ନବୀନ ସରକାରଙ୍କ ‘ମୋ ଘର’ ଯୋଜନା ଫେଲ୍ : ଏକ ପ୍ରତିଶତ ଆବେଦନକାରୀଙ୍କୁ ବି ମିଳିନି ଘର

ଯେଉଁଥିପାଇଁ ‘ମୋ ଘର’ ଯୋଜନା ପ୍ରାୟତଃ ଫେଲ୍ ମାରିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା

CM PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 06 February 2024
  • Updated: 06 February 2024, 09:33 PM IST

Sports

Latest News

ସମସ୍ତଙ୍କୁ ଛାତଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରେ କାର୍ଯ୍ୟକାରୀ କରିଥିବା ‘ମୋ ଘର’ ଯୋଜନା ଫେଲ୍ ମାରିଛି। ଏହି ଯୋଜନାକୁ ପ୍ରାୟ ୮ମାସ ବିତିଯାଇଥିଲେ ମଧ୍ୟ ଏକ ପ୍ରତିଶତ ଲୋକଙ୍କୁ ବି ଘର ମିଳିପାରିନି। ଏପରିକି ଘର ପାଇଁ ଆବେଦନ କରିଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୬୨ ପ୍ରତିଶତଙ୍କ ଆବେଦନ ଏବେବି ବ୍ୟାଙ୍କସ୍ତରରେ ପଡ଼ିରହିଛି।

ରାଜ୍ୟ ପଂଚାୟତିରାଜ ବିଭାଗର ତଥ୍ୟ ଅନୁସାରେ, ୨୦୧୫ ମାର୍ଚ୍ଚ ମାସ ପରଠୁ ଏପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଂଚଳରେ ଥିବା ୩୧.୦୨ଲକ୍ଷ ପରିବାରକୁ ବିଭିନ୍ନ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଇଛି। ଏବାବଦରେ ୩୬୮୬୨.୯୧କୋଟି ଟଙ୍କା ବ୍ୟୟ ହୋଇଯାଇଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ଆବଂଟିତ ଘର ସାମିଲ ଅଛି।

ରାଜ୍ୟ ସରକାର ନିଜସ୍ୱ ‘ବିଜୁ ପକ୍କାଘର ଯୋଜନା’ରେ ମାଗଣା ଘର ଯୋଗାଇବା ପରିବର୍ତ୍ତେ ଲୋକମାନଙ୍କୁ ବ୍ୟାଙ୍କ ଋଣ ଲିଙ୍କେଜ୍ ଓ ସୁଧ ଉପରେ ସବସିଡି ଦେଇ ଘର ନିର୍ମାଣ ନିମନ୍ତେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତବର୍ଷ ଜୁନ୍ ମାସରେ ଯେଉଁ ‘ମୋ ଘର’ ଯୋଜନା କାର୍ଯ୍ୟକାରୀ କଲେ ତାହା ଏବେ ଫେଲ୍ ମାରିଛି। ଆଜି ବିଧାନସଭାରେ ଆସିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୪ଲକ୍ଷ ୭ହଜାର ୪୦୮ଜଣ ‘ମୋ ଘର’ ପାଇଁ ଆବେଦନ କରିଛନ୍ତି। ସେଥିରୁ ପ୍ରାୟ ୬୨ ପ୍ରତିଶତ(୨.୫୩ଲକ୍ଷ ଲୋକ)ଙ୍କ ଆବେଦନକୁ ବ୍ଲକଗୁଡ଼ିକ ଦ୍ୱାରା ଋଣ ଯୋଗାଇବା ନିମନ୍ତେ ବ୍ୟାଙ୍କଗୁଡ଼ିକୁ ସୁପାରିଶ କରାଯାଇଛି। ଆଉ ବ୍ୟାଙ୍କସ୍ତରରେ ମୋଟ ଆବେଦନର ମାତ୍ର ୦.୭୦%କୁ ମଞ୍ଜୁରୀ ମିଳିଛି।

Also Read

ଅର୍ଥାତ୍ ମାତ୍ର ୨୮୮୩ଜଣ ଆବେଦନକାରୀଙ୍କୁ ଘର ନିର୍ମାଣ ନିମନ୍ତେ ବ୍ୟାଙ୍କ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ରାଜି ହୋଇଛନ୍ତି। ଗତ ୮ମାସ ମଧ୍ୟରେ ୪ଲକ୍ଷରୁ ଅଧିକ ଆବେଦନ ଥିବାବେଳେ ମାତ୍ର ୨୮୮୩ଜଣଙ୍କୁ ଘର ଋଣ ମଞ୍ଜୁର ହେବା ସିଧାସଳଖ ରାଜ୍ୟ ସରକାରଙ୍କ ଏହି ଯୋଜନାର ବିଫଳତାକୁ ପଦାରେ ପକାଇ ଦେଇଛି।

ଗରିବଙ୍କୁ ମାଗଣା ଘର ନଦେଇ ସୁଧ ରିହାତିର ଲୋଭ ଦେଖାଇ ରାଜ୍ୟ ସରକାର ଯେଉଁ ଭେଳିକି କରିଛନ୍ତି ତାହା ପରୋକ୍ଷରେ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ବି ଏହି ଘର ଯୋଜନାକୁ କିଭଳି ଅଧିକ ବାସ୍ତବବାଦୀ ଓ ଲୋକାଭିମୁଖୀ ହୋଇପାରିବ ତଥା ଏହାର ସୁଫଳ ଗରିବ ଲୋକମାନେ ନେଇପାରିବେ ସେଥିପ୍ରତି ବି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଏହି ଯୋଜନା ପ୍ରାୟତଃ ଫେଲ୍ ମାରିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story