କୋଦଳା ପୁଲିସ ବିରୋଧରେ ଫେରାଦ ହେଲା ବିଜେପି, ଥାନାରେ ରୁଜୁ କରିବ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କୋଦଳାରେ ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ କରିଥିବାବେଳେ ଏବେ ସିସିଟିଭିରେ ରେକର୍ଡିଂ ହୋଇଥିବା ତଥ୍ୟ ପୁଲିସର କଳାକାରନାମାକୁ ପଦାରେ ପକାଇଛି । ଏହାସହିତ ପୁଲିସର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଦଳା ପୁଲିସର ଏଭଳି ଅପରାଧିକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାଏର କରିବ ବୋଲି ଚେତାବନୀ ଦେବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ […]

Lekha

Lekha

Ordigital Desk
  • Published: Tuesday, 05 April 2022
  • Updated: 05 April 2022, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କୋଦଳାରେ ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ କରିଥିବାବେଳେ ଏବେ ସିସିଟିଭିରେ ରେକର୍ଡିଂ ହୋଇଥିବା ତଥ୍ୟ ପୁଲିସର କଳାକାରନାମାକୁ ପଦାରେ ପକାଇଛି । ଏହାସହିତ ପୁଲିସର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଦଳା ପୁଲିସର ଏଭଳି ଅପରାଧିକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାଏର କରିବ ବୋଲି ଚେତାବନୀ ଦେବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଛି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜସ୍ୱ ଗୃହ ଗଞ୍ଜାମ ଜିଲ୍ଲାରେ ବିଜେଡି ପ୍ରତି ଜନସମର୍ଥନ ହ୍ରାସ ପାଉଛି । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହଞ୍ଜିିଳିରେ ବିଜେଡି ହାରୁ ହାରୁ ବଂଚିଛି । ଏହି କାରଣରୁ ଚିନ୍ତାରେ ଥିବା ଶାସକ ବିଜେଡି ଆଇନକୁ ହାତରେ ନେଇ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି । ଆଜି ଭୋର ସମୟରେ କୋଦଳା ଏନଏସିର ୨ ନମ୍ବର ୱାର୍ଡର କାଉନସିଲର ଝିଲି ପ୍ରଧାନଙ୍କ ଶ୍ୱଶୁର ଧନୁ ପ୍ରଧାନଙ୍କ ଘରକୁ ସାଧା ପୋଷାକଧାରୀ ପୋଲିସ ଘେରିଯାଇଥିଲେ । ସ୍ଥାନୀୟ ଥାନାର ଜଣେ ପୋଲିସ ଅଧିକାରୀ ଆଉ ଜଣଙ୍କ ସହିତ ବାଇକରେ ଆସି ସିଧାସଳଖ ଧନୁ ପ୍ରଧାନଙ୍କ ଘରକୁ ପଶିଥିଲେ । ପୋଲିସ ଅଧିକାରୀଜଣକ ତାଙ୍କ ପ୍ୟାଂଟ ପକେଟରେ ଧଳା କପଡ଼ାରେ ଥିବା ବନ୍ଧୁକକୁ ଅଟୋରେ ରଖି ଦେଇ ବାହାରି ଆସିଥିଲେ । କିଛି ସମୟ ଧରି ଫୋନରେ କଥାବାର୍ତ୍ତା ହୋଇ ପୁଣି ଶ୍ରୀ ପ୍ରଧାନଙ୍କ ଘରକୁ ଯାଇ ବନ୍ଧୁକ ରଖିବାର ଅଭିଯୋଗରେ ଗିରଫ କରି ଥାନାକୁ ନେଇ ଯାଇଥିଲେ । ଏ ସମସ୍ତ ଘଟଣା ନିକଟରେ ଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳନ ହୋଇଥିବା ଡ.ଲେଖାଶ୍ରୀ କହିଛନ୍ତିା

ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପୋଲିସକୁ ବ୍ୟବହାର କରିଆସୁଛି । ଅନ୍ୟପଟେ ପୋଲିସ ଅଧିକାରୀମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲି ଯାଇ ଏଭଳି ଅପରାଧିକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅବିଶ୍ୱସନୀୟ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । କୋଦଳା ପୁଲିସର ଏଭଳି ଅପରାଧିକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାଏର କରିବ ବୋଲି ବିଜେପି କହିଛି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରମାରଂଜନ ବଳିୟାର ସିଂହ ଓ ବିରଂଚି ତ୍ରିପାଠୀ, ସୁରଥ ବିଶ୍ୱାଳ, ସୁଜିତ ଦାସ, ଗୋକୁଳାନନ୍ଦ ମଲ୍ଲିକ, ରଂଜନ ପୋଲାଇ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ହିତେଶ ମହାପାତ୍ର, ପ୍ରମୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story