ସୀତାକାନ୍ତ ନା ଶୁଭେନ୍ଦୁ, କାହାକୁ ବାଛିବ କଂଗ୍ରେସ

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ସମ୍ୱେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବଡ଼ଚଣା। ଯାଜପୁର ଲୋକସଭା ଆସନରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର ଭଳି ମୁଖ୍ୟ ବ୍ୟାବସାୟିକ ପେଣ୍ଠସ୍ଥଳୀ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୯୫୧ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ ଧର୍ମଶାଳା ବ୍ଲକର ୧୨ଟି ପଞ୍ଚାୟତ ଓ ବଡ଼ଚଣା ବ୍ଲକକୁ ନେଇ ଗଠିତ ହୋଇଥିଲା। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ଏହର ସୀମା ନିର୍ଦ୍ଧାରଣ କରାଯାଇ ଧର୍ମଶାଳା […]

Badachana-pICS

Badachana-pICS

Mihir Pattnayak
  • Published: Tuesday, 19 March 2019
  • Updated: 19 March 2019, 02:56 PM IST

Sports

Latest News

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ସମ୍ୱେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବଡ଼ଚଣା। ଯାଜପୁର ଲୋକସଭା ଆସନରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର ଭଳି ମୁଖ୍ୟ ବ୍ୟାବସାୟିକ ପେଣ୍ଠସ୍ଥଳୀ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
୧୯୫୧ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ ଧର୍ମଶାଳା ବ୍ଲକର ୧୨ଟି ପଞ୍ଚାୟତ ଓ ବଡ଼ଚଣା ବ୍ଲକକୁ ନେଇ ଗଠିତ ହୋଇଥିଲା। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ଏହର ସୀମା ନିର୍ଦ୍ଧାରଣ କରାଯାଇ ଧର୍ମଶାଳା ବ୍ଲକର ପଞ୍ଚାୟତଗୁଡିକୁ ବାଦ ଦିଆଯାଇଥିଲା। ‍ଫଳରେ ବଡ଼ଚଣା ବ୍ଲକର ୪୩ ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଥିଲା।

ଅତୀତର ବଡ଼ଚଣା
ଏହି ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯଦୁମଣୀ ମଙ୍ଗରାଜ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ପରବର୍ତ୍ତୀ ସମୟରେ ବିଧାନସଭାରେ ବାଚସ୍ପତି ହୋଇଥିଲେ।
୧୯୮୦ ଓ ୧୯୮୫ ନିବାର୍ଚନରେ କଂଗ୍ରେସ ଦଳରୁ ସୀତାକାନ୍ତ ମହାପାତ୍ର ବିଧାୟକ ହେବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ୧୯୯୦, ୧୯୯୫ ଓ ୨୦୦୦ ନିର୍ବାଚନରେ ଅମର ଶତପଥୀ ଏଠାରୁ ବିଧାୟକ ହେବା ସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ପାଇ କୃଷି ମନ୍ତ୍ରୀ ହୋଇଥିଲେ। ଏହି ସମୟରେ ଚିନାବାଦମ ଦୁର୍ନୀତିରେ ଛନ୍ଦି ହୋଇଥିଲେ ଅମର। ଏନେଇ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା। ଫଳ ସ୍ୱରୂପ ୨୦୦୪ ମସିହାରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ। ଏହି ସମୟରେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ନିର୍ବାଚନୀ ଇସ୍ୟୁ
ବଡ଼ଚଣା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହେଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଗମନାଗମନଓ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପଛୁଆ ରହିଥିବା ଅଭିଯୋଗ କରନ୍ତି ଭୋଟର।
ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଯଥେଷ୍ଟ ଭିତ୍ତିଭୂମି ରହିଛି। ଏଠାରେ ଅନେକ ବୌଦ୍ଧ ସ୍ମାରକୀ ରହିଥିବା ବେଳେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଓ ବିକାଶ ହୋଇପାରିନାହିଁ। ନିର୍ବାଚନମଣ୍ଡଳୀର ପ୍ରାଣକେନ୍ଦ୍ର କୁହାଯାଉଥିବା ଚଣ୍ଡିଖୋଲ ବଜାର ଆଜି ବି ଅବହେଳିତ। ବିଜୁ ପଟ୍ଟନାୟକ ଚଣ୍ଡିଖୋଲକୁ ସବ୍‌ଡିଭିଜନର ମାନ୍ୟତା ଦେବାକୁ ଘୋଷଣା କରିଥିଲେ ବି ଏହା ଘୋଷଣାରେ ରହିଯାଇଛି। ସବୁଠାରୁ ବଡ କଥା ହେଲା ଧାନମଣ୍ଡଳରେ ଥିବା ଓଡ଼ିଶାର ଏକମାତ୍ର କୋଣାର୍କ ଝୋଟକଳ ଲୋପ ପାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ପରିବାର ଆଜି କର୍ମନିଯୁକ୍ତି ହରାଇଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭୋଟର। ଅମର ଦେଇଥିବା ବିକାଶର ପ୍ରତିଶ୍ରୁତି ପୂରା କରିନଥିବାରୁ ଆସନ୍ତା ନିର୍ବାଚନରେ ବିରୋଧିଙ୍କ ପାଇଁ ଏହା ଅସ୍ତ୍ର ସାଜିବ ବୋଲି ଚର୍ଚ୍ଚା ହେଉଛି।

ବିଜେଡ଼ି: ବଡ଼ଚଣା ଆସନରେ ବିଜେଡି ଆଶାୟୀ ତାଲିକାରେ ଅମର ଶତପଥୀଙ୍କ ନାମ ରହିଛି। ୨୦୦୯ ରେ ଅମର ଏହି ଆସନରୁ ଏନ୍‌ସିପି ପ୍ରାର୍ଥୀ ଭାବେ ଲଢି ବଡଚଣାବାସୀଙ୍କ ସମର୍ଥନ ପାଇଥିଲେ । ପରେ ଏନ୍‌ସିପି -ବିଜେଡିର ବୁଝାମଣା ପରେ ୨୦୧୪ରେ ବିଜେଡି ଟିକଟ ପାଇ ୫ମ ଥର ପାଇଁ ବିଧାୟକ ହୋଇଥିଲେ। ବର୍ତ୍ତମାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଛନ୍ତି।
ତେବେ ଚଳିତ ନିର୍ବାଚନରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚାଲିଛି ଟଣା ଓଟରା। ଅମରଙ୍କ ବିରୋଧରେ ଦଳର ଗୋଟିଏ ଗୋଷ୍ଠୀ ବାହାରିଛନ୍ତି ଏବଂ ଅମରଙ୍କୁ ଦଳୀୟ ଟିକଟ ନଦେବା ଲାଗି ସେମାନେ ହାଇକମାଣ୍ଡ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷେ ଦଳରେ ଅନେକ ଆଶାୟୀଙ୍କ ନାଁ ଶୁଣିବାକୁ ମିଳିଲାଣି। ମହିଳା ବିଜେଡି ରାଜ୍ୟ ସମ୍ପାଦିକା ମନୋରମା ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ସାମଲ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ ସମସ୍ତେ ଦଳୀୟ ଟିକେଟ ପାଇଁ ନିଜ ନିଜ ଚେଷ୍ଟାରେ ଅଛନ୍ତି। ଯଦି ବି ଅମର ବିଜେଡି ଟିକଟ ପାଆନ୍ତି ତେବେ କଡା ଟକ୍କରର ସମ୍ମୁଖୀନ ହେବେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

କଂଗ୍ରେସ: ପୂର୍ବ ନିର୍ବାଚନ ଫଳାଫଳକୁ ଦେଖିଲେ ଜଣାଯାଏ, ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା କଂଗ୍ରେସ ବିଜେଡିକୁ କଡା ଟକ୍କର ଦେଇଆସିଛି। ବିଜେଡିର ଅମର ଓ କଂଗ୍ରେସର ସୀତାକାନ୍ତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ବେଶ୍‌ ଜଣାଶୁଣା। ୨୦୦୪ରେ ଏହି ଆସନରୁ ସୀତାକାନ୍ତ କଂଗ୍ରେସ ଟିକଟରେ ଜିତିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସୀତାକାନ୍ତଙ୍କୁ ଟିକେଟ ମିଳି ନ ଥିଲା। ଜନ୍ମେଞ୍ଜୟ ଲେଙ୍କା କଂଗ୍ରେସ ପ୍ରାର୍ଥୀ ହୋଇ ୩୬ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।
ଇତିମଧ୍ୟରେ ଜନ୍ମଜେୟ ଦଳ ଛାଡ଼ିଥିବାବେଳେ ପୁଣି କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ସଜବାଜ ହେଉଛି । ଗତ ଥର ଦଳୀୟ ଟିକଟ୍ ପାଇନଥିବା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ମଇଦାନକୁ ଓହ୍ଲାଇଛନ୍ତି। ଗାଁ ଗାଁ ବୁଲି ପୁରୁଖା କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ ଲାଗିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଟିକଟ ପାଇଁ ପ୍ରବଳ ଦାବିଦାର ଥିବା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ ମହାନ୍ତି ମଧ୍ୟ ସଂଗଠନକୁ ମଜବୁତ୍ କରୁଥିବା ଦାବି କରିଛନ୍ତି। ବଡ଼ଚଣାରେ ଚାଲିଥିବା ଦୁର୍ନୀତିକୁ ସେ ଆୟୁଧ କରିବେ ଏବଂ ଜନସାଧାରଣଙ୍କ ସମର୍ଥନ ପାଇବାକୁ ସେ ଆଶା ରଖିଛନ୍ତି।

ବିଜେପି: ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଅମର ନାୟକ ୨୬ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏବେ ସେ ବିଜେପିରେ ସାମିଲ ହୋଇ ରାଜ୍ୟ ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ମୋଦି ସରକାରଙ୍କ ସଫଳତାକୁ ମୁଦ୍ଦା କରି ଯୁବ-ଛାତ୍ରମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ କରୁଛନ୍ତି। ଆଗାମୀ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି।
ଅନ୍ୟପକ୍ଷେ ଗତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀନୀ ହୋଇ ମାତ୍ର ୩ହଜାର ୫୬୪ ଖଣ୍ଡ ଭୋଟ ପାଇଥିବା ସୀମନ୍ତିନୀ ଜେନା ବିଜେପିରୁ ପୁଣି ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି।
ଟିକଟ ଯିଏ ପାଆନ୍ତୁ ନା କାହିଁକି, ରାଜନୈତିକ ସମୀକ୍ଷକଙ୍କ ମତରେ ବଡଚଣାରେ ଏଥର ତ୍ରିମୁଖୀ ଲଢେଇ ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story