ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛି ବିଜେଡି ସରକାର, ଦୋଷୀଙ୍କୁ ତୁରନ୍ତ ବାନ୍ଧ: ବିଜେପି

ଶ୍ରୀମନ୍ଦିରରେ ଉଷୁନା ଚାଉଳ ପ୍ରବେଶକୁ ମଧ୍ୟ ସେବାୟତମାନେ କଡ଼ା ବିରୋଧ କରୁଛନ୍ତି

Manmohan Samal

ମନମୋହନ ସାମଲ

Ordigital Desk
  • Published: Tuesday, 06 February 2024
  • Updated: 06 February 2024, 08:27 PM IST

Sports

Latest News

ଅର୍ପଣ ରଥରୁ ଉଷୁନା ଚାଉଳ ବାହାରିବା ପ୍ରସଙ୍ଗରେ ଆଜି ପୁଣିଥରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ବିଜେଡି ସରକାର ମହାପାପ କରିଛି। ଏତେ ବଡ଼ ଭୁଲ୍ ନିଷ୍ପତ୍ତି କାହା ନିର୍ଦ୍ଦେଶରେ ଓ କେଉଁ ସ୍ୱାର୍ଥରେ ନିଆଗଲା ତାହା ସରକାର ସ୍ପଷ୍ଟ କରିବା ସହ ତୁରନ୍ତ ଏହି ମହାପାପ କରିଥିବା ଦଳ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ବିଜେପି ଦାବି କରିଛି।
ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଅର୍ପଣ ରଥ ବୁଲାଇବା ଓ ଦାନରେ ଚାଉଳ ସଂଗ୍ରହ କରିବା ନିମନ୍ତେ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ନେଇନଥିଲା ବୋଲି ପୂର୍ବରୁ ଗଜପତି ମହାରାଜା କହିସାରିଛନ୍ତି।

ଏବେ ଗତ ୨ଦିନ ଧରି ପୁରୀ ଶ୍ରୀମନ୍ଦିରରୁ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି। ଏନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ତରଫରୁ ଯେଉଁଢଙ୍ଗରେ ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଅରୁଆ ଓ ଉଷୁନା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ସ୍ପଷ୍ଟ କଲେ। ସେହି ବାରମିଶା ଚାଉଳକୁ ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି।

Also Read

ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଓ ଜଗନ୍ନାଥପ୍ରେମୀଙ୍କ ଆସ୍ଥା ସହ ଖେଳିବା ଭଳି ଏତେ ବଡ଼ ଭୁଲ୍ ନିଷ୍ପତ୍ତି କାହା ନିର୍ଦ୍ଦେଶରେ ଏବଂ କେଉଁ ସ୍ୱାର୍ଥରେ ତଥା କିଏ ଏବଂ କାହା ମାଧ୍ୟମରେ ନିଆଗଲା ସେ ନେଇ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ସାମଲ ଦାବି କରିଛନ୍ତି।

ଶ୍ରୀମନ୍ଦିରର ନୀତି ଅନୁଯାୟୀ ମନ୍ଦିରରେ କେବଳ ଗୋଟି ଚାଉଳ (ଏକପ୍ରକାର ଅରୁଆ ଚାଉଳ) ବ୍ୟବହାର କରାଯାଏ। ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ଶାସକ ବିଜେଡିର ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଗଲା। ସାରା ଓଡ଼ିଶାରୁ କେହି ଜଣେ ହେଲେ ବି ଭକ୍ତ ଦାବି କରିନଥିଲେ ଯେ, ବାରମିଶା ଚାଉଳକୁ ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଯାଉ। ଶ୍ରୀମନ୍ଦିରରେ ଉଷୁନା ଚାଉଳ ପ୍ରବେଶକୁ ମଧ୍ୟ ସେବାୟତମାନେ କଡ଼ା ବିରୋଧ କରୁଛନ୍ତି। ସରକାର ଗଠନ କରିଥିବା ଯାଂଚ୍ କମିଟିର ସଦସ୍ୟ କହି ସାରିଲେଣି ଯେ, ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇଛି। ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧିବାର କୁବୁଦ୍ଧି କାହାର? ସେ ଲୋକ ଯିଏ ବି ହେଉ ତୁରନ୍ତ ତାକୁ ବାନ୍ଧି ଜେଲ୍‌ରେ ପୁରାଯାଉ ବୋଲି ବିଜେପି ଦାବି କରିଛି।

କେବଳ ସେତିକି ନୁହେଁ ଅର୍ପଣ ରଥ ବୁଲିବାବେଳେ ଲୋକମାନେ ଯେଉଁ ଦାନ ଟଙ୍କା ଦେଇଥିଲେ ତାହା କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି।
ଖଟୁଳି ଖାଇ ଦିଅଁ ଖାଇବା’ ଦଳ ହେଉଛି ବିଜୁ ଜନତା ଦଳ। ଯେଉଁମାନେ ନିକଟ ଅତୀତରେ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଥିଲେ ସେମାନେ ଆଜି ମନ୍ଦିରରେ ଉଷୁନା ଚାଉଳ ପ୍ରବେଶ କରାଇଲେ ଏବଂ ଦାନ ଅର୍ଥକୁ ହଡ଼ପ କରିବାର ଦୁଃସାହସ କଲେ। ଶ୍ରୀମନ୍ଦିର ଇତିହାସରେ ଏଭଳି କୁକର୍ମ ନା କେବେ ହେଇନଥିଲା।

ତେଣୁ ତୁରନ୍ତ ଏହି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଆଇପିସିର ଧାରା-  ୨୯୫(କ )ରେ ମାମଲା ରୁଜୁ କରାଯାଉ। ବିଜେପି ଆଗାମୀ ଦିନରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି, ଜୟନ୍ତ ଷଡ଼ଙ୍ଗୀ, ବିରଂଚି ନାରାୟଣ ତ୍ରିପାଠୀ, ଯତୀନ ମହାନ୍ତି, ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story