ଏବେ ଖୁଲମଖୁଲା: ଅମଲାଙ୍କ ବିଜେଡିକୁ ମୋହର ମାରିଲେ ନବୀନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିଏ ସଦସ୍ୟଙ୍କ ଦଳ ବିଜେଡି ଆଉ ରାଜନୀତିକ ବ୍ୟକ୍ତିମାନଙ୍କର ଦଳ ନୁହେଁ ବରଂ ଅମଲା ନିୟନ୍ତ୍ରିତ ଏକ ରାଜନୀତିକ ଦଳ । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଏକପାଖିଆ ସଫଳତା ମିଳିବା ଓ ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ଚାକିରି ସର୍ତ୍ତାବଳୀକୁ ଫୁ’ କରି ଲକ୍ଷ୍ମଣରେଖାକୁ ଡେଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଢଙ୍ଗରେ ଭେଟିଲେ ତାହା ବିଜେଡିର ଅମଲାକରଣ ଉପରେ ମୋହର ଲଗାଇଛି । ନବୀନଙ୍କୁ ଭେଟି […]

cm

cm

Ordigital Desk
  • Published: Monday, 28 March 2022
  • Updated: 29 March 2022, 05:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିଏ ସଦସ୍ୟଙ୍କ ଦଳ ବିଜେଡି ଆଉ ରାଜନୀତିକ ବ୍ୟକ୍ତିମାନଙ୍କର ଦଳ ନୁହେଁ ବରଂ ଅମଲା ନିୟନ୍ତ୍ରିତ ଏକ ରାଜନୀତିକ ଦଳ । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଏକପାଖିଆ ସଫଳତା ମିଳିବା ଓ ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ଚାକିରି ସର୍ତ୍ତାବଳୀକୁ ଫୁ’ କରି ଲକ୍ଷ୍ମଣରେଖାକୁ ଡେଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଢଙ୍ଗରେ ଭେଟିଲେ ତାହା ବିଜେଡିର ଅମଲାକରଣ ଉପରେ ମୋହର ଲଗାଇଛି । ନବୀନଙ୍କୁ ଭେଟି ପଂଚାୟତ ଓ ପୌର ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଯେଉଁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲା ତାହା ଓଡ଼ିଶାର ପ୍ରଶାସନିକ କଳରେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଛି । ସରକାରୀ କର୍ମଚାରୀମାନେ ଲକ୍ଷ୍ମଣରେଖାକୁ ଅତିକ୍ରମ କରି କୌଣସି ରାଜନୀତିକ ଦଳର ମୁଖିଆଙ୍କୁ ନିର୍ବାଚନୀ ସଫଳତାର ଅଭିନନ୍ଦନ ଜଣାଇବାକୁ ଧାଡ଼ିରେ ଯିବା ନିଶ୍ଚିତ ଭାବେ ଓଡ଼ିଶାର ଭବିଷ୍ୟତ ପିଢ଼ି ପାଇଁ ଉଦବେଗର ବିଷୟ ପାଲଟିଛି । ଯଦିଓ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ବ୍ୟକ୍ତ କରିଛନ୍ତି, କିନ୍ତୁ ତାହା କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ।

ସୂଚନା ଅନୁସାରେ, ଦୀର୍ଘ ଦୁଇବର୍ଷ ଧରି ସାଧାରଣ ଲୋକଙ୍କଠୁ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପଂଚାୟତ ଓ ପୌର ନିର୍ବାଚନର ସଫଳତା ପାଇଁ ବିଜେଡିର କର୍ମୀ ଓ ନେତାମାନେ ନିଜର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସ୍ୱାଭାବିକ କଥା । କିନ୍ତୁ ପ୍ରଥମଥର ପାଇଁ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରୀ କଳ(ଅମଲା ଓ କର୍ମଚାରୀ) ରାଜନୀତିକ ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଯିବାର ବିରଳ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା । ଆଇଏଏସ, ଆଇପିଏସ୍‌, ଓଏଏସ୍ ସଂଘ ସମେତ ଓଡ଼ିଶା ସଚିବାଳୟ ସଂଘ, ଓଡ଼ିଶା ରାଜସ୍ୱ ସେବା ସଂଘ, ଓଡ଼ିଶା ପୁଲିସ ସେବା ସଂଘ, କନେଷ୍ଟବଳ ଓ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ ସଂଘ, ମେଡିକାଲ ସେବା ସଂଘ, ଅମଲା ସଂଘ, ଭେଟେନାରୀ ସେବା ସଂଘ, ପଂଚାୟତ ନିର୍ବାହୀ ଅଧିକାରୀ ସଂଘ , ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ସଂଘ ଆଦି ନବୀନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏସବୁ କାର୍ଯ୍ୟକ୍ରମ ପ୍ରୟୋଜିତ ଥିଲା, କିନ୍ତୁ ଯେଉଁ ଢଙ୍ଗରେ ସରକାରୀ କର୍ମଚାରୀମାନେ ଛୁଟିଦିନରେ ରାଜନୀତିକ ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଆସିଲେ ତାହା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।

[caption id="attachment_723527" align="aligncenter" width="650"]cm ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ନବୀନ ନିବାସରେ ଭିଡ଼[/caption]

ଯଦି ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଗଣ ଓ କର୍ମଚାରୀମାନେ ଶାସକ ବିଜେଡି ପ୍ରତି ଏତେ ସମର୍ପିତ ତା’ହେଲେ ବିଜେଡିକୁ ପସନ୍ଦ କରୁନଥିବା ସାଧାରଣ ଲୋକର ସ୍ଥିତି କ’ଣ ହେବ? ଓଡ଼ିଶାରେ କ’ଣ ପଶ୍ଚିମବଙ୍ଗ ଭଳି ସ୍ଥିତି ଉପୁଜିବା ନିମନ୍ତେ ଏବେଠୁ ରଣନୀତି ପ୍ରସ୍ତୁତ କରାଯାଉଛି କି? ସରକାରୀ ଚାକିରି ସମୟରେ ସବୁ ବର୍ଗର ଲୋକଙ୍କ ପ୍ରତି ନିରପେକ୍ଷ ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ତଥା ସରକାରୀ ଚାକିରି ସର୍ତ୍ତାବଳୀକୁ ପାଳନ ନିମନ୍ତେ ବାଧ୍ୟବାଧକତାର କ’ଣ କିଛି ବି ମହତ୍ୱ ନାହିଁ । ଏସବୁ ପ୍ରଶ୍ନ କ’ଣ ଜଣେ ସ୍ୱାଭିମାନୀ ବିବେକସମ୍ପନ୍ନ ସରକାରୀ ଶୀର୍ଷ ଅଧିକାରୀ ବା କର୍ମଚାରୀଙ୍କ ମନରେ ଆସିନି?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ନବୀନ ପଟ୍ଟନାୟକ ନିଜ ଦଳର ନେତାମାନଙ୍କ ତୁଳନାରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅଧିକ ଭରସା ଓ ବିଶ୍ୱାସ କରିଥାନ୍ତି । ଯେଉଁଥିପାଇଁ ବ୍ଲକଠୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡିର ନିର୍ବାଚିତ ପ୍ରତିନିଧିମାନେ ଯେକୌଣସି ପ୍ରସଙ୍ଗରେ ବି ସରକାରୀ ଅଧିକାରୀମାନଙ୍କ ପାଖରେ ନିଜକୁ ଅସହାୟ ମଣୁଥିବାର ନଜିର ରହିଛି । ଅବଶ୍ୟ ସରକାରୀ ଅଧିକାରୀଙ୍କ ସହଯୋଗରେ ନିର୍ବାଚନୀ ସଫଳତା କିଭଳି ପାଇ ହୁଏ ତା’ର ଏକ ନୂଆ ସଫଳ ମଡେଲ୍ ନବୀନ ପଟ୍ଟନାୟକ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ବୋଲି କହିଲେ ଭୁଲ୍ ହେବନି । ମୁଖ୍ୟ ସଚିବଙ୍କଠୁ ଆରମ୍ଭ କରି ଡ୍ରାଇଭରଙ୍କ ପର୍ଯ୍ୟନ୍ତ ସବୁ ସରକାରୀ ସେବା ସଂଘଗୁଡ଼ିକ ଯେପରି ନବୀନଙ୍କୁ ଅଭିନନ୍ଦନ ଜଣାଇବାକୁ ବ୍ୟାକୁଳ ହେଲେ ତାହା ଏହାକୁ ଅଧିକ ପ୍ରମାଣିତ କରାଉଛି । ସରକାରୀ ଅଫିସର ଓ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଭେଟିବାକୁ ନେଇ ଏବେ ବିଜେପି ଓ କଂଗ୍ରେସ ତୁମ୍ବିତୋଫାନ କରୁଛନ୍ତି । କିନ୍ତୁ ବାସ୍ତବରେ ଏହି ଦୁଇ ଦଳର ଅପାରଗତା ହିଁ ନବୀନଙ୍କ ପ୍ରତି ଶତପ୍ରତିଶତ ସମର୍ପିତ ହେବା ପାଇଁ ସରକାରୀ ସେବା ସଂଘଗୁଡ଼ିକୁ ଖୁଲମୁଖୁଲା ପ୍ରୋତ୍ସାହିତ କରିଛି । ଆଉ ନୀତି ନୈତିକତାକୁ ଭୁଲି ସରକାରୀ ବାବୁମାନେ ଏବେ ବିଜେଡିର କର୍ମୀ ଭଳି ଆଚରଣ କରିବାକୁ ପଛାଉ ନାହାନ୍ତି । ସରକାର ପ୍ରତି ତୃଣମୂଳସ୍ତରରେ ଜନଆକ୍ରୋଶ ଥିଲେ ମଧ୍ୟ ତା’ର ଫାଇଦା ବିଜେପି କିମ୍ବା କଂଗ୍ରେସ ନେଇପାରୁନି । ଓଲଟା ବିରୋଧୀ ଦଳଗୁଡ଼ିକର ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି ଯୋଗୁ ବିଜେଡି ଏଭଳି ସଫଳତା ପାଇ ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story