ଟିକେଟ୍ ଦାବି କଲେ କିଶୋରଙ୍କ ପତ୍ନୀ, ବଢ଼ିଲା ଚାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅକଳା ମହାନ୍ତି ତାଙ୍କ ପତିଙ୍କ ଆସନରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । କିଶୋରଙ୍କ ମୃତ୍ୟୁର ପ୍ରାୟ ସାଢ଼େ ୪ମାସ ପରେ ତାଙ୍କ ପତ୍ନୀ ଅଳକା ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନିୟମ ଦୃଷ୍ଟିରୁ ବିଜେଡି ଟିକେଟ୍ ପାଇବାକୁ ସେ ଯୋଗ୍ୟ ବୋଲି କହିଛନ୍ତି। ନିୟମ ଅନୁସାରେ, ବ୍ରଜରାଜନଗରର ବରିଷ୍ଠ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁର ୬ମାସ ମଧ୍ୟରେ […]

kishore-mohanty

kishore-mohanty

Ordigital Desk
  • Published: Monday, 18 April 2022
  • Updated: 18 April 2022, 09:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅକଳା ମହାନ୍ତି ତାଙ୍କ ପତିଙ୍କ ଆସନରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । କିଶୋରଙ୍କ ମୃତ୍ୟୁର ପ୍ରାୟ ସାଢ଼େ ୪ମାସ ପରେ ତାଙ୍କ ପତ୍ନୀ ଅଳକା ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନିୟମ ଦୃଷ୍ଟିରୁ ବିଜେଡି ଟିକେଟ୍ ପାଇବାକୁ ସେ ଯୋଗ୍ୟ ବୋଲି କହିଛନ୍ତି।

ନିୟମ ଅନୁସାରେ, ବ୍ରଜରାଜନଗରର ବରିଷ୍ଠ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁର ୬ମାସ ମଧ୍ୟରେ ସେହି ଆସନରେ ଉପନିର୍ବାଚନ ହେବ। ଡିସେମ୍ବର ୩୦ରେ ଶ୍ରୀ ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାବେଳେ ମେ’ ୩୦ତାରିଖ ସୁଦ୍ଧା ୬ମାସ ପୂରଣ ହେଉଛି। ଇତିମଧ୍ୟରେ ପ୍ରାୟ ସାଢ଼େ ୪ମାସ ବିତିଯାଇଛି ଓ ନିର୍ବାଚନ କମିଶନ ଚଳିତମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସର ପ୍ରଥମାର୍ଦ୍ଧରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିବେ। ଏହି ଆସନ ପାଇଁ କିଶୋରଙ୍କ ପତ୍ନୀ ଅଳକା ଦାବିଦାର ଥିବାବେଳେ ଝାରସୁୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ମଧ୍ୟ ନଜର ପକାଇଥିବା ଚର୍ଚ୍ଚା ହେଉଛି। ଯଦିଓ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନି କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ସେ ନିଜ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରାଇ ପାରନ୍ତି ବୋଲି ଗୋଟିଏ ଗୋଷ୍ଠୀ ଆଶଙ୍କା କରୁଥିଲେ ମଧ୍ୟ ବିଜେଡିରେ ଏଭଳି ହେବାର ସମ୍ଭାବନା କ୍ଷୀଣ । ଯଦିଓ ବିଜେଡି ଏପର୍ଯ୍ୟନ୍ତ ଅଳକାଙ୍କୁ ପ୍ରାର୍ଥୀ କରିବା ନେଇ କୌଣସି ସଙ୍କେତ ଦେଇନି, କିନ୍ତୁ ଲୋକଙ୍କ ଭାବାବେଗ ଓ ସହାନୁଭୂତିକୁ ଦୃଷ୍ଟିରେ ରଖି ଅଳକାଙ୍କୁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ବେଶ୍ ଅଧିକ ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଶୋରଙ୍କ ପତ୍ନୀ ଅଳକା କହିଛନ୍ତି ଯେ , ନିୟମ ଦୃଷ୍ଟିରୁ ସ୍ୱାମୀଙ୍କ ବିୟୋଗ ପରେ ଟିକେଟ୍ ଉପରେ ତାଙ୍କର ଅଧିକାର ରହିଛି । ସେ ଟିକେଟ୍ ପାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ନିୟମ ଦୃଷ୍ଟିରୁ ସେ ଟିକେଟ୍ ପାଇବାକୁ ଯୋଗ୍ୟ ବୋଲି କହି ବିଜେଡି ଉପରେ ଚାପ ପକାଇବାକୁ ଉଦ୍ୟମ କରିଛନ୍ତି । କିଶୋର ନିଜର ନମ୍ର ଆଚରଣ ଓ ସାଂଗଠନିକ ଦକ୍ଷତା ପାଇଁ ସ୍ଥାନୀୟ ଅଂଚଳରେ ବେଶ୍ ଲୋକପ୍ରିୟ ଥିବାରୁ ତାଙ୍କ ପତ୍ନୀ ଆଜି ଟିକେଟ୍ ଉପରେ ନିଜର ଦାବିଦାର ରଖି ସହାନୁଭୂତି କାର୍ଡ ଖେଳିବାକୁ ପ୍ରୟାସ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story