‘ଆୟୁଷ୍ମାନ ଭାରତ’ ଯୋଜନା ତୁରନ୍ତ ଲାଗୁ କରୁ ଓଡ଼ିଶା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରୁଥିବା ବିଜେପି ଆଜି ପୁଣିଥରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଗରିବ ଲୋକଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରୁ ଜାଣିଶୁଣି ବଂଚିତ କରାଯାଉଛି । ତେଣୁ ଏହାକୁ ତୁରନ୍ତ ରାଜ୍ୟବ୍ୟାପୀ ଲାଗୁ କରିବାକୁ ବିଜେପି […]

Samir Mohanty

Samir Mohanty

Ordigital Desk
  • Published: Thursday, 07 April 2022
  • Updated: 07 April 2022, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରୁଥିବା ବିଜେପି ଆଜି ପୁଣିଥରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଗରିବ ଲୋକଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରୁ ଜାଣିଶୁଣି ବଂଚିତ କରାଯାଉଛି । ତେଣୁ ଏହାକୁ ତୁରନ୍ତ ରାଜ୍ୟବ୍ୟାପୀ ଲାଗୁ କରିବାକୁ ବିଜେପି ଦାବି କରିଛି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ମିଶନ ମୋଡରେ ଆରମ୍ଭ କରିଥିବା "ୱାନ ନେସନ, ୱାନ ହେଲଥ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୧୮ ମସିହାରେ ଦେଶବ୍ୟାପୀ ‘ଆୟୁଷ୍ମାନ ଯୋଜନା’ ଆରମ୍ଭ କରିଥିଲେ । ଏହି ଯୋଜନାରେ ସାଧାରଣ ଲୋକଟି ଦେଶର ଯେକୌଣସି ସ୍ଥାନରେ ମାଗଣା ଚିକିତ୍ସା ସୁବିଧା ପାଇପାରିବ । ଆୟୁଷ୍ମାନ ଯୋଜନାରେ ୧୩.୪୪କୋଟି ପରିବାର ତଥା ୬୫କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଓଡ଼ିଶାର ୬୦ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନାରୁ ବଂଚିତ କରାଯାଇଛି । ରାଜ୍ୟର ୧୮ଟି ଜିଲ୍ଲା ମୁଖ୍ୟାଳୟରେ ଆଇସିୟୁ ନାହିଁ । ୧୧୨ଟି ପ୍ରାଥମିକ ଚିକିତ୍ସାଳୟରେ ବିଦ୍ୟୁତ ସଂଯୋଗ ନାହିଁ । ୪୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି ।

ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ସାଂସଦ ମଧ୍ୟ ଓଡ଼ିଶାରେ ଏହି ଯୋଜନା ଲାଗୁ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କଲେନି । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଓଡ଼ିଶାରେ ବିଫଳ ହୋଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଳରେ କିଛି କୋଠାଘର କେବଳ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଗତ ୨୦୨୦ ଅଗଷ୍ଟ ୧୫ତାରିଖରେ ମୋଦୀ ଶୁଭାରମ୍ଭ କରିଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅନ୍ତର୍ଗତ ୧୬,୦୮୫ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି । ଏବେ ୧୭,୧୫୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ ୪ଟି ରାଜ୍ୟ ଆୟୁଷ୍ମାନ ଯୋଜନାକୁ ସ୍ଥାନୀୟ ସରକାର ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିନାହାନ୍ତିିି ବୋଲି ଶ୍ରୀ ମହାନ୍ତି କହିଛନ୍ତିି ।

ବିଜେପି ତରଫରୁ ଦେଶବ୍ୟାପୀ ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି "ସାମାଜିକ ନ୍ୟାୟ ଓ ସେବା’ ପକ୍ଷ ଆରମ୍ଭ ହୋଇଛି । ଏହି ଅବସରରେ ବିଜେପି କର୍ମକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଦାବି କରିଛନ୍ତି ।

ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ପରିଦର୍ଶନ କରି ଉପଭୋକ୍ତା ଏବଂ ରୋଗୀଙ୍କ ସହ ଆଲୋଚନା କରିବା ସହ ଜନ ଔଷଧି କେନ୍ଦ୍ରରୁ ଔଷଧ କିଣିବା ପାଇଁ ସଚେତନ କରାଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶାରଦା ଶତପଥୀ, ଗୋଲକ ମହାପାତ୍ର, ଦିଲୀପ ମଲ୍ଲିକ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story