ପ୍ରତିଷ୍ଠା ଦିବସରେ କାହିଁକି ଏମିତି କହିଲେ ନବୀନ, ଗୋଷ୍ଠୀକନ୍ଦଳକୁ ନେଇ ଆଶଙ୍କିତ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ବିଜେଡି କେବେବି ଜଣେ କି ଦୁଇଜଣଙ୍କ ଉପରେ ନିର୍ଭର କରିନି କିମ୍ବା ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡ଼ିଶାବାସୀଙ୍କ ଆଶା, ବିଶ୍ୱାସ ଓ ସ୍ୱାଭିମାନ ଏହି ଆନ୍ଦୋଳନକୁ ଆଗେଇ ନେବ ।” ପୁରୀଠାରେ ଆଜି ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳୀୟ ନିର୍ବାଚିତ ପ୍ରତିନିଧି ଓ ସାଂଗଠନିକ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା […]

cm

cm

Ordigital Desk
  • Published: Monday, 26 December 2022
  • Updated: 26 December 2022, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ବିଜେଡି କେବେବି ଜଣେ କି ଦୁଇଜଣଙ୍କ ଉପରେ ନିର୍ଭର କରିନି କିମ୍ବା ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡ଼ିଶାବାସୀଙ୍କ ଆଶା, ବିଶ୍ୱାସ ଓ ସ୍ୱାଭିମାନ ଏହି ଆନ୍ଦୋଳନକୁ ଆଗେଇ ନେବ ।” ପୁରୀଠାରେ ଆଜି ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳୀୟ ନିର୍ବାଚିତ ପ୍ରତିନିଧି ଓ ସାଂଗଠନିକ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ତେବେ ଦଳର ପ୍ରତିଷ୍ଠା ଦିବସରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସକୁ ସମାଲୋଚନା ଏବଂ ତଥାକଥିତ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ନିରବ ଥିବା ନବୀନ ନିଜ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ଏଭଳି ତାଳିପକା ଉଦ୍ୟମ କରିଥିବା ସାଧାରଣରେ ଚର୍ଚ୍ଚା ।

ପୁରୀଠାରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ ନବୀନ ପ୍ରଥମଥର ପାଇଁ ବିଜେଡିର ନିର୍ବାଚନୀ ସଫଳତାର କାରଣକୁ ସାର୍ବଜନୀନ କରିଛନ୍ତି । ଆଉ ବିଜେଡି କିଭଳି ମହିଳାମାନଙ୍କ ଆସ୍ଥା ଜିଣି ୨୫ବର୍ଷ କ’ଣ ୧୦୦ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାରେ ରହିପାରିବ ତା’ର ବ୍ଲୁ-ପ୍ରିଣ୍ଟ ଦେଇଛନ୍ତି । ତେବେ ମଂଚରେ ଉପସ୍ଥିତ ଥାଇ ନିଜର ଭିଡ଼ିଓ ବାର୍ତ୍ତାରେ ନବୀନ ନିଜ ଦଳର ସଫଳତାର ଯେଉଁ ରହସ୍ୟ ଖୋଲିଛନ୍ତି ସେଥିରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ, ସ୍ୱଚ୍ଛ ନିର୍ମଳ ଶାସନ, ମହିଳା ସଶକ୍ତିକରଣ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବା ହିଁ ସର୍ବୋପରି ବୋଲି କହିଛନ୍ତି ।

ବିଗତ କିଛିବର୍ଷ ଧରି ନବୀନ ଯେତେବେଳେ ବି ଦଳୀୟ ପ୍ଲାଟଫର୍ମରେ ନିଜର ଅଭିଭାଷଣ ରଖିଛନ୍ତି,ସେଥିରେ ଦଳ ଭିତରେ ବଢ଼ି ଚାଲିଥିବା ଗୋଷ୍ଠୀକନ୍ଦଳ ଉପରେ ତାଳି ପକାଇବା ଉଦ୍ଦେଶ୍ୟରେ ବିବୃତ୍ତି ଜାରି କରିବାକୁ ପଛାଇନାହାନ୍ତି । ୨୦୧୯ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସରେ ବିଜେଡିର ଉତ୍ତରାଧିକାରୀ ତାଙ୍କ ପରିବାରରୁ କେହି ହେବେନି ଓ ଓଡ଼ିଶାବାସୀ ହିଁ ବିଜେଡିର ଉତ୍ତରାଧିକାରୀ ବାଛିବେ ବୋଲି ସ୍ପଷ୍ଟ କରିଥିଲେ । ବିଜେଡି ନିଜର ସ୍ଥିତି ଓ ଅଭିବୃଦ୍ଧି ପାଇଁ ତାଙ୍କ ଉପରେ କିମ୍ବା ଦଳର କିଛି ନେତାଙ୍କ ଉପରେ ନିର୍ଭରଶୀଳ ନୁହେଁ ବୋଲି ନବୀନ ରୋକଠୋକ୍ ଭାବେ କହିଥିଲେ ।

୨୦୨୨ ସେପ୍ଟେମ୍ବର ମାସରେ ଦଳର ଉତ୍ତରାଧିକାରୀକୁ ନେଇ ବିଜେଡି ପାଖରେ ନିର୍ଦ୍ଦିଷ୍ଟ ପ୍ଲାନ ରହିଛି । ଲୋକଙ୍କ ଭଲପାଇବାରେ ଦୀର୍ଘଦିନ ଧରି ବିଜେଡି ସେବା କରିବ ବୋଲି ନବୀନ କହିଥିଲେ । ଆଜି ଦଳୀୟ ପ୍ରତିଷ୍ଠା ଦିବସରେ ନବୀନ କହିଥିଲେ ଯେ, ବିଜେଡି କେବେ ଜଣେ କି ଦୁଇଜଣଙ୍କ ଉପରେ ନିର୍ଭର କରିନି । କିମ୍ବା ଭବିଷ୍ୟତରେ ବି କରିବ ନାହିଁ । ତେବେ ବର୍ତ୍ତମାନ ପରିସ୍ଥିତିରେ ନବୀନ କାହାକୁ ଇଙ୍ଗିତ କରି ଏହି ବୟାନ ଦେଇଛନ୍ତି । ଦଳ ଏବେ ଯେଉଁ ଜଣେ ଦୁଇଜଣଙ୍କ ଉପରେ ନିର୍ଭର କରି ପରିଚାଳିତ ହେଉଛି ତାହା ସମସ୍ତେ ଜାଣନ୍ତି । ଦଳୀୟ ସଂଗଠନକୁ ଚଳାଇବା ପାଇଁ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି ଓ ତାକୁ ନେଇ ଦଳ ଭିତରେ ଛକାପଞ୍ଝା ତୀବ୍ର ହେବାରେ ଲାଗିଛି । ଆଉ ଉପରକୁ ଠିକ୍ ଠାକ୍ ଦିଶୁଥିବା ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ତୀବ୍ର ହେଉଥିବାରୁ ହୁଏତ ତାକୁ ପ୍ରଶମିତ କରିବାକୁ ନବୀନ ଏଭଳି ବୟାନ ଦେଇଥିବା ରାଜନୀତିକ ବିଶ୍ଲେଷକ ମହଲରେ ଚର୍ଚ୍ଚା ହେଉଛି। ଆଜି ୨୫ତମ ପ୍ରତିଷ୍ଠା ଦିବସକୁ ଦଳ ପୁରୀରେ ପାଳନ କରିଥିଲେ ମଧ୍ୟ ସେହି ଜିଲ୍ଲାର ପ୍ରଭାବଶାଳୀ ନେତା ତଥା ବିଜେଡି କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିନଥିଲା । ଏପରିକି ପୁରୀ ସାଂସଦ ପିନାକୀ ମିଶ୍ର ଅନୁପସ୍ଥିତ ରହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story