ଫୋକସ୍‌ରେ ଚାଷୀ: ଗତକାଲି ଭେଟିଥିଲେ ପ୍ରଦୀପ, ଆଜି ଭେଟିଲେ ସୁଶାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ-ନିର୍ବାଚନରେ ଚାଷୀ ନେବେ ପ୍ରମୁଖ ଭୂମିକା। ସେଥିପାଇଁ ସେମାନଙ୍କୁ ମନାଇବା ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ। ଗତକାଲି ଅର୍ଥାତ ବୁଧବାର ଫସଲ ବୀମା ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବିଜେପି ନେତା ପ୍ରଦୀପ ପୁରୋହିତ ଭେଟିଛନ୍ତି। ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଚାଷୀଙ୍କୁ ଶୀଘ୍ର ଫସଲ ବୀମା ରାଶି ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର […]

pradeep purohit and susant singh

pradeep purohit and susant singh

Manoranjan Sial
  • Published: Thursday, 10 November 2022
  • Updated: 10 November 2022, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ-ନିର୍ବାଚନରେ ଚାଷୀ ନେବେ ପ୍ରମୁଖ ଭୂମିକା। ସେଥିପାଇଁ ସେମାନଙ୍କୁ ମନାଇବା ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ। ଗତକାଲି ଅର୍ଥାତ ବୁଧବାର ଫସଲ ବୀମା ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବିଜେପି ନେତା ପ୍ରଦୀପ ପୁରୋହିତ ଭେଟିଛନ୍ତି। ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି।

ପୂର୍ବରୁ ଚାଷୀଙ୍କୁ ଶୀଘ୍ର ଫସଲ ବୀମା ରାଶି ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭେଟି ଦାବି ଜଣାଇଥିବା ପରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଦଳର କୃଷକ ସେଲ୍ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ। ସେ ଅଭିଯୋଗ କରିଛନ୍ତି, ଓଡିଶା ସରକାର ଓ ବୀମା କମ୍ପାନୀ ଚାଷୀଙ୍କ ସହ ଚଞ୍ଚକତା କରିଛନ୍ତି।

ସେପଟେ ସମାନ ପ୍ରସଙ୍ଗରେ ବିଜେଡି ବରଗଡ଼ରେ ଏକ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଫସଲ ବୀମା ଯୋଜନାର ବିଫଳତାକୁ ବିଜେପି ରାଜ୍ୟ ମୁଣ୍ଡରେ ଲଦୁଛି ବୋଲି ପାଲଟା ଅଭିଯୋଗ କରିଛି ବିଜେଡି। ଏହା କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ତୁରନ୍ତ ବୀମା ଅର୍ଥ ନପାଇଲେ ପଶ୍ଚିମ ଓଡ଼ିଶାର ଚାଷୀ ବିଜେପିକୁ କ୍ଷମା କରିବେନି ବୋଲି ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛି।

ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନରେ ପରାଜିତ ହେବା ପରେ ବିଜେଡିରେ ଚେତା ପଶିଛି। ପଦ୍ମପୁରକୁ ଗୁରୁତ୍ୱର ସହ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟ। ବୁଧବାର ଏନେଇ ଦଳୀୟ ନେତାଙ୍କ ସହ ନବୀନ ରୁଦ୍ଧଦ୍ୱାର ବୈଠକ କରି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ରଙ୍କ ଭଳି ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ ମାଳ ମାଳ ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରତି ପଞ୍ଚାୟତ ଜଗିବା ପାଇଁ କୁହାଯାଇଛି। ଦଳରୁ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ପୁତୁରୁ ବୋହୂ ମାଧବୀ ସିଂ ବରିହା ଟିକଟ୍‌ ଆଶାୟୀ ଅଛନ୍ତି।

ସେପଟେ କଂଗ୍ରେସ ପର୍ଯ୍ୟବେକ୍ଷକ ଟିମ୍‌ ୪ ଜଣଙ୍କ ନାଁ ସୁପାରିଶ କରିଥିଲା। ସେମାନଙ୍କ ମଧ୍ୟରୁ ରେସ୍‌ରେ ଆଗରେ ରହିଛନ୍ତି ପଦ୍ମପୁରର ପୂର୍ବତନ କଂଗ୍ରେସ୍‌ ବିଧାୟକ ସତ୍ୟଭୂଷଣ ସାହୁ। ବିଧାୟକ ତାରା ବାହୀନିପତି ମଧ୍ୟ ସତ୍ୟଭୂଷଣଙ୍କ ପାଇଁ ଲବି କରିଛନ୍ତି। ସତ୍ୟଭୂଷଣ କହିଛନ୍ତି, ନିର୍ବାଚନ ଲଢିବା ପାଇଁ ସେ ଆଶାୟୀ। କିନ୍ତୁ ତାଙ୍କ ପାଖରେ ସମ୍ବଳ ନାହିଁ।

ସେପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଶେଷ ତାରିଖ ହେଉଛି ନଭେମ୍ବର ୧୭।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story