‘କେନ୍ଦ୍ରୀୟ ଯୋଜନାକୁ ଦଳୀୟ ଛୁଙ୍କ ଦେଉଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ଦିନ ହେବ ଜନସମାବେଶରୁ ଦୂରେଇ ରହୁଥିବା  ମୁଖ୍ୟମନ୍ତ୍ରୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଇନ୍ଦ୍ରାବତୀ ମଙ୍ଗଳପୁରଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମହାମାରୀ କୋପ କମିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସାଧାରଣ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ […]

BJP1

BJP1

Niharika Rout
  • Published: Thursday, 14 January 2021
  • Updated: 14 January 2021, 02:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ଦିନ ହେବ ଜନସମାବେଶରୁ ଦୂରେଇ ରହୁଥିବା  ମୁଖ୍ୟମନ୍ତ୍ରୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଇନ୍ଦ୍ରାବତୀ ମଙ୍ଗଳପୁରଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମହାମାରୀ କୋପ କମିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସାଧାରଣ କାର୍ଯ୍ୟକ୍ରମ ।

ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍ । କେବଳ RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ସଭା ସ୍ଥଳକୁ ଯାଇପାରିବେ ।  ହେଲେ  ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ଅଲଗା ବସିବା ନିମନ୍ତେ ହୋଇଥିବା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେବା ପ୍ରଦୀପ୍ତ ନାୟକ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ୟଙ୍କଠାରୁ ଅଲଗା ବସିବେ କାହିଁକି ? ଗଣତନ୍ତ୍ରରେ ଏସବୁ ସାମନ୍ତବାଦର ପ୍ରତୀକ । ଏଥିନିମନ୍ତେ ଡକାଯାଇଥିବା ସତ୍ତ୍ୱେ ସଭାସ୍ଥଳକୁ ଯାଇ ନ ଥିବା କହିଛନ୍ତି ପ୍ରଦୀପ୍ତ ନାୟକ।

ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ୯୦% ଅର୍ଥ ଦେଇଛି। ହେଲେ ଏଠାରେ କେନ୍ଦ୍ର ଯୋଜନାରେ ହେଉଥିବା ପ୍ରକଳ୍ପର ଲୋକାର୍ପଣ ଦଳୀୟ ଢଙ୍ଗରେ କରାଯାଉଛି। ନବୀନଙ୍କ ଗସ୍ତକୁ ସରକାରୀ ଅର୍ଥର ଅପବ୍ୟବହାର କହିଲେ ପ୍ରଦୀପ୍ତ ନାଏକ। କେନ୍ଦ୍ର ଅର୍ଥ ଦେବା ସତ୍ତ୍ୱେ ବିଜେପିର ନିର୍ବାଚିତ ଜନପ୍ରତିନିଧିଙ୍କୁ କାର୍ଯ୍ୟକ୍ରମରୁ ଦୂରେଇ ରଖାଯିବା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି  ବିରୋଧୀ ଦଳ ନେତା।

ଏହାବ୍ୟତୀତ କେସିଙ୍ଗାରେ ସ୍ପିନିଂ ମିଲ୍ କାହିଁକି ବନ୍ଦ ପଡ଼ିଛି, କଳାହାଣ୍ଡିରେ କୃଷି ବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା ହୋଇଥିଲା, ହେଲେ ଏଯାଏଁ ହେଲାନି। ୨୦୦୯ରେ ରେତ ନଦୀ ଉପରେ ୯ଶହ କୋଟି ଟଙ୍କାର ଏକ ମେଗା ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା। ହେଲେ ସରିଲାନି। ଧର୍ମଗଡ଼ ମଧ୍ୟ ମେଗା ପ୍ରକଳ୍ପ ସରିଲାନି। ବୋଲି କହିଲେ ବିରୋଧୀ ଦଳ ନେତା।

ବନ୍ୟା ପ୍ରଭାବିତ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଇଥିବା ନେଇ ଘୋଷଣା କରାଯାଇଥିଲା। ହେଲେ ଏହା ମିଥ୍ୟା ବୋଲି ଅଭିଯୋଗ ହେବାପରେ ତାହାକୁ  ନେଇ ଏଯାଏ ତାଙ୍କ ଅଫିସ ପକ୍ଷରୁ କିଛି ସ୍ପଷ୍ଟିକରଣ ଦିଆଗଲା ନାହିଁ।

ମୁଖ୍ୟମନ୍ତ୍ରୀ ସବୁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ବୋଲି ଡେଙ୍ଗୁରା ପିଟୁଛନ୍ତି। ସରକାରୀ ପଇସାରେ ନିଜ ପ୍ରଭାବ ବିସ୍ତାର କରୁଛନ୍ତି। ୨୦୨୨ ସୁଦ୍ଧା ଫସଲ ଦ୍ୱିଗୁଣ କରିବାକୁ କେନ୍ଦ୍ର ଅର୍ଥ ଦେଉଥିବା ବେଳେ ନବୀନ ବାବୁ  ନିଜେ ଏହାର ଶ୍ରେୟ ନେଉଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos