ବିଫଳ ହେବ କି କ୍ରାଇମ ବ୍ରାଞ୍ଚ?

ଗୋଟିଏ କଥା ସ୍ପଷ୍ଟ ଯେ ସେମାନେ କାଗଜରେ ଲେଖାଥିବା ତଥ୍ୟକୁ ଯଦି ପାଇଥାନ୍ତେ, ତେବେ ଗୋପାଳ ଦାସର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟର ଆବଶ୍ୟକତା ନଥାନ୍ତା। ଆଉ ଦୁଇଦିନ ପରେ ତୃତୀୟ ରିମାଣ୍ଡର ସମୟ ଶେଷ ହୋଇଯିବ। ନବକିଶୋର ଦାସଙ୍କୁ ଗୋପାଳ ଦାସ କେଉଁ କାରଣ ପାଇଁ ଗୁଳି ଚଳାଇଛନ୍ତି ତାହାର ବିବରଣୀ ସେହି ସମୟ ଭିତରେ କ୍ରାଇମବ୍ରାଂଚ ଟିମ୍ ଯଦି ସାଧାରଣରେ ପ୍ରକାଶ ନକରନ୍ତି ତେବେ ଏହି ହତ୍ୟାକାଣ୍ଡକୁ ନେଇ ଯେଉଁ ରାଜନୈତିକ ଝଡ଼ ଚାଲିଛି ତାହାର ଅବସାନ ହେବନାହିଁ।

Naba Das Firing

Naba Das Firing

Debendra Prusty
  • Published: Friday, 10 February 2023
  • Updated: 10 February 2023, 04:06 PM IST

News Highlights

  • ନବ ଦାସ ହତ୍ୟା ମାମଲାର ତଦନ୍ତରେ ଏଯାଏଁ କେତେ ସଫଳ କ୍ରାଇମ ବ୍ରାଞ୍ଚ?
  • ପାଇଖାନାର ଚିରା ଚିଠିରୁ ଯଦି ସତ ଜଣାପଡ଼ିଥିବ ତେବେ ନାର୍କୋ ଟେଷ୍ଟର ଆବଶ୍ୟକତା କ’ଣ?
  • ଉପନିର୍ବାଚନ ପୂର୍ବରୁ ଜଣାପଡ଼ିବ କି ହତ୍ୟାର ପ୍ରକୃତ କାରଣ?

Sports

Latest News

ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅପରାଧୀ ପୋଲିସ ଏଏସ୍ଆଇଙ୍କୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଦୁଇ ଥର ଚାରିଦିନ ଲେଖାଏଁ ରିମାଣ୍ଡ ପାଇବା ପରେ ଏବେ ତୃତୀୟ ୫ ଦିନିଆ ରିମାଣ୍ଡରେ ଅଛନ୍ତି। ଏହି ଶେଷ ୫ ଦିନିଆ ରିମାଣ୍ଡରେ ତାଙ୍କୁ ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ଗୁଜରାଟର ଗାନ୍ଧିନଗରରେ ଥିବା ଫରେନ୍ସିକ୍ ଲାବ୍ରୋଟୋରୀକୁ ନିଆଯାଇଛି। ତଦନ୍ତର ଏହି କ୍ରାଇମବ୍ରାଂଚ ଟିମର ନେତୃତ୍ୱ ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ନେଇଛନ୍ତି। ଅତୀତ ରେକର୍ଡ ଦୃଷ୍ଟିରୁ ଶ୍ରୀ ବୋଥ୍ରାଙ୍କର ଯେତେ ଅଭିଜ୍ଞତା ଓ ବରିଷ୍ଠତା ଥିଲେ ମଧ୍ୟ ଏଏସ୍ଆଇ ଗୋପାଳ ଦାସଙ୍କଠାରୁ ନବକିଶୋର ଦାସଙ୍କୁ ସେ କେଉଁ କାରଣ ପାଇଁ ଗୁଳି କଲେ ଓ ତାଙ୍କର ଏହି ସିଦ୍ଧାନ୍ତ ପଛରେ କେବଳ ବ୍ୟକ୍ତିଗତ କାରଣ ବା ଅନ୍ୟ କାହାରି ବଡ଼ଶକ୍ତିର ଷଡ଼ଯନ୍ତ୍ର ରହିଛି, ତାହା ଏ ପର୍ଯ୍ୟନ୍ତ ବାହାର କରିପାରି ନାହାନ୍ତି। ସେ ନବକିଶୋର ଦାସଙ୍କୁ କିପରି ଗୁଳି ମାରିଲେ, ତାହା ପ୍ରଦର୍ଶନ କରିଦେବା ଦ୍ୱାରା ସେ ମାରିଥିବା ସ୍ପଷ୍ଟ ହେଲେ ମଧ୍ୟ ଯେଉଁ କାରଣ ପାଇଁ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଟିମ୍ ମାମଲାର ତଦନ୍ତ କରୁଛନ୍ତି ସେ ଦିଗରେ ୧୨ ଦିନ ଭିତରେ କୌଣସି ଅଗ୍ରଗତି ହାସଲ କରିପାରି ନାହାନ୍ତି। ସେ ମିଛ କହୁଛନ୍ତି ବା ସତ କହିବାକୁ ଚାହୁଁନାହାନ୍ତି ବୋଲି କ୍ରାଇମବ୍ରାଂଚର ହୃଦବୋଧ ହେଲା ପରେ ତାଙ୍କୁ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ପାଇଁ ଗାନ୍ଧିନଗରକୁ ନିଆଯାଇଛି।

ପୂର୍ବରୁ ସେ ପ୍ରଥମେ ଧରାପଡ଼ି ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଯେଉଁ ସମୟତକ ରହିଥିଲେ ତାହାରି ଭିତରେ ପରିସ୍ରା ଯିବା ବାହାନାରେ ପରିସ୍ରାଗାରକୁ ଯାଇ ସେଠାରେ ହତ୍ୟାକାଣ୍ଡର ସେ ସିଦ୍ଧାନ୍ତ କେଉଁ କାରଣରୁ ନେଇଛନ୍ତି ତାହାକୁ ପୂର୍ବଦିନ ଲେଖିଥିବା ଏକ କାଗଜକୁ ଚିରି ୟୁରିନାଲରେ ଫିଙ୍ଗିଦେଇ ପାଣି ଛାଡ଼ିଦେଇଥିଲେ। କ୍ରାଇମବ୍ରାଂଚ ଟିମ୍ ପ୍ରଥମ ଥର ରିମାଣ୍ଡରେ ଆଣିବା ପରେ ଏହି ତଥ୍ୟ ତାହାଠୁ ଆବିଷ୍କାର କରି ପାଇଖାନା ଟାଙ୍କିକୁ ଭାଙ୍ଗି ତିନିଦିନରୁ ଊର୍ଦ୍ଧ୍ୱ ପାଣିରେ ଥିବା ଚିରା କାଗଜଖଣ୍ଡ ବାହାର କରି ସେଥିରୁ କିଛି ତଥ୍ୟ ପାଇବେ ବୋଲି ଭାବିଥିଲେ। ଏହି ଚିରା କାଗଜକୁ ଏକାଠି କରି ପାଣିରେ ଲିଭି ଯାଇଥିବା ଅକ୍ଷରଗୁଡ଼ିକୁ ପଢ଼ିବା ନିମନ୍ତେ ମୁମ୍ବାଇସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କୁ ଡାକିଥିଲେ। ଏପରିକି ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ପକ୍ଷରୁ ଯେଉଁ ସୂଚନା ଦେଇଥିଲେ ଓ ସେହି ରୋଗକୁ ଯେଉଁ ଡାକ୍ତର କିଛିବର୍ଷ ତଳେ ଦେଖି ଔଷଧ ଦେଇଥିଲେ ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଂଚ ଟିମ୍ ପଚରାଉଚରା କରିବା ସହିତ ଗୋପାଳ ଦାସର ମାନସିକ ଅବସ୍ଥା ସଂପର୍କରେ ଦୃଢ଼ ଧାରଣା ଆଣିବା ପାଇଁ ଦିଲ୍ଲୀସ୍ଥିତ ମନୋବିଜ୍ଞାନୀ ବିଶେଷଜ୍ଞମାନଙ୍କୁ ଡକାଯାଇଥିଲା। ମୁମ୍ବାଇ ଓ ଦିଲ୍ଲୀର ବିଶେଷଜ୍ଞମାନେ କ’ଣ ସୁପାରିସ କଲେ ତାହା ଜଣାନାହିଁ। କିନ୍ତୁ କ୍ରାଇମବ୍ରାଂଚ ଟିମ୍ ଯେ ପ୍ରକୃତ ରହସ୍ୟ ଭେଦ କରିପାରୁ ନାହାନ୍ତି ତାହା ଜାଣିବା ପରେ ୫ ଦିନିଆ ଶେଷ ରିମାଣ୍ଡରେ ଗୋପାଳ ଦାସଙ୍କୁ ଆଣି ତାଙ୍କର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ପାଇଁ ଅଦାଲତରୁ ଅନୁମତି ଆଣିଛନ୍ତି।

ଏହା ହୁଏତ ଅନେକଙ୍କୁ ଜଣା ଯେ ଜଣେ ବ୍ୟକ୍ତି ମିଛ କହୁଛି କି ନାହିଁ, ତାହା ଜାଣିବା ପାଇଁ ପଲିଗ୍ରାଫ୍ ଟେଷ୍ଟର ଆଶ୍ରୟ ନିଆଯାଏ। ନାର୍କୋ ଟେଷ୍ଟ ଜରିଆରେ ଅଭିଯୁକ୍ତଙ୍କଠାରୁ ସତ ବାହାର କରିବାକୁ ପ୍ରୟାସ କରାଯାଏ। କିନ୍ତୁ ଏହି ଉଭୟ ପରୀକ୍ଷାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଯେଉଁ ଔଷଧ ବା ଇଞ୍ଜେକ୍ସନ୍ ଦିଆଯାଏ ସେଥିରେ ତାହାର ବକ୍ତବ୍ୟ ସ୍ୱାଭାବିକ ନୁହେଁ ବୋଲି ଧରାଯାଉଥିବାରୁ ଅଦାଲତମାନେ ଏହି ପରୀକ୍ଷା ରିପୋର୍ଟକୁ ସାକ୍ଷ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ। ସୁପ୍ରିମକୋର୍ଟର ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ରାୟ ଓ ସିଦ୍ଧାନ୍ତ ରହିଛି। କୌଣସି ବ୍ୟକ୍ତିକୁ ତା’ ନିଜ ବିରୋଧରେ ବକ୍ତବ୍ୟ ଦେବା ପାଇଁ କେହି ବାଧ୍ୟ କରିପାରିବେ ନାହିଁ ଓ ସେଥିପାଇଁ ପୋଲିସ ଆଗରେ ବୟାନକୁ ଅଦାଲତମାନେ ସାକ୍ଷ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ। ଏହିସବୁ ଟେଷ୍ଟ ପାଇଁ ବ୍ୟକ୍ତିଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ଅତି ଜରୁରୀ। ବାସ୍ତବରେ ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଅର୍ଦ୍ଧଚେତନ ଅବସ୍ଥାକୁ ନେଇଯାଇ ତା’ଠାରୁ ସତ ଆଦାୟ ପାଇଁ ଚେଷ୍ଟା କରାଯାଏ। ଏହି ଟେଷ୍ଟର ଭିଡିଓ ରେକର୍ଡିଂ କରାଯିବା ସମୟରେ ସେଥିରେ ଡାକ୍ତର, ମନୋବିଜ୍ଞାନୀ, ତଦନ୍ତକାରୀ ଅଫିସର ଓ ଫରେନ୍ସିକ୍ ବିଶେଷଜ୍ଞମାନେ ଉପସ୍ଥିତ ଥାଆନ୍ତି।

ଗୋପାଳ ଦାସଙ୍କ ତଦନ୍ତକାରୀ ଅଫିସରମାନେ ଜାଣନ୍ତି ଯେ ଅଦାଲତ ଯେଉଁ ୫ ଦିନିଆ ରିମାଣ୍ଡ ଏବେ ଦେଇଛନ୍ତି, ତାହା ଶେଷ ହେଲା ପରେ ଆଉ ରିମାଣ୍ଡ ବୋଧହୁଏ ମିଳିପାରିବ ନାହିଁ। ଅବଶ୍ୟ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ଅଦାଲତରେ ସାକ୍ଷ୍ୟ ପାଇଁ ବ୍ୟବହାର ନହେଲେ ମଧ୍ୟ ହତ୍ୟାର ରହସ୍ୟ ଉଦ୍ଘାଟନ ଦିଗରେ ଯଦି ଏହା ସହାୟକ ହୁଏ ତେବେ ତଦନ୍ତକାରୀ ଅଫିସରମାନେ ତାହାକୁ ଭିତ୍ତିକରି ପ୍ରକୃତ ସାକ୍ଷ୍ୟ ଯାହା ଅଦାଲତରେ ଗ୍ରହଣଯୋଗ୍ୟ ହେବ ତାହା ସଂଗ୍ରହ କରନ୍ତି। କିନ୍ତୁ ଗୋପାଳ ଦାସ ତ ଏ ପର୍ଯ୍ୟନ୍ତ ଯେଉଁ ଆଭିମୁଖ୍ୟ ନେଇଛନ୍ତି ସେଥିରେ ସେ ଦର୍ଶାଇଦେଇଛନ୍ତି ଯେ ଜଣେ ନିମ୍ନ ପାହ୍ୟାର ପୋଲିସ ଅଧିକାରୀ ହେଲେ ମଧ୍ୟ ସର୍ବୋଚ୍ଚ ପୋଲିସ ଅଧିକାରୀମାନେ ତାଙ୍କଠାରୁ ସହଜରେ ସତ୍ୟ ଆଦାୟ କରିପାରିବେ ନାହିଁ। ଗୋପାଳ ଦାସଙ୍କୁ ବିମାନ ଯୋଗେ ମଙ୍ଗଳବାର ଦିନ ଝାରସୁଗୁଡ଼ାରୁ କଲିକତା ଓ ସେଠାରୁ ଗାନ୍ଧିନଗର ନିଆଯିବା ସମୟରେ ସେ ଅତ୍ୟନ୍ତ ମନଖୁସିରେ ଥିବା ନେଇ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜଣେ ହତ୍ୟା ଅପରାଧୀ ଭାବରେ ସେ ରହିଥିଲେ ମଧ୍ୟ ତାଙ୍କ ମନରେ କୌଣସି ଦୁଃଖ ବା ବିମର୍ଷ ଥିବା ନେଇ ସାମାନ୍ୟତମ ସୂଚନା ମିଳିନଥିଲା। ଏହି ଟିମ୍ ସହିତ ଯାଇଥିବା ପୋଲିସ ଅଧିକାରୀମାନେ ମଧ୍ୟ ତାହାର ଆଚରଣରେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି।

ଅପରପକ୍ଷେ ଗୋପାଳ ଦାସ ବରାବର ପୋଲିସ ଅଧିକାରୀମାନଙ୍କୁ କହୁଛନ୍ତି ଯେ କେଉଁ କାରଣରୁ ସେ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା କଲେ ତାହା କେବଳ ଗଣମାଧ୍ୟମକୁ ସେ ଜଣାଇବେ। ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡାକିବା ପାଇଁ ପୋଲିସ ଅଧିକାରୀଙ୍କୁ ସେ କହୁଛନ୍ତି। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଜଣେ ପୋଲିସ ଅଫିସର ଭଲ ଭାବରେ ଜାଣନ୍ତି ଯେ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା ପାଇଁ କୌଣସି ପୋଲିସ ବା ତଦନ୍ତକାରୀ ସଂସ୍ଥା ତାଙ୍କୁ ଅନୁମତି ଦେବନାହିଁ। ପଲିଗ୍ରାଫ୍ ଓ ନାର୍କୋର ଟେଷ୍ଟରୁ ଯାହାସବୁ ବାହାରିବ ତାହାକୁ ଆଧାର କରି କ୍ରାଇମବ୍ରାଂଚ ପରବର୍ତ୍ତୀ ତଦନ୍ତ କରିବ। କିନ୍ତୁ ତାହାର ଚିରା କାଗଜ ବିଷୟରେ ଜାତୀୟ ଫରେନ୍ସିକ୍ ବିଶେଷଜ୍ଞମାନେ କ’ଣ ସୂଚନା ଦେଇଛନ୍ତି ତାହା ଜଣାନାହିଁ।

ଏଥିରୁଗୋଟିଏ କଥା ସ୍ପଷ୍ଟ ଯେ ସେମାନେ କାଗଜରେ ଲେଖାଥିବା ତଥ୍ୟକୁ ଯଦି ପାଇଥାନ୍ତେ, ତେବେ ଗୋପାଳ ଦାସର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟର ଆବଶ୍ୟକତା ନଥାନ୍ତା। ଆଉ ଦୁଇଦିନ ପରେ ତୃତୀୟ ରିମାଣ୍ଡର ସମୟ ଶେଷ ହୋଇଯିବ। ନବକିଶୋର ଦାସଙ୍କୁ ଗୋପାଳ ଦାସ କେଉଁ କାରଣ ପାଇଁ ଗୁଳି ଚଳାଇଛନ୍ତି ତାହାର ବିବରଣୀ ସେହି ସମୟ ଭିତରେ କ୍ରାଇମବ୍ରାଂଚ ଟିମ୍ ଯଦି ସାଧାରଣରେ ପ୍ରକାଶ ନକରନ୍ତି ତେବେ ଏହି ହତ୍ୟାକାଣ୍ଡକୁ ନେଇ ଯେଉଁ ରାଜନୈତିକ ଝଡ଼ ଚାଲିଛି ତାହାର ଅବସାନ ହେବନାହିଁ। ନବକିଶୋର ଦାସ ରାଜ୍ୟର ଜଣେ ବରିଷ୍ଠ ଓ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ତାଙ୍କ ହତ୍ୟାକାଣ୍ଡର ରହସ୍ୟ ଯଦି ରାଜ୍ୟ ପୋଲିସ ବା କ୍ରାଇମବ୍ରାଂଚ ଆବିଷ୍କାର କରିପାରିଲା ନାହିଁ ତେବେ ରାଜ୍ୟ ପୋଲିସକୁ କିପରି ଭାବରେ ସାଧାରଣ ଲୋକ ବିଶ୍ୱାସ କରିବେ?

ନବକିଶୋର ଦାସଙ୍କ ଦଶାହ କାର୍ଯ୍ୟ ଶେଷ ହୋଇଛି ଓ ତାଙ୍କର ସ୍ମୃତିସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ସମେତ ପ୍ରାୟ ୪୦ ହଜାର ଲୋକ ଉପସ୍ଥିତ ଥିଲେ। ଇତିମଧ୍ୟରେ ବିଧାନସଭା ପକ୍ଷରୁ ଝାରସୁଗୁଡ଼ା ଆସନ ଖାଲି ହୋଇଯାଇଥିବା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇଦିଆଯାଇଛି। ଅର୍ଥାତ୍ ଝାରସୁଗୁଡ଼ା ବିଧାନସଭା ଉପ-ନିର୍ବାଚନ ଯେ କୌଣସି ସମୟରେ ଘୋଷିତ ହୋଇପାରେ। କିନ୍ତୁ ନବକିଶୋର ଦାସଙ୍କ ହତ୍ୟା ରହସ୍ୟ ଯଦି ତାହା ପୂର୍ବରୁ ଉନ୍ମୋଚିତ ନହୁଏ, ତେବେ ଶାସକ ଦଳ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବା ନିଶ୍ଚିତ। ନବକିଶୋର ଦାସଙ୍କ ପରିବାର ପ୍ରତି ଯଥେଷ୍ଟ ସହାନୁଭୂତି ଥିଲେ ମଧ୍ୟ ତାଙ୍କ ହତ୍ୟାର ରହସ୍ୟ ସନ୍ଦେହ ଘେରରେ ଥିବାବେଳେ ପରିବାର ସଦସ୍ୟମାନଙ୍କ ପାଇଁ ଉପ-ନିର୍ବାଚନରେ ଭୂମିକା ଅଡୁଆର ସମ୍ମୁଖୀନ ହେବ। କ୍ରାଇମବ୍ରାଂଚ ଦଳ ବିଫଳ ହୋଇଥିବା କଥା ଜଣାପଡ଼ିବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ହୁଏତ ବାଧ୍ୟ ହେବେ। ରାଜନୈତିକ ଦୃଷ୍ଟିରୁ ଏହି ମାମଲାଟି ଏତେ ସମ୍ବେଦନଶୀଳ ଯେ ଏହାର ସଠିକ୍ ସମାଧାନ ଉପରେ ରାଜ୍ୟ ଶାସନର ଭାଗ୍ୟ ବହୁ ପରିମାଣରେ ନିର୍ଭର କରିବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story