ବିଜେଡି ନେତାଙ୍କ ବିସ୍ଫୋରକ ବୟାନ, ବାଲିଯାତ୍ରାରେ ହୋଇଛି ବ୍ୟାପକ ଦୁର୍ନୀତି

କଟକ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପରେ ପ୍ରଥମ ଥର ପାଇଁ ମହା ଆଡମ୍ୱରେ ପାଳିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ୧୦ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଅନୁମାନ କରାଯାଉଛି। ହେଲେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବିରୋଧୀ ବିଜେପି କି କଂଗ୍ରେସ କରିନାହାନ୍ତି। ବରଂ କରିଛନ୍ତି ଶାସକ ବିଜେଡିର ନେତା ପ୍ରଭାତ ତ୍ରିପାଠୀ। କଟକ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ ବରିଷ୍ଠ ବିଜେଡି […]

BJD

BJD

Manoranjan Sial
  • Published: Friday, 18 November 2022
  • Updated: 18 November 2022, 08:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପରେ ପ୍ରଥମ ଥର ପାଇଁ ମହା ଆଡମ୍ୱରେ ପାଳିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ୧୦ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଅନୁମାନ କରାଯାଉଛି। ହେଲେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବିରୋଧୀ ବିଜେପି କି କଂଗ୍ରେସ କରିନାହାନ୍ତି। ବରଂ କରିଛନ୍ତି ଶାସକ ବିଜେଡିର ନେତା ପ୍ରଭାତ ତ୍ରିପାଠୀ।

କଟକ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ ବରିଷ୍ଠ ବିଜେଡି ନେତା ତଥା ମହାନଗର ପୂଜା କମିଟି ସଂପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି, ଏଥର ବାଲିଯାତ୍ରା କିଛି ହାତଗଣତି ପ୍ରଶାସନିକ ଅଫିସରଙ୍କ ନିୟନ୍ତ୍ରଣରେ ରହିଥିଲା। ଜିଲ୍ଲା ପ୍ରଶାସନ ସବୁ ନିଷ୍ପତ୍ତି ଏକଚାଟିଆ ଭାବେ ନେଇଛି। ମନଇଚ୍ଛା କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଛି। ତେଣୁ ରାଜ୍ୟ ସରକାର ବାଲିଯାତ୍ରା ଆୟବ୍ୟୟର ସ୍ପେଶାଲ ଅଡିଟ୍‌ କରନ୍ତୁ। ଦରକାର ପଡ଼ିଲେ ଆରଟିଆଇ ଆକ୍ଟରେ ଯାତ୍ରା ଆୟବ୍ୟୟ ହିସାବ ମଗାଯିବ ବୋଲି ପ୍ରଭାତ କହିଛନ୍ତି। ଏଥିସହ ଆସନ୍ତାବର୍ଷଠାରୁ କଟକ ବାଲିଯାତ୍ରାକୁ ରାଜ୍ୟ ସରକାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରନ୍ତୁ ବୋଲି ଦାବି ରଖିଛନ୍ତି। ଆଜି ବସିଥିବା କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟିର ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନାକୁ ନାପସନ୍ଦ କରିଛନ୍ତି ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି, ପଥୋତ୍ସବକୁ ଯେମିତି ରାଜନୀତି କରଣ କରାଗଲା, ତାହା ଆଦୌ ଠିକ ନୁହେଁ। ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ।

ପ୍ରଭାତ ତ୍ରିପାଠୀ ଏପରି ବୟାନକୁ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଏଥର ବାଲିଯାତ୍ରା ବେଶ୍ ଧୁମ୍‌ଧାମରେ ଆୟୋଜନ ହୋଇଛି। ସବୁ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ଯଦି କିଏ ଅଡିଟ୍ ଚାହୁଁଛନ୍ତି, ତାକୁ ଆମେ ସ୍ୱାଗତ କରୁଛୁ। ତେବେ ଯେଉଁମାନଙ୍କର କଟକ ସହର ପାଇଁ ଅବଦାନ ଥାଏ, ସେମାନଙ୍କୁ ବାଲିଯାତ୍ରା ଅବସରରେ ସମ୍ମାନିତ କରାଯାଏ ବୋଲି ଜିଲ୍ଲାପାଳ କହିଛନ୍ତି।

https://www.youtube.com/watch?v=9bo4SqnB7no

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos