ବିଜେପି କହିଲା- ଦିଶାହୀନ ବଜେଟ, କଂଗ୍ରେସ କହିଲା- ଅନୁନ୍ନତ ଜିଲ୍ଲା ପାଇଁ କିଛି ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷର ଲେଖାନୁଦାନ ବଜେଟ ଉପରେ ଉଭୟ କଂଗ୍ରେସ ଓ ବିଜେପି କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଏହି ବଜେଟକୁ ଦିଶାହୀନ, ଗତିହୀନ ଓ ଅନ୍ତସାରଶୂନ୍ୟ ବଜେଟ୍ ବୋଲି ଅଭିହିତ କରିଥିବାବେଳେ କଂଗ୍ରେସ ଏହି ବଜେଟ୍ ଅଭିଭାଷଣ ମିଥ ତଥ୍ୟ ଉପରେ ଆଧାରିତ ବୋଲି କହିଛି । ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାରେ […]

Budget

Budget

Ordigital Desk
  • Published: Wednesday, 30 March 2022
  • Updated: 30 March 2022, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷର ଲେଖାନୁଦାନ ବଜେଟ ଉପରେ ଉଭୟ କଂଗ୍ରେସ ଓ ବିଜେପି କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଏହି ବଜେଟକୁ ଦିଶାହୀନ, ଗତିହୀନ ଓ ଅନ୍ତସାରଶୂନ୍ୟ ବଜେଟ୍ ବୋଲି ଅଭିହିତ କରିଥିବାବେଳେ କଂଗ୍ରେସ ଏହି ବଜେଟ୍ ଅଭିଭାଷଣ ମିଥ ତଥ୍ୟ ଉପରେ ଆଧାରିତ ବୋଲି କହିଛି ।

ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାରେ ବିଫଳ । ବଜେଟକୁ ବଡ଼ ବଜେଟ୍ ବୋଲି କହୁଛନ୍ତି କିନ୍ତୁ ବାସ୍ତବ ଚିତ୍ର କ’ଣ ଜଣାପଡ଼ୁଛି । ନୂଆ ଯୋଜନା ନାହିଁ । ରାଜସ୍ୱ ଆଦାୟର ମାଧ୍ୟମ ବି ନାହିଁ । ଚିରାଚରିତ ବଜେଟ୍ । ସାମାଜିକ, ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି । ଗରିବ, ଚାଷୀ, ଶ୍ରମିକ ଏହି ବଜେଟରେ ନିରାଶ ହୋଇଛନ୍ତି।

ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନକୁ ଆଳ କରି ପୂର୍ଣ୍ଣାଙ୍ଗ ବଦଳରେ କାମଚଳା ବଜେଟ ଉପସ୍ଥାପନା କରିବା ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରହସନ । ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତାବସ୍ଥାରେ, ନିଯୁକ୍ତି ସୃଷ୍ଟି ଶୁନ୍ୟ, ଭିତ୍ତିଭୂମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ରହିବ ? ଏହାର ସ୍ପଷ୍ଟତା ନଥାଇ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ଶା' ଗଠନର ଗୋଲାପି ଚିତ୍ର ଦେଖାଇବାର ପ୍ରୟାସ କରାଯାଇଛି । ତେଣୁ ଆଜି ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟ ସଂପୂର୍ଣ୍ଣ ଭାବେ ଦିଶାହୀନ, ଗତିହୀନ ଏବଂ ଅନ୍ତସାରଶୂନ୍ୟ ବଜେଟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ମିଛ ତଥ୍ୟ ଉପରେ ଆଧାରିତ । ଏହି ବଜେଟରେ ଆଂଚଳିକ ବୈଷମ୍ୟ ଦୂର କରିବାରେ କିଛି ଉପାୟ କରାଯାଇନି ଓ ଏହା ବିଫଳ । ଏ ସରକାର କେବେ ଏ ରାଜ୍ୟର ବିକାଶ କରିପାରିବ ନାହିଁ । ପୁରୀ-ଭୁବନେଶ୍ୱରରେ ସରକାର ଟଙ୍କା ଅଜାଡ଼ୁଛନ୍ତି । ଅନୁନ୍ନତ ଜିଲ୍ଲାଗୁଡ଼ିକ ପାଇଁ କିଛି ଦେଉନାହାନ୍ତି କି ଏ ବଜେଟରେ କିଛି ନାହିଁ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story