ସବୁଠି ବିରୋଧୀ ସଫଳ, ଓଡ଼ିଶାରେ?

ସ୍ୱାତୀ ଜେନା ସତ ହେଲା ଏକ୍ସିଟ୍‌ ପୋଲ୍‌ ଆକଳନ। ୫ ରାଜ୍ୟର ଫଳାଫଳ ଏକ୍ସିଟ୍‌ ପୋଲ୍‌ ଆକଳନକୁ ଏକ୍‌ଜାଟ୍‌ ପୋଲ୍‌ରେ ପରିଣତ କରିଛି ବୋଲି କହି ହେବ। ଉତ୍ତର ପ୍ରଦେଶରେ ଇତିହାସ ରଚିଛି ଭାରତୀୟ ଜନତା ପାର୍ଟି। ୧୯୮୫ ପରେ ପ୍ରଥମ ଥର ପାଇଁ କୌଣସି ଏକ ଦଳ ଉତ୍ତର ପ୍ରଦେଶରେ ଲଗାତାର ୨ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ତେବେ ବିଜେପି ଯେ କେବଳ ଉତ୍ତର ପ୍ରଦେଶରେ ବିଜୟ ବାନା ଉଡାଇଛି, ତାହା […]

BJP CONGRESS

BJP CONGRESS

Ordigital Desk
  • Published: Friday, 11 March 2022
  • Updated: 11 March 2022, 06:57 PM IST

Sports

Latest News

  • ସ୍ୱାତୀ ଜେନା

ସତ ହେଲା ଏକ୍ସିଟ୍‌ ପୋଲ୍‌ ଆକଳନ। ୫ ରାଜ୍ୟର ଫଳାଫଳ ଏକ୍ସିଟ୍‌ ପୋଲ୍‌ ଆକଳନକୁ ଏକ୍‌ଜାଟ୍‌ ପୋଲ୍‌ରେ ପରିଣତ କରିଛି ବୋଲି କହି ହେବ। ଉତ୍ତର ପ୍ରଦେଶରେ ଇତିହାସ ରଚିଛି ଭାରତୀୟ ଜନତା ପାର୍ଟି। ୧୯୮୫ ପରେ ପ୍ରଥମ ଥର ପାଇଁ କୌଣସି ଏକ ଦଳ ଉତ୍ତର ପ୍ରଦେଶରେ ଲଗାତାର ୨ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ତେବେ ବିଜେପି ଯେ କେବଳ ଉତ୍ତର ପ୍ରଦେଶରେ ବିଜୟ ବାନା ଉଡାଇଛି, ତାହା ନୁହେଁ ଲଗାତାର ୨ୟ ଥର ପାଇଁ ଦୁଇ ତୃତୀୟାଂଶ ସିଟ୍ ଯୋଗୀଙ୍କ ସପକ୍ଷରେ ଯାଇଛି। ଏହା ବାସ୍ତବିକ୍ ଏକ ରେକର୍ଡ। ସେହିପରି ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ମଧ୍ୟ ବିଜେପି ବହୁମତରେ ବିଜୟୀ ହୋଇଛି। କିନ୍ତୁ ପଂଜାବରେ ଆମ ଆଦମୀ ପାର୍ଟିର ସୁନାମୀ ଦେଖିବାକୁ ମିଳିଛି। ପଂଜାବରେ ସମସ୍ତ ରାଜନୈତିକ ଦଳକୁ ଝାଡୁ ମାରି ଦେଇଛି ଆପ୍‌।

୫ ରାଜ୍ୟର ଫଳାଫଳକୁ ଯଦି ସମୀକ୍ଷା କରିବା, ପ୍ରତି ରାଜ୍ୟରେ ବିରୋଧୀଙ୍କ ଶକ୍ତି ବେଶ ସୁଦୃଢ଼ ହୋଇଛି। ପ୍ରଥମେ ଯଦି ଉତ୍ତର ପ୍ରଦେଶ କଥା ଆଲୋଚନା କରିବା ତାହାଲେ ବିଜେପିକୁ କଡ଼ା ଟକ୍କର ଦେଇଛି ସାମାଜବାଦୀ ପାର୍ଟି। ଅଖିଲେଶ ସିଂହ ଯାଦବଙ୍କ ନେତୃତ୍ୱରେ ସପା ଯଦିଓ ବିରୋଧୀ ଦଳର ମାନ୍ୟତା ପାଇଛି, କିନ୍ତୁ ବେରୋଜଗାରୀ, ଲକ୍ଷ୍ମୀପୁର ଖେରିରେ ଚାଷୀ ଆନ୍ଦୋଳନ, ହତରସ୍ ଘଟଣା ଓ କରୋନାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି ଦଳ। ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ମେଣ୍ଟ ଦଳକୁ ମାତ୍ର ୫୨ଟି ଆସନ ମିଳିଥିଲା। କିନ୍ତୁ ୫ ବର୍ଷ ମଧ୍ୟରେ ଦଳ ନିଜକୁ ସେତିକି ସଂଗଠିତ କରିବା ସହ ୧୨୫ ସିଟରେ ବିଜୟ ହେବା ବାସ୍ତବିକ୍ ଏକ କମାଲ୍ ବୋଲି କୁହାଯାଇ ପାରିବ। ୨୦୧୭ରେ ବିଜେପିକୁ ଏକାକି ୩୧୨ ସିଟ୍ ମିଳିଥିବା ବେଳେ ଆଇନ ଶୃଙ୍ଖଳା, ରାମ ମନ୍ଦିର, ମାଗଣା ରାସନ ଆଦି ପ୍ରସଙ୍ଗ ଥାଇ ମଧ୍ୟ ୫୨ ସିଟରେ ଦଳକୁ ପରାଜିତ କରିବାର ପୂରା ଶ୍ରେୟ ସମାଜବାଦୀ ପାର୍ଟିକୁ ହିଁ ଯାଉଛି।

ଏବେ ଯଦି ପଂଜାବ ଫଳାଫଳକୁ ଦେଖିବା, ତା’ହେଲେ ସାରା ଦେଶରେ ପଂଜାବ ରାଜନୀତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଗତ ନିର୍ବଚାନରେ ମୋଟ୍ ୧୧୭ ଆସନରୁ ମାତ୍ର ୨୦ଟି ଆସନ ପାଇଥିବା ଆମ ଆଦମୀ ପାର୍ଟି ୯୨ଟି ଆସନରେ ବିପୁଳ ବିଜୟ ହେଉଛି। ଗତ ନିର୍ବାଚନରେ ୭୭ଟି ଆସନ ଜିଣି ସରକାର ଗଠନ କରିଥିବା କଂଗ୍ରେସକୁ ଝାଡୁ ମାରି ଧୂଳି ଚଟାଇ ଦେଇଛି ଆପ୍। କେଜିୱାଲ ପୁଣି ଥରେ ସାରା ଦେଶକୁ ଦେଖାଇ ଦେଇଛନ୍ତି କି, ନିଷ୍ଠାର ସହ ନିଜ କର୍ମୀଙ୍କୁ ନେଇ କ୍ରମାଗତ ଭାବେ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରି ପାରିଲେ ହିଁ, ବିଜୟ ସୁନିଶ୍ଟିତ ହୋଇ ପାରିବ। ଦିଲ୍ଲୀ ଢାଞ୍ଚାର ସ୍ୱପ୍ନ ପଂଜାବବାସୀଙ୍କୁ ଦେଖାଇ ସେମାନଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇ ପାରିଛି ଆପ୍। ଏପରିକି ନିଜ ରଣକୌଶଳରେ କଂଗ୍ରେସର ଅନ୍ତଃକନ୍ଦଳ ଓ ଚାଷୀ ଆନ୍ଦୋଳନର ଭରପୂର ଫାଇଦା ଉଠାଇ ପାରିଛି ଆମ ଆଦମୀ ପାର୍ଟି। ପଂଜାବରେ ବିରୋଧୀ ଦଳ ସାଜିଥିବା ଆମ ଆଦମୀ ପାର୍ଟି ଏବେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯିବା ବାସ୍ତବିକ୍ ଅନ୍ୟ ଦଳମାନଙ୍କ ପାଇଁ ଏକ ଉଦାହରଣ।

ଏବେ ଆସିବା ଉତ୍ତରାଖଣ୍ଡ ବିଧାନସଭା ରେଜଲ୍ଟକୁ। ବିଭିନ୍ନ ସଂସ୍ଥାର ଏକ୍ସିଟ୍‌ ପୋଲ୍‌ ଏଠାରେ ଏକ ଝୁଲା ସରକାର ଗଠନ ହେବା ନେଇ ଆକଳନ କରିଥିଲେ। ଅବଶ୍ୟ ଗୋଟିଏ ଦୁଇଟି ସଂସ୍ଥା ବିଜେପି ସରକାର ଗଠନ କରିବା ସପକ୍ଷରେ ଯାଇଥିଲେ। ବିଜେପି ପୁଣି ଏଠାରେ ୪୭ଟି ଆସନ ଜିତି ଗେରୁଆ ରଙ୍ଗର ବାନା ଉଡ଼ାଇବାରେ ସଫଳ ହୋଇଛି। ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଏଠାରେ ବି ଉତ୍ତର ପ୍ରଦେଶ ଭଳି ଲଗାତାର ୨ୟ ଥର ପାଇଁ ଗୋଟିଏ ହିଁ ସରକାର କ୍ଷମତାକୁ ଆସିବା ଏକ ରେକର୍ଡ ବୋଲି କୁହାଯାଉଛି। କିନ୍ତୁ ଉତ୍ତାରଖଣ୍ଡରେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ନିଜକୁ ଅଧିକ ସକ୍ରିୟ କରିଛି। ଏଥର ନିଜ ସପକ୍ଷରେ ଅଧିକ ୮ଟି ଆସନ ସହ ମୋଟ୍ ୧୯ଟି ବିଧାନସଭା ସିଟ୍ ଜିତିବାରେ ସମର୍ଥ ହୋଇ ପାରିଛି ଦଳ। ବିରୋଧୀ ଦଳ ଭାବେ କଂଗ୍ରେସ ଏଠାରେ ନିଜ ସ୍ୱରକୁ ଅଧିକ ଶାଣିତ କରି ପାରିଛି। ମୁଖ୍ୟ କଥା ହେଲା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଛନ୍ତି। ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବିଜେପି ପାଇଁ ଭାରି ପଡିଥିବା ବେଳେ କଂଗ୍ରେସ ଏହାର ଫାଇଦା ମଧ୍ୟ ଉଠାଇ ପାରିଛି।

ଉପକୂଳ ରାଜ୍ୟ ଗୋଆରେ ଗତ ବିଧାନସଭାରେ ବେଶ ରୋଚକ ସ୍ଥିତିରେ ସରକାର ଗଠନ କରିଥିଲା ବିଜେପି। ମୋଟ୍ ୪୦ଟି ଆସନରୁ କଂଗ୍ରେସ ୨୦ଟି ଆସନ ପାଇଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୧୩ଟି ସିଟ୍। ଏହା ସତ୍ତ୍ୱେ କଂଗ୍ରେସ ସରକାର ଗଠନ କରିବାରେ ବିଳମ୍ବ କରିବାରୁ ଏହାର ଭରପୂର ଫାଇଦା ବିଜେପି ଉଠାଇଥିଲା ଏବଂ କଂଗ୍ରେସ ବିଧାୟକଙ୍କ ଶକ୍ତିରେ ହିଁ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା। ତେଣୁ ଏଥର ଗୋଆବାସୀ ନିଜ ଭୋଟକୁ ବହୁତ ଭାବିଚିନ୍ତି ଦେଇଛନ୍ତି। କଂଗ୍ରେସକୁ ଦେଇଥିବା ଭୋଟ୍ ବ୍ୟର୍ଥ ଯିବାରୁ ଏଥର ଗୋଆରେ ବିଜେପିକୁ ୭ଟି ଆସନ ଅଧିକ ମିଳିଛି। ଫଳରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ୨୦ଟି ଆସନ ପାଇ ସରକାର ଗଢ଼ିବାକୁ ଯାଉଛି। ଏଠାରେ କଂଗ୍ରେସକୁ ୮ଟି ସିଟ୍‌ର ଘାଟା ହୋଇଥିବା ବେଳେ ମୋଟ୍ ୧୨ଟି ସିଟ୍ ଅକ୍ତିଆର କରିଛି। ସବୁଠାରୁ ବଡ଼ କଥା ହେଲା, ଏଠାରେ ଆପ୍ ଓ ଟିଏମସି ସପକ୍ଷରେ ବି ଗୋଆବାସୀ ମତଦାନ କରି ବିରୋଧୀଙ୍କ ଶକ୍ତିକୁ ସୃଦୁଢ଼ କରିଛନ୍ତି।

ସେହିପରି ମଣିପୁରରେ ଭୋଟରଙ୍କ ସମର୍ଥନ ବିଜେପିକୁ ଯାଇଛି। ଚଳିତ ବିଧାନସଭାରେ ବିଜେପି ଏକାକି ସରକାର ଗଠନ କରିବାକୁ ସମର୍ଥ। ଗତ ନିର୍ବାଚନରେ ବିଜେପିକୁ ଯଦିଓ ମାତ୍ର ୨୧ଟି ଆସନ ମିଳିଥିଲା କିନ୍ତୁ ନିର୍ବାଚନ ପରେ ଏନପିପି ସହ ମେଣ୍ଟ କରି ସରକାର ଗଠନ କରିବାରେ ସଫଳ ହୋଇଥିଲା ବିଜେପି। ତେବେ ଚଳିତ ନିର୍ବାଚନରେ ବିଜେପିକୁ ଅଧିକ ୧୧ଟି ଆସନ ମିଳିଛି। ଗତଥର ୨୮ଟି ଆସନ ପାଇଥିବା କଂଗ୍ରେସର ସ୍ଥିତି ଟଳମଳ ହୋଇଛି। ଏଥର ମାତ୍ର ୫ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ମୋଟାମୋଟି କହି ପାରିବା ଯେ ଏହି ରାଜ୍ୟଗୁଡ଼ିକରେ ବିରୋଧୀଙ୍କ ଶକ୍ତି ବୃଦ୍ଧି ପାଇଛି। ପଞ୍ଜାବରେ ଗତ ଥର ବିରୋଧୀ ଦଳରେ ଥିବା ଆପ୍ ସରକାର ଗଢ଼ିବାକୁ ଯାଉଛି। ଉତ୍ତର ପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି କ୍ଷମତା ହାସଲ କରି ନଥିଲେ ବି ଶାସକ ଦଳର ବହୁ ଆସନ ଛଡ଼ାଇ ନେଇଛି। ଗତଥର ସପା ଦୁଇ ଅଙ୍କରେ ଥିବା ବେଳେ ଏଥରେ ତିନି ଅଙ୍କରେ ପହଞ୍ଚି ଯାଇଛି। ଗୋଆରେ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ବିଜେପି ସରକାର ଗଢ଼ିଲେ ବି ସାମ୍ନାରେ ଏକ ସୁଦୃଢ଼ ବିରୋଧୀ ପାଇବ। କାରଣ କଂଗ୍ରେସ, ଆପ୍ ଓ ଟିଏମ୍ସିର ମୋଟ୍ ୧୬ ଜଣ ବିଜୟୀ ବିଧାୟକ ବିଧାନସଭାରେ ବିରୋଧୀଙ୍କ ଭୂମିକା ନେବେ। ସେହିପରି ମଣିପୁରରେ ବିଜେପି ୬୦ଟି ଆସନରୁ ୩୨ଟି ଆସନରେ ଜିତି ଥିବା ବେଳେ ବିରୋଧୀ ବି ପଛରେ ନାହାନ୍ତି। ଏଠାରେ କଂଗ୍ରେସ ଗତଥର ଅପେକ୍ଷା ୨୩ଟି ଆସନ ହରାଇଥିଲେ ବି ଏନ୍ପିପି ସମେତ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୩ଟି ଆସନ ଜିତିଛନ୍ତି। ପୁଣି କଂଗ୍ରେସର ୫ ଆସନକୁ ମିଶାଇଲେ ବିରୋଧୀଙ୍କ ସଂଖ୍ୟା ୨୮। ଏଣୁ ବିଧାନସଭାରେ ସରକାର ଓ ବିରୋଧୀଙ୍କ ସ୍ଥିତି ସନ୍ତୁଳିତ ରହିବ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କୁହାଯିବ।

ଏହି ଫଳାଫଳକୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଓଡ଼ିଶାରେ କାହିଁକି ଦେଖିବାକୁ ମିଳୁନାହିଁ ଏମିତି ସ୍ଥିତି। ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଏଠାରେ ଗୋଟିଏ ଦଳର ସରକାର ରହିଛି। କିନ୍ତୁ ନିର୍ବାଚନ ପରେ ନିର୍ବାଚନରେ ବିଧାନସଭାରେ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଉଛି। ଜନମତ ଏକ ତରଫା ଯାଉଛି। ସରକାରଙ୍କ ସପକ୍ଷରେ ବାରମ୍ବାର ଯାଉଛି ଜନତାଙ୍କ ଭୋଟ୍। ବିରୋଧୀ କାହିଁକି ଏଠାରେ ବାରମ୍ବାର ବିଫଳ ହେଉଛନ୍ତି? ସରକାର ଭଲ କାମ କରୁଛନ୍ତି ନା ବିରୋଧୀ ଖୁଣ କାଢ଼ି ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି? ନା ବିରୋଧୀ ଦଳ ଗୁଡ଼ିକ ନିଜକୁ ଉତ୍ତମ ବିକଳ୍ପ ଭାବେ ନିଜକୁ ମତଦାତାଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରୁ ନାହାନ୍ତି? ଏହାର ଉତ୍ତର ବିରୋଧୀ ଦଳଗୁଡ଼ିକ ଖୋଜିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story