ଦଖଲ ନିମନ୍ତେ ୩୦ରୁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ […]

Rajashree Mallick

Rajashree Mallick

Ordigital Desk
  • Published: Friday, 11 March 2022
  • Updated: 11 March 2022, 09:50 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶାସକ ବିଜେଡି ନିଜର କଳବଳ ଲଗାଇ ଜିଲ୍ଲା ପରିଷଦ ଆସନଗୁଡ଼ିକୁ ଏକତରଫା ଦଖଲ କରିଥିବାବେଳେ ଦଳ ଏବେ ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ କିଣାବିକା କରି ବିଭିନ୍ନ ସ୍ଥାନରେ ପଂଚାୟତ ସମିତିକୁ ଦଖଲ କରିବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି । ବିଜେଡିର ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରତ୍ୟେକ ସମିତି ସଭ୍ୟଙ୍କ ରେଟ୍ ୨ଲକ୍ଷ ଟଙ୍କା ସ୍ଥିର କରିଥିବାବେଳେ ପଂଚାୟତ ସମିତିକୁ ଦଖଲ ନିମନ୍ତେ ୩୦ରୁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ ଟେପରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ଗଡ଼ ତିର୍ତ୍ତୋଲ ବ୍ଲକର ମୋଟ ୨୯ଟି ପଂଚାୟତ ଥିବାବେଳେ ସେଠାରେ ସାଂସଦ ରାଜଶ୍ରୀ ମଲ୍ଲିକ ଓ ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଛି । ତିର୍ତ୍ତୋଲ ବ୍ଲକକୁ ନିଜ ଦଖଲରେ ରଖିବା ପାଇଁ ତିର୍ତ୍ତୋଲ ପଂଚାୟତ ସମିତିକୁ ହାତେଇବା ପାଇଁ ଉଭୟ ରାଜଶ୍ରୀ ଓ ବିଜୟଶଙ୍କର ଜୋରଦାର ଉଦ୍ୟମ କରିଛନ୍ତି ।

ତିର୍ତ୍ତୋଲ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ୍ କରିବା ପାଇଁ ରାଜଶ୍ରୀ ଏବେ ଗୋଟିଚାଳନା କରୁଥିବାବେଳେ ବିଷ୍ଣୁଙ୍କ ପୁଅ ଅନ୍ୟଜଣେ ବ୍ୟକ୍ତିଙ୍କୁ ଏହି ଆସନରେ ବସାଇବାକୁ ତିର୍ତ୍ତୋଲରେ ଡେରା ପକାଇଛନ୍ତି । ତିର୍ତ୍ତୋଲରେ ବିଜେଡି ସମର୍ଥିତ ଅଧିକାଂଶ ପଂଚାୟତ ସମିତି ସଦସ୍ୟ ଇତିମଧ୍ୟରେ ଭୁବନେଶ୍ୱର ଆସି ସବୁ ଚୂଡ଼ାନ୍ତ କରିସାରିଥିବା ଭାଇରାଲ ହେଉଥିବା ଅଡିଓ ଟେପରେ ସାଂସଦ ଡାକ୍ତର ମଲ୍ଲିକ ସ୍ୱୀକାର କରିଛନ୍ତି । ଏହି ଅଡିଓରେ ସାଂସଦ ଡାକ୍ତର ମଲ୍ଲିକ ଜଣେ ଲେଖାଏଁ ପଂଚାୟତ ସମିତି ସଭ୍ୟଙ୍କୁ ୨ଲକ୍ଷ ଟଙ୍କା ଦିଆଯିବା ଓ ମୋଟ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ହିସାବ ନିଜର ଜଣେ ସହଯୋଗୀଙ୍କୁ ଦେଉଥିବା ଶୁଣିବାକୁ ମିଳିଛି । ଏପରିକି ଅର୍ଥ ଅଭାବରୁ ଜଣେ ସମିତି ସଭ୍ୟ ଏହି ବ୍ଲକ ଚେୟାରମ୍ୟାନ୍ ଦୌଡ଼ରୁ ଦୂରେଇ ରହିଥିବା ସାଂସଦ ଡାକ୍ତର ମଲ୍ଲିକ ସ୍ୱୀକାର କରିବା ସହ ସେ ନିଜେ ମଧ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆଗ୍ରହୀ ଥିବା କହିଛନ୍ତି ।

ସାଂସଦ ଡାକ୍ତର ମଲ୍ଲିକ ଓ ତାଙ୍କ ସହଯୋଗୀଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପରୁ ଜଣାପଡ଼ୁଛି ଯେ, ପଂଚାୟତ ସମିତିକୁ ଦଖଲ ପାଇଁ ପ୍ରାୟ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ । କାହାକୁ କେମିତି କିଣାଯାଇଛି ତାହା ମଧ୍ୟ ଫାଇନାଲ ହୋଇସାରିଛି । ଏବେ କେହି ସମର୍ଥନ ନଦେଲେ ବି ସହଜରେ ତାଙ୍କ ସମର୍ଥିତ ପ୍ରାର୍ଥୀ ନିର୍ବାଚନ ଜିତିବ ବୋଲି ସାଂସଦ ଡାକ୍ତର ମଲ୍ଲିକ ଦମ୍ଭୋକ୍ତି ବାଢ଼ିଛନ୍ତି । ବସ୍ ଯୋଗେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ନେବାକୁ ଯୋଜନା ହୋଇଥିବା ଡାକ୍ତର ମଲ୍ଲିକ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କୁ କିଣାବିକା କରାଯିବାର ସ୍ପଷ୍ଟ ପ୍ରମାଣ(ଭାଇରାଲ ଅଡ଼ିଓ) ରହିଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ କାହିଁକି ନିଜଆଡ଼ୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅବାଧ ନିର୍ବାଚନରେ ପ୍ରତିବନ୍ଧକ ସାଜିଥିବା ଓ ଅର୍ଥ ଦେଇ ନିର୍ବାଚିତ ପ୍ରତିନିଧିଙ୍କୁ ଶାସକ ଦଳର ଜଣେ ସାଂସଦ କିଣିଥିବା ସତ୍ତ୍ୱେ ସମସ୍ତେ ଚୁପ୍ ରହିବା ଗଣତନ୍ତ୍ର ପ୍ରତି ଉପହାସ ପାଲଟିଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟର ୩୧୪ଟି ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଆସନ୍ତାକାଲି ଅର୍ଥାତ ୧୨ତାରିଖରେ ଥିବାବେଳେ ଶାସକ ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଅଧିକାଂଶ ପଂଚାୟତ ସମିତି ହାତଛଡ଼ା ହେବାର ଆଶଙ୍କା ରହିଛି । ଅଧିକାଂଶ ପଂଚାୟତ ସମିତିରେ ବିଜେଡି ହିଁ ବିଜେଡିର ମୁଖ୍ୟ ଶତ୍ରୁ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story