ବିଜେଡି କବଜାରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’: ଚାଲିଛି ସଂଗଠନ କାର୍ଯ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କର ଆପତ୍ତି-ଅଭିଯୋଗ ଶୁଣିବା ନିମନ୍ତେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ନ୍ୟାୟ ଓ ହକ୍ ପାଇବା ଆଶାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ଥାନକୁ ଛୁଟି ଆସିଥା’ନ୍ତି । କିନ୍ତୁ ଏହି କାର୍ଯ୍ୟାଳୟ ଏବେ ବିଜୁ ଜନତା ଦଳର କବଜାରେ । କରୋନା ଆଳରେ ଗତ ୨ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ […]

CM'S Grievance Cell

CM'S Grievance Cell

Ordigital Desk
  • Published: Thursday, 14 April 2022
  • Updated: 14 April 2022, 06:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କର ଆପତ୍ତି-ଅଭିଯୋଗ ଶୁଣିବା ନିମନ୍ତେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ନ୍ୟାୟ ଓ ହକ୍ ପାଇବା ଆଶାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ଥାନକୁ ଛୁଟି ଆସିଥା’ନ୍ତି । କିନ୍ତୁ ଏହି କାର୍ଯ୍ୟାଳୟ ଏବେ ବିଜୁ ଜନତା ଦଳର କବଜାରେ । କରୋନା ଆଳରେ ଗତ ୨ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରାଯାଇ ଥିବାବେଳେ ଏହା ଏବେ ବିଜେଡିର ଦଳୀୟ କାର୍ଯ୍ୟାଳୟ ପାଲଟିଛି । ଯଦିଓ ବିଜେଡିକୁ ରାଜଧାନୀର ୬ ନମ୍ବର ଅଂଚଳରେ ଗୋଟିଏ ସରକାରୀ କ୍ୱାର୍ଟର୍ସ ଓ ଅଢ଼େଇ ଏକର ଜମି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ।

ସୂଚନା ଅନୁସାରେ, ଗତ ଦୁଇବର୍ଷରୁ ଅଧିକ ସମୟ ଧରି ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ନିୟମିତ ଖୋଲା ରହୁଥିଲେ ମଧ୍ୟ ସର୍ବସାଧାରଣଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ନାହିଁ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ କଟକଣା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୨୦୨୦ ମାର୍ଚ୍ଚ ମାସରୁ ଆନୁଷ୍ଠାନିକ ଭାବେ ବନ୍ଦ କରି ଦିଆଯାଇଛି । ସେବେଠୁ ସାଧାରଣ ଲୋକେ ଅଫଲାଇନରେ ନିଜର ଅଭିଯୋଗକୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କାର୍ଯ୍ୟାଳୟ ନିକଟରେ ପହଂଚାଇବା ସମ୍ଭବପର ହେଉନି । ଆଉ ଏହି ସୁଯୋଗରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ବିଜେଡି ନିଜର ସାଂଗଠନିକ କାର୍ଯ୍ୟ ନିମନ୍ତେ ଉପଯୋଗ କରିଛି । ପଂଚାୟତ ଓ ପୌର ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ବିଜୟୀ ଦଳୀୟ ପ୍ରତିନିଧିମାନଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ଡକାଯାଇ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଉଥିଲା । ଏବେବି ରାଜ୍ୟର ବିଭିନ୍ନ ଭାଗରୁ ଆସୁଥିବା ଦଳୀୟ ନେତାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ’ରେ ଦଳର ନେତା (ନବୀନ ପଟ୍ଟନାୟକ ନୁହଁନ୍ତି)ଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦିଆଯାଉଛି । ପରିସ୍ଥିତି ଏପରି ହୋଇଛି ଯେ, ଏହି ଅଭିଯୋଗ ପ୍ରକୋଷ୍ଠ ପରିସରରେ ଥିବା ଲନରେ ବିଜେଡିର କିଛି ନେତା ନିୟମିତ ଭାବେ ବସୁଥିବା ଦେଖିବାକୁ ମିଳୁଛି ।

ଶାସକ ଦଳ ଓ ସରକାର ମଧ୍ୟରେ ଗୋଟିଏ ଲକ୍ଷ୍ମଣରେଖା ରହିବା ଉଚିତ୍ । ଯାହାକୁ କେହି ଅତିକ୍ରମ କରିବା ଅନୁଚିତ୍ । ସରକାରଙ୍କ ପ୍ରତି ଦଳମତ ନିର୍ବିଶେଷରେ ସମସ୍ତଙ୍କ ଆସ୍ଥା ରହିବା ସ୍ୱାଭାବିକ । ଯଦି ସରକାର ନିଜେ ଲକ୍ଷ୍ମଣରେଖା ଉଲ୍ଲଘଂନ କରିବେ ଓ ଏଥିପାଇଁ ଅନୁମତି ଦେବେ ତଥା ସବୁକିଛି ଦଳୀୟ ସଂଗଠନ ହିସାବରେ ଚାଲୁ ବୋଲି ଚାହିଁବେ ତା’ହେଲେ ଗଣତନ୍ତ୍ର ଏଠାରେ ମୂଲ୍ୟହୀନ ହୋଇପଡ଼ିବା ସ୍ୱାଭାବିକ ।

ତେବେ ପ୍ରଶ୍ନ ଉଠୁଛି, ସବୁ ଆଇନକାନୁନକୁ ଜଳାଞ୍ଜଳି ଦେଇ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ଭଳି ଏକ ସମ୍ବେଦନଶୀଳ ସ୍ଥାନକୁ ବିଜେଡି କାହିଁକି ନିଜର ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଉପଯୋଗ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପଦର ଗାରିମାକୁ ବଜାୟ ନରଖି କାହିଁକି ସବୁକ୍ଷେତ୍ରରେ ଦଳୀୟ ସଂଗଠନ ନାଁରେ ଏହି ପଦବୀର ଅମର୍ଯ୍ୟାଦା କରିବାକୁ ପଛାଉ ନାହିଁ? ଅନ୍ୟ ସବୁ ରାଜନୀତିକ ଦଳକୁ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ସରକାରୀ କ୍ୱାର୍ଟର୍ସ ଅବା ସ୍ଥାନ ଦିଆଯାଇଥିବାବେଳେ ବିଜେଡିକୁ ୨ଟି ସରକାରୀ କ୍ୱାର୍ଟର୍ସ ଦିଆଯାଇଛି । ତା’ବାଦ୍ ବିଜେଡି ଚଂଚକତା କରି ନିଜ କ୍ଷମତାର ଅପବ୍ୟବହାର କରି ଦଳର ମୁଖ୍ୟାଳୟ ଥିବା କ୍ୱାର୍ଟର୍ସକୁ ଲାଗି ରହିଥିବା ସରକାରୀ କୋଠାକୁ ଭାଙ୍ଗି ମୂଲ୍ୟବାନ ପ୍ରାୟ ଅଢ଼େଇ ଏକର ଜମିକୁ ମଧ୍ୟ ହାତେଇ ନେଇଛି । କେବଳ ସେତିକି ନୁହେଁ, ରାଜଭବନ ସମ୍ମୁଖରେ ଥିବା ଏକ ସରକାରୀ କ୍ୱାର୍ଟର୍ସକୁ ବିଜେଡି ବିଧାୟକ ତଥା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଆବଣ୍ଟିତ ହୋଇଛି । ଏହି ସରକାରୀ କ୍ୱାର୍ଟର୍ସରେ ବହୁ କୋଟି ଟଙ୍କା ବ୍ୟୟ କରାଯାଇଛି । ଏସବୁ ସ୍ଥାନଗୁଡ଼ିକରେ ବିଜେଡି ନିଜର ସାଂଗଠନିକ କାର୍ଯ୍ୟକ୍ରମ କରିବାରେ କୌଣସି ସମସ୍ୟା ନାହିଁ । ଅତି ଜରୁରୀ ଥିଲେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ବାସଭବନ ନବୀନ ନିବାସରେ ବି ସାଂଗଠନିକ କାର୍ଯ୍ୟକ୍ରମ ହୋଇପାରିବ । ମାତ୍ର ବିଜେଡି ଏସବୁ ପ୍ରତି ଗୁରୁତ୍ୱ ନଦେଇ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ଏବେ ନିୟମିତ ଭାବେ ଦଳୀୟ କାର୍ଯ୍ୟାଳୟ ଭଳି ଉପଯୋଗ କରିବାରେ ଲାଗିଛି । ଦଳର ନେତା, ମନ୍ତ୍ରୀ ଓ କର୍ମୀମାନଙ୍କୁ ଏହି ସ୍ଥାନକୁ ଡକାଯାଇ ସଂଗଠନ ସମ୍ପର୍କରେ ନିୟମିତ ଚର୍ଚ୍ଚା କରାଯାଉଥିବା ଜଣାପଡ଼ିଛି ।

ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁସାରେ, ଶାସକ ଦଳ ଓ ସରକାର ମଧ୍ୟରେ ଗୋଟିଏ ଲକ୍ଷ୍ମଣରେଖା ରହିବା ଉଚିତ୍ । ଯାହାକୁ କେହି ଅତିକ୍ରମ କରିବା ଅନୁଚିତ୍ । ସରକାରଙ୍କ ପ୍ରତି ଦଳମତ ନିର୍ବିଶେଷରେ ସମସ୍ତଙ୍କ ଆସ୍ଥା ରହିବା ସ୍ୱାଭାବିକ । ଯଦି ସରକାର ନିଜେ ଲକ୍ଷ୍ମଣରେଖା ଉଲ୍ଲଘଂନ କରିବେ ଓ ଏଥିପାଇଁ ଅନୁମତି ଦେବେ ତଥା ସବୁକିଛି ଦଳୀୟ ସଂଗଠନ ହିସାବରେ ଚାଲୁ ବୋଲି ଚାହିଁବେ ତା’ହେଲେ ଗଣତନ୍ତ୍ର ଏଠାରେ ମୂଲ୍ୟହୀନ ହୋଇପଡ଼ିବା ସ୍ୱାଭାବିକ । ଶାସକ ବିଜେଡିକୁ ଯଦି ନିଜର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଅଭାବ ପଡ଼ୁଛି ତା’ହେଲେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ଦଳ ନିଜ ନାଁରେ ଆବଣ୍ଟିତ କରାଇ ନେଉ । ଅନ୍ୟ କୌଣସି ସରକାରୀ କୋଠାରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ କାର୍ଯ୍ୟ କରୁ । ଯାହାଫଳରେ ସାଧାରଣ ଲୋକଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ର ବିଶ୍ୱସନୀୟତା ବଜାୟ ରହିପାରିବ ବୋଲି ମତ ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story