ବିଜେଡିର ବେଆଇନ କାର୍ଯ୍ୟକୁ ସହଯୋଗ କରୁଛି ପ୍ରଶାସନ, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର ପାଇଁ ଶାସକ ବିଜେଡି ସମସ୍ତ ପ୍ରକାରର ହୀନ ଉଦ୍ୟମ ଜାରି ରଖିଛି । ମିଛ ପ୍ରତିଶ୍ରୁତିଠୁ ଆରମ୍ଭ କରି ମଦ ଓ ଟଙ୍କା ବଂଟନ ଜରିଆରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଭୋଟର ମାନଙ୍କୁ ପ୍ରଭାବିତ କରିବାର ଅପପ୍ରୟାସ କରୁଛନ୍ତିି । ଏ ସମସ୍ତ ପ୍ରସଙ୍ଗରେ କିଛି ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କରିବା ସହିତ ସୁରକ୍ଷା ପ୍ରଦାନ କରୁଛନ୍ତି । ‘ଧରା ନ […]

BJP

BJP

Ordigital Desk
  • Published: Monday, 14 February 2022
  • Updated: 14 February 2022, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର ପାଇଁ ଶାସକ ବିଜେଡି ସମସ୍ତ ପ୍ରକାରର ହୀନ ଉଦ୍ୟମ ଜାରି ରଖିଛି । ମିଛ ପ୍ରତିଶ୍ରୁତିଠୁ ଆରମ୍ଭ କରି ମଦ ଓ ଟଙ୍କା ବଂଟନ ଜରିଆରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଭୋଟର ମାନଙ୍କୁ ପ୍ରଭାବିତ କରିବାର ଅପପ୍ରୟାସ କରୁଛନ୍ତିି । ଏ ସମସ୍ତ ପ୍ରସଙ୍ଗରେ କିଛି ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କରିବା ସହିତ ସୁରକ୍ଷା ପ୍ରଦାନ କରୁଛନ୍ତି । ‘ଧରା ନ ପଡିଲେ ଭଲ, ଧରା ପଡ଼ିଲେ ସରକାରୀ ବାବୁମାନେ ସୁରକ୍ଷା ଦେବା ପାଇଁ ଅଛନ୍ତି', ଏହି ଧାରାରେ ଶାସକ ବିଜେଡି କର୍ମୀମାନେ ସମସ୍ତ ପ୍ରକାରର ବେଆଇନ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରିଚାଲୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇ ଶାସକ ବିଜେଡି ଭୋଟ ଜିତିବା ପାଇଁ ପ୍ରଶାସନ ସହଯୋଗରେ ସବୁ ବେଆଇନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛି । ଗତକାଲିର ୩ଟି ଘଟଣା ଶାସକ ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛି । ଡାବୁଗାଁ ବିଧାୟକ ମନୋହର ଗାନ୍ଧାରୀଙ୍କ ଦ୍ୱାରା ଆଚରଣ ବିଧିକୁ ଉଲ୍ଲଂଘନ କରି ପୁରୁଷ ଭୋଟରଙ୍କୁ ଗାମୁଛା ଏବଂ ମହିଳା ଭୋଟରଙ୍କୁ ଶାଢୀ ଆଦି ବଂଟନ ସମୟରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ କାରଣରୁ ବାଧ୍ୟବାଧକାତାରେ ଗାଡି ପୁଲିସ ଦ୍ୱାରା ଜବତ୍ ହେବା ଏବଂ ପରବର୍ତୀ ସମୟରେ ଚଂଚକତା କରି ପରେ ଗାଡ଼ିକୁ ଛାଡ଼ିଦେବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ସରକାରଙ୍କ ନିଶାମୁକ୍ତ ଆହ୍ୱାନ କେବଳ ଫମ୍ପା ଆବାଜ୍ । ରାଜ୍ୟ ନିର୍ବାଚନ କମିଶନ ଏହି ଫମ୍ପା ଆବାଜକୁ ଆହୁରି ଶାଣିତ କରିଛନ୍ତିା ନିଶାମୁକ୍ତ ପଂଚାୟତ ନିର୍ବାଚନ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନଙ୍କ ପ୍ରତିଶ୍ରୁତି ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ । ଶାସକ ବିଜେଡି ଶାସନ କ୍ଷମତାର ଅପବ୍ୟବହାର କରି ଭୋଟରମାନଙ୍କୁ ଦେଶୀ ବିଦେଶୀ ମଦ ଦେଇ ପ୍ରଭାବିତ କରୁଛି । ଅବକାରୀ ଅଧିକାରୀ ଓ ପୋଲିସର ସହାୟତାରେ ପୂର୍ବରୁ ଘରେ ଘରେ ମଦ ଗଚ୍ଛିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମର ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ପ୍ରମାଣିତ ହୋଇଛି । ତେଣୁ ଏହା ନିଶାମୁକ୍ତ ନୁହେଁ, ବରଂ ନିଶାଯୁକ୍ତ ପଂଚାୟତ ନିର୍ବାଚନ ହେବାକୁ ଯାଉଛି ।

ସେହିପରି ମିଛ ରାସନ କାର୍ଡ ଏବଂ ମିଛ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ସହ ଟଙ୍କା ବଂଟନ କରି ଶାସକ ବିଜେଡି ନେତା ଓ କର୍ମୀମାନେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଣ୍ଡନୀୟ ଅପରାଧ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର ବିଭିନ୍ନ ଅଂଚଳ ସମେତ ରାଜ୍ୟର ବହୁ ସ୍ଥାନରେ ଏଭଳି ଦଣ୍ଡନୀୟ କାର୍ଯ୍ୟ ଶାସକ ବିଜେଡିର କର୍ମୀମାନେ କରୁଛନ୍ତି ।

ରାଜ୍ୟ ନିର୍ବାଚନ କମିଶନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ବିଜେପି ଦାବି କରିଛି ।

ଏହି ପ୍ରତିନିଧି ଦଳରେ ଠାକୁର ରଣଜିତ୍ ସିଂ, ବିଜେପି ନେତ୍ରୀ ସୋନାଲି ସାହୁ, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସୁଜିତ କୁମାର ଦାସ ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story