ସୁଗମ ହୋଇ ନପାରେ ସୁବାସଙ୍କ ‘ମେୟର’ ରାସ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ସବୁ ସହର ଅପେକ୍ଷା କଟକରେ ଟିକେ ଆତ୍ମୀୟତା ଅଧିକ। ଏହାକୁ କୁହାଯାଏ ଭାଇଚାରାର ସହର। କଟକରେ “ବାବୁ“ କଲ୍‌ଚର ନୁହେଁ “ଭାଇ” ଡାକଟି ସମସ୍ତଙ୍କର ପସନ୍ଦ। ଆଉ ଯିଏ ବି ଏଠାରେ ନେତା ହେବ, ତାକୁ କଟିକିଆଙ୍କ ହୃଦୟ ଜିଣିବାକୁ ପଡ଼ିବ। ତେଣୁ କିଏ ହୃଦୟ ଜିତି ଏଥର କଟକ ମେୟର ହେବ, ଏବେ ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ଚଳିତ ବର୍ଷ ମେୟର ପଦବୀ ପାଇଁ ପ୍ରତ୍ୟେକ୍ଷ […]

subash

subash

Ordigital Desk
  • Published: Tuesday, 08 March 2022
  • Updated: 08 March 2022, 08:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ସବୁ ସହର ଅପେକ୍ଷା କଟକରେ ଟିକେ ଆତ୍ମୀୟତା ଅଧିକ। ଏହାକୁ କୁହାଯାଏ ଭାଇଚାରାର ସହର। କଟକରେ “ବାବୁ“ କଲ୍‌ଚର ନୁହେଁ “ଭାଇ” ଡାକଟି ସମସ୍ତଙ୍କର ପସନ୍ଦ। ଆଉ ଯିଏ ବି ଏଠାରେ ନେତା ହେବ, ତାକୁ କଟିକିଆଙ୍କ ହୃଦୟ ଜିଣିବାକୁ ପଡ଼ିବ। ତେଣୁ କିଏ ହୃଦୟ ଜିତି ଏଥର କଟକ ମେୟର ହେବ, ଏବେ ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି।

ଚଳିତ ବର୍ଷ ମେୟର ପଦବୀ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି। ଶାସକ ବିଜେଡି ପକ୍ଷରୁ କଟକରେ ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ ମଇଦାନକୁ ଓହ୍ଲାଇଛନ୍ତି। କଟକର ମାଟି ପାଣି ପବନ ସହ ସୁବାସ ବେଶ୍‌ ପରିଚିତ। ଯଦିଓ କେନ୍ଦ୍ରାପଡ଼ା ତାଙ୍କ ଜନ୍ମଭୂମି, କିନ୍ତୁ କର୍ମଭୂମି ହେଉଛି କଟକ। ଦୀଲ୍ଲିରୁ ସିଧା ପଲ୍ଲୀକୁ ଆସିଲା ଭଳି ସୁବାସଙ୍କୁ ସଂସଦରୁ ଆଣି ସାଂସ୍କୃତିକ ସହରର ଦାୟିତ୍ୱ ଧରାଇ ଦେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। କିନ୍ତୁ ପ୍ରଶ୍ନ ଉଠୁଛି ନବୀନଙ୍କ ସମ୍ମାନ ରଖି ପାରିବେ ତ ସୁବାସ? କଟକିଆଙ୍କ ହୃଦୟରେ ରାଜ୍‌ କରିପାରିବେ ତ ଏହି ଦଳ ଡିଆଁ ରାଜନେତା ? ରାଜଧାନୀ ଭୁବନେଶ୍ୱରରେ ମେୟର ନିର୍ବାଚନରେ ବିଜେଡି ରାସ୍ତାରୁ ବିରୋଧୀ କଣ୍ଟା କାଢ଼ି ନେଇଛନ୍ତି ବୋଲି କୁହାଯାଉଛି। କିନ୍ତୁ କଟକରେ ବିଜେଡି ପାଇଁ ବିଜୟ ବାନା ଉଡ଼ାଇବା ଏତେଟା ସହଜ ହୋଇ ନପାରେ। ଏପରି ଆଶାଙ୍କା ପଛରେ କାରଣ ମଧ୍ୟ ରହିଛି।

ସୁବାସ ସିଂହ ସିପିଆଇଏମ ନେତା ଭାବେ କଟକର ଘରେ ଘରେ ପରିଚିତ ଥିଲେ। ଏକଦା ବସ୍ତି ବାସିନ୍ଦାଙ୍କ ଭଗବାନ୍ ସାଜିଥିଲେ ସୁବାସ। କିନ୍ତୁ କ୍ଷମତାର ଲୋଭ କୁହନ୍ତୁ କି ଶାସକ ଦଳର ପବନ ଲାଗିବା ପରେ ସେ ବଦଳି ଯାଇଥିବା କୁହାଯାଉଛି। ବସ୍ତି ବାସିନ୍ଦାଙ୍କ ବିରୋଧ ଓ ଆକ୍ରୋଶର ଶିକାର ହୋଇଛନ୍ତି ସୁବାସ। କାରଣ ଏହା ଭିତରେ ସେମାନଙ୍କ ସୁବାସ ଭାଇ ସାଂସଦ ସୁବାସ ବାବୁ ପାଲଟି ଯାଇଛନ୍ତି। ଆଉ ଏହା ତାଙ୍କ ପାଇଁ ବୁମେରାଂ ହୋଇପାରେ। ବସ୍ତି ବାସିନ୍ଦାଙ୍କ ଭୋଟ୍‌ ହାତେଇବା ତାଙ୍କ ପାଇଁ ସହଜ ହୋଇ ନପାରେ।

ଏଠି ଆଉ ଏକ ବାଧା ବି ଅଛି। ଆଉ ସେହି ବାଧା ହେଉଛନ୍ତି ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ। ସେ ମେୟର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ବସ୍ତିରେ ରହି ବସ୍ତି ବାସିନ୍ଦାଙ୍କ ପାଇଁ ସଂଗ୍ରାମ କରି ଆସୁଛନ୍ତି। ତେଣୁ ବସ୍ତି ଭୋଟ୍‌ରୁ ଏକ ସିଂହ ଭାଗ ତାଙ୍କ ସପକ୍ଷରେ ଯିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି। ଅର୍ଥାତ୍ ଯାହାକୁ ସୁବାସଙ୍କ ଭୋଟ୍‌ ବ୍ୟାଙ୍କ କୁହାଯାଉଛି, ସେଥିରେ ଭାଗ ବସାଇବେ ବୃନ୍ଦାବନ।

ସେହିପରି ବାମବନ୍ଥୀ ସଂଗଠନ ସହ କିଛି ଛାତ୍ର ସଂଗଠନ ସମର୍ଥନରେ ବବି ବଳବନ୍ତରାୟ ମଧ୍ୟ କଟକର ମେୟର ପ୍ରାର୍ଥୀ ହୋଇଛନ୍ତି । ଦୀର୍ଘ ୧୫ ବର୍ଷ ହେଲା ସରକାରଙ୍କ ବିଭିନ୍ନ ଗରିବ ବିରୋଧୀ ପଦକ୍ଷେପକୁ ଦୃଢ଼ତାର ସହ ପ୍ରତିବାଦ କରି ଆସୁଛନ୍ତି ବବି। ତେଣୁ ତାଙ୍କର ବି କିଛିମାତ୍ରାରେ ନିଜସ୍ୱ ଭୋଟ୍‌ ରହିଛି। ଏହା ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ଘାଟାରେ ପକାଇପାରେ।

ଏବେ ଚାଲନ୍ତୁ ନଜର ପକାଇବା ଅନ୍ୟ ଦୁଇ ପ୍ରମୁଖ ଦଳ- ବିଜେପି ଓ କଂଗ୍ରେସର ମେୟର ପ୍ରାର୍ଥୀଙ୍କ ଉପରେ। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା। ସେ ନୂଆ ଚେହେରା ନୁହଁନ୍ତି କି ଅଜଣା ବି ନୁହଁନ୍ତି। ଦୀର୍ଘ ବର୍ଷ ହେଲା କଟକରେ ସେ ସାଜିଛନ୍ତି କଂଗ୍ରେସର ସ୍ୱର। ଦଳର ଦୁର୍ଦୀନରେ ବି ପଛ ଘୁଞ୍ଚା ଦେଇ ନାହାଁନ୍ତି ସେ। ତାଙ୍କର ନିଜର ଭୋଟ୍ ବ୍ୟାଙ୍କ୍ ଅଛି ଏଠାରେ, ଯାହା ଦଳ ପାଇଁ ସହାୟକ ହୋଇପାରେ।

ପୁଣି କଟକ ବାରବାଟୀ ବିଧାନସଭା ଆସନଟି ଏବେ ରହିଛି କଂଗ୍ରେସ ବିଧାୟକ ମହମଦ ମୋକିମଙ୍କ ଅଧୀନରେ। ସହରର ମୋଟ୍ ୫୯ଟି ୱାର୍ଡରୁ ୩୧ଟି ଏହା ଅଧୀନରେ ଯାଉଛି। ଏହା ବି ଦଳକୁ ଫାଇଦା ଦେଇପାରେ। କଟକରେ ୮ଟି ମୁସଲିମ୍ ୱାର୍ଡ ରହିଛି, ଯାହାର ଅଧିକାଂଶ ଭୋଟ୍ କଂଗ୍ରେସ ସପକ୍ଷରେ ଯିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। କୋରାପୁଟରେ ତାରା ବାହିନୀପତିଙ୍କ କମଲା ଦେଖିବା ପରେ, ପିପିସି ସଭାପତି ରେସରେ ଥିବା ମହମଦ ମୋକିମ୍ ମଧ୍ୟ ନିଜ ଦମ୍ ଦେଖାଇବା ପାଇଁ ଫୁଲ୍‌ ତୟାର ହୋଇଛନ୍ତି। କଟକ ମେୟର ପଦବୀ କଂଗ୍ରେସ କବଜାକୁ ଆଣିବାକୁ ସେ ପ୍ରାଣପଣେ ଉଦ୍ୟମ କରିବେ ବୋଲି ଆଲୋଚନା ହେଉଛି।

ଅନ୍ୟପଟେ ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ୍ ଦାସ ମଧ୍ୟ ଫୁଲ୍‌ କଟକିଆ। କେବଳ ଅଭିନୟ ନୁହେଁ, ନିଜର ସମାଜ ସେବାକୁ ନେଇ ମଧ୍ୟ ଶ୍ରୀତମ୍ ଗଣମାଧ୍ୟମର ଶିରୋନାମା ସାଜିଛନ୍ତି। ଲକ୍‌ ଡାଉନ୍‌ ସମୟରେ ଶ୍ରୀତମଙ୍କ ଚା’ ଖଟିରେ ଚର୍ଚ୍ଚା କଟିକିଆଙ୍କ ମନ ଜିଣିଥିଲା। ଲକ୍ ଡାଉନରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ନେଇ ଆର୍ଥିକ ଅନଟନରେ ଥିବା କଳାକାର ମାନଙ୍କୁ ଶ୍ରୀତମ୍ ବଢ଼ାଇଛନ୍ତି ସହାୟତାର ହାତ। ଶ୍ରୀତମଙ୍କୁ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ମିଳୁଥିବା ବେଳେ ସେ ନିଜସ୍ୱ ଭୋଟବ୍ୟାଙ୍କ ମଧ୍ୟ ସୃଷ୍ଟି କରି ପାରିଛନ୍ତି। ତେଣୁ କଟକ ବାସିନ୍ଦା ତାଙ୍କୁ ବି ଜିତାଇ ପାରନ୍ତି।

ବିଜେଡି ପାଇଁ ବିଜୟ ରାସ୍ତା ଏତେ ସୁଗମ ନହେବାର ଆଉ ଏକ ପ୍ରମୁଖ କାରଣ ସାଜିପାରନ୍ତି ଅସନ୍ତୁଷ୍ଟ ଦଳୀୟ ନେତା। ସେମାନେ ଭୋଟ୍‌ ବିଭାଜନର କାରଣ ପାଲଟିପାରନ୍ତି। ଯଦିଓ ୨୦୧୩ରୁ ସୁବାସ ସିଂହ ବିଜେଡିରେ ସାମିଲ ହେଲେଣି, କିନ୍ତୁ କଟକରେ ଦଳର ପୋଷ୍ଟର ବୟ ସାଜି ପାରି ନାହାନ୍ତି। ତେଣୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ସହ ବିରୋଧୀଙ୍କୁ ମ୍ୟାନେଜ କରି କଟକିଆଙ୍କ ମେୟର ସାଜିବା ସୁବାସଙ୍କ ପାଇଁ ବେଶ୍‌ କଷ୍ଟକର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story