ଗ୍ରାମୀଣ ଆବାସ ଯୋଜନା: କିଏ ସତ କହୁଛି, ବିଜେଡି ନା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ ପାଇଁ ଆବାସ ପ୍ଲସ ୱିଣ୍ଡୋକୁ ଖୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଆଜି ଓଡ଼ିଶାରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏନେଇ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖି ଓଡ଼ିଶାରେ ଚିହ୍ନଟ ହୋଇଥିବା ୬.୬୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ଆବାସ ପ୍ଲସରେ ସାମିଲ ନିମନ୍ତେ […]

Srimayee Mishra

Srimayee Mishra

Ordigital Desk
  • Published: Monday, 31 January 2022
  • Updated: 31 January 2022, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ ପାଇଁ ଆବାସ ପ୍ଲସ ୱିଣ୍ଡୋକୁ ଖୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଆଜି ଓଡ଼ିଶାରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏନେଇ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖି ଓଡ଼ିଶାରେ ଚିହ୍ନଟ ହୋଇଥିବା ୬.୬୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ଆବାସ ପ୍ଲସରେ ସାମିଲ ନିମନ୍ତେ ଅନୁରୋଧ କରିବା ସହ ବିଜେଡି ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବିକୁ ଦୋହରାଇବା ସହ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। ଏପଟେ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଯୋଗ୍ୟ ହିତାଧିକାରୀ ତାଲିକା ନାହିଁ ବୋଲି କହିବା ସହ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ କରି ତାକୁ ସାର୍ବଜନୀନ କରିବା ପାଇଁ ଦାବି ଜଣାଇଛି।

ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ସୁଲତା ଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ବିଶେଷକରି କେବିକେ ଅଂଚଳର ଲୋକଙ୍କୁ ଘର ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି ।

ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ଯେ, ରାଜ୍ୟ ସରକାର ୬.୬୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଆବାସ୍ ପ୍ଲସ ୱିଣ୍ଡୋ ଖୋଲୁନଥିବାରୁ ଏହି ହିତାଧିକାରୀଙ୍କ ବିସ୍ତୃତ ତଥ୍ୟ ଅପଲୋଡ୍ ହୋଇପାରୁନି । ଏନେଇ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗୀୟ ସଚିବ ପର୍ଯ୍ୟନ୍ତ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଦଳର ସାଂସଦମାନେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ପ୍ରତି ବିଚାର କରିବାକୁ ଅନୁରୋଧ କରିଥିଲେ ।

ଦୀର୍ଘ ୨ବର୍ଷ ଧରି ଓଡ଼ିଶା ଦ୍ୱାରା ଏହି ଦାବିକୁ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରି ଅଣଦେଖା କରୁଥିବାବେଳେ ଜାନୁୟାରୀ ୧୩ତାରିଖରେ କର୍ଣ୍ଣାଟକ ରାଜ୍ୟ ପାଇଁ ଏହି ଆବାସ ପ୍ଲସ ୱିଣ୍ଡୋକୁ ଉନ୍ମୁକ୍ତ କରିଛନ୍ତି । ଯାହାକି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଓଡ଼ିଶାର ଗରିବ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ କରାଯାଉଛି ବୋଲି କହିଛନ୍ତି । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୮୪ଲକ୍ଷ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରିନି । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାବାସୀ ଏହାର କଡ଼ା ଜବାବ ଦେବେ ବୋଲି ଦୁଇ ବିଜେଡି ନେତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଯୋଗ୍ୟ ଗରିବ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ଯେତେବେଳେ ଆବାସ ପ୍ଲସ ୱିଣ୍ଡୋ ଉନ୍ମୁକ୍ତ ରଖିବାର ସମୟସୀମାକୁ ୪ଥର ବୃଦ୍ଧି କରାଗଲା ସେତେବେଳେ ଗରିବଙ୍କ ପ୍ରତି ଦରଦ କୁଆଡ଼େ ଯାଇଥିଲା ।ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବାବେଳେ ଦଳୀୟ ଆଧାରରେ ଘର ବଂଟନ ହେଉଛି । ରାଜ୍ୟ ସରକାର ପ୍ରକୃତ ଯୋଜନାର ହିତାଧିକାରୀଙ୍କୁ ଘର ନଦେଇ ନିଜ ଦୋଷକୁ ଲୁଚାଇ କେବଳ କେନ୍ଦ୍ର ଉପରେ ବିନା କାରଣରେ ଆରୋପ ଲଗାଉଛନ୍ତି । ପ୍ରଥମେ ୨୦୧୮ ଜୁନ୍ ୩୦, ସେପ୍ଟେମ୍ବର ୩୦, ନଭେମ୍ବର ୩୦ ଏବଂ ଶେଷରେ ୨୦୧୯, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବାସ ପ୍ଲସରେ ଗୃହ ସାମିଲ କରିବା ପାଇଁ ତାରିଖ ବୃଦ୍ଧି କରାଯାଇଥିଲା ।

ଓଡିଶା, ତାମିଲନାଡୁ, ମହାରାଷ୍ଟ୍ର ଭଳି ରାଜ୍ୟର ସ୍ୱତନ୍ତ୍ର ଅନୁରୋଧ ପରେଏହାକୁ ବଢ଼ା ଯାଇଥିଲା। ଏହିସବୁ ରାଜ୍ୟରେ ବାତ୍ୟା, ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ଦିଆଯାଇଥିଲା। ଏହାସତ୍ୱେ ସେତେବେଳେ କେବିକେ ସମେତ ୧୬ ଜିଲ୍ଲାର ୬.୭ଲକ୍ଷ ହିତାଧିକାରୀଙ୍କୁ ସାମିଲ ନକରି ଏବେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ଶାସକ ବିଜେଡିର ଆନୁଗତ୍ୟ, ନେତା ଓ କର୍ମୀଙ୍କୁ ଦଳୀୟ ଭିତିରେ ବାସଗୃହ ଆବଂଟନ କରି ଗରିବ ବାସହୀନଙ୍କୁ ତାଙ୍କ ହକ୍‌ରୁ ବଂଚିତ କରିଲେ । ନିଜ ଦୋଷ ଧରାପଡ଼ିଲା ପରେ ପଂଚାୟତ ନିର୍ବାଚନକୁ ଆଖିରେ ରଖି ଚିରାଚରିତ ଭାବେ କେନ୍ଦ୍ର ସରକାରକୁ ଦୋଷ ଲଦି ଦେବାର ଅପଚେଷ୍ଟା କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦାୟିତ୍ୱହୀନତାର ପରିଚୟ । ସେହିଭଳି ପୂର୍ବରୁ ୫ଲକ୍ଷ ହିତାଧିକାରୀଙ୍କ ନାମ ଆବାସ ଯୋଜନାରୁ ରାଜ୍ୟ ସରକାର କାଟି ଦେଇଛନ୍ତି ଏବଂ ୫୦ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କ ଆଧାର କାର୍ଡ ଲିଙ୍କ୍ କରାଯାଇନାହିଁ।

ଆବାସ ପ୍ଲସ ତାଲିକାରେ ପଞ୍ଜିକୃତ ହୋଇଥିବା ୮.୨୨ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫.୬ଲକ୍ଷ ଯୋଗ୍ୟ ବିବେଚିତ ହୋଇଥିଲେ। ବଳକା ୨.୬୨ଲକ୍ଷ ଘରର ହିତାଧିକାରୀଙ୍କୁ ପୁଣି ଥରେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୧୫ତାରିଖ ଚିଠି ଅନୁସାରେ ଏପର୍ଯ୍ୟନ୍ତ ବିଡିଓମାନେ ତଦନ୍ତ ନକରି ପୂର୍ଣ୍ଣାଙ୍ଗ ଯୋଗ୍ୟ ହିତାଧିକାରୀ ତାଲିକା ରିପୋର୍ଟ ପ୍ରସ୍ତୁତ କରିନାହାଁନ୍ତି ଏବଂ ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲରେ ଏହି ତଥ୍ୟ ଅପଲୋଡ୍ ହୋଇନାହିଁ । ତେଣୁ ରାଜ୍ୟ ସରକାରଙ୍କ ପାଖରେ ଆଜି ପର୍ଯ୍ୟନ୍ତ କୌଣସି ଯୋଗ୍ୟ ତାଲିକାଙ୍କର ଚିଠା ନାହିଁ ବୋଲି ବିଜେପି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story