ବିଜେଡିର ନୀତି ନୈତିକତାର ପାଠ, ଯାଦୁଆ ବିକୁଛି ଯାଦୁ ମଲମ ସଦୃଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଆସନ୍ତାକାଲି ଗୁରୁବାର ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ଟଙ୍କା ବଂଟାଯାଉଥିବାର ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ଯାହାକୁ ନେଇ ଏବେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଥିବା ବିଜେଡି ନେତ୍ରୀ ସୁଲତା ଦେଓ ଏବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟ୍ୱିଟ୍ ମାଧ୍ୟମରେ […]

BJD

BJD

Ordigital Desk
  • Published: Wednesday, 23 March 2022
  • Updated: 23 March 2022, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଆସନ୍ତାକାଲି ଗୁରୁବାର ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ଟଙ୍କା ବଂଟାଯାଉଥିବାର ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ଯାହାକୁ ନେଇ ଏବେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଥିବା ବିଜେଡି ନେତ୍ରୀ ସୁଲତା ଦେଓ ଏବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟ୍ୱିଟ୍ ମାଧ୍ୟମରେ ନୀତି ଓ ନୈତିକତାର ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସପାଲଟି ଅଂଚଳରେ ବିଜେଡି ପକ୍ଷରୁ ଭୋଟ୍ ପାଇଁ ଟଙ୍କା ବଣ୍ଟା ଯିବାର ଏକ ଭିଡିଓକୁ ଅଜୟ ଜୋରା ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ ମାଧ୍ୟମରେ ସାଂସଦ ଅପରାଜିତାଙ୍କୁ ଅବଗତ କରାଇଥିଲେ। ଏହି ଭିଡିଓ ଉପରେ ଟ୍ୱିଟ୍ ମାଧ୍ୟମରେ ପ୍ରତିକ୍ରିୟା ରଖି ଅପରାଜିତା କହିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖଦ। ବିଜେଡି କେତେ ଅସହାୟ ହୋଇପଡ଼ିଛି। ଭୋଟର ଦାମ କିଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ମଧ୍ୟରେ ପାର୍ଥକ୍ୟ ରହୁଛି। ବିଜେଡି କ’ଣ ଟଙ୍କା ନବାଂଟିଲେ ନିର୍ବାଚନ ଜିତିପାରିବ ନାହିଁ। ଶାସକ ଦଳର ଏନେଇ ଯଥେଷ୍ଟ ଆତ୍ମବିଶ୍ୱାସ ରହିବା ଉଚିତ୍ ବୋଲି ଅପରାଜିତା ଟ୍ୱିଟ୍ ମାଧ୍ୟମରେ ବିଜେପି ସଭାପତି ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନବୀନ ପଟ୍ଟନାୟକ, ବିଜେଡି ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ପରେ ବିଜେଡି ପକ୍ଷରୁ ଦଳର ମୁଖପାତ୍ର ସୁଲତା ଦେଓ ଟ୍ୱିଟ୍ କରି ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ୍ କରିବାକୁ ପ୍ରୟାସ କରିଛନ୍ତି।

ସୁଲତା ଟ୍ୱିଟ୍ ମାଧ୍ୟମରେ ଅପରାଜିତାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଭିତ୍ତିହୀନ ଅଭିଯୋଗ ଆଣି ସାଢ଼େ ୪କୋଟି ଓଡ଼ିଆଙ୍କ ଅପମାନ କରନ୍ତୁ ନାହିଁ । ଓଡ଼ିଆ ଲୋକମାନେ ନୀତିବାନ, ସ୍ୱାଭିମାନୀ ଓ ମର୍ଯ୍ୟାଦା ମଧ୍ୟରେ ରହିଥାନ୍ତି । ଭୁବନେଶ୍ୱର ମେୟର ନିର୍ବାଚନରେ ପରାଜୟକୁ ଅପରାଜିତା ସ୍ୱୀକାର କରିଥିବା ଭଳି ଲାଗୁଛି । ତେଣୁ ଦଳର ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଖରେ ନିଜର ଅସ୍ତିତ୍ୱ ରଖିବା ପାଇଁ ତା’ପୂର୍ବରୁ ଏଭଳି ବାହାନା କରି ସେମାନଙ୍କୁ ଟ୍ୟାଗ କରୁଛନ୍ତି ବୋଲି ସୁଲତା ତାଙ୍କ ଟ୍ୱିଟରେ କହିଛନ୍ତି ।

ସେହିପରି ସୁଲତାଙ୍କ ଟ୍ୱିଟ ଉପରେ ସିଧାସଳଖ ମନ୍ତବ୍ୟ ନରଖି ଅନ୍ୟ ଏକ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ଅପରାଜିତା ପୁଣି ବିଜେଡି ଉପରେ ବର୍ଷିଛନ୍ତି । ଅପରାଜିତା କହିଛନ୍ତି ଯେ, ଟଙ୍କା ନବାଂଟି ବିଜେଡି ନିର୍ବାଚନ ଜିତିକି ଦେଖାଉ ବୋଲି ମୁଁ ଚ୍ୟାଲେଞ୍ଜ କରୁଛି। ଏବେ ସମସ୍ତେ ଏହା ଜାଣିଗଲେଣି। ତେଣୁ ବିଜେଡି ଦୟାକରି ଭୋଟ ନକିଣୁ। ଆମ ଓଡ଼ିଆ ଭାଇଭଉଣୀମାନେ ଅପମାନିତ ଓ ବିଭ୍ରାନ୍ତ ହେଉଛନ୍ତି । ବହୁ ସଂଖ୍ୟାରେ ଏଭଳି ଭିଡିଓ ଆସୁଛି । ଆଉ ଫଟୋ ମିଛ କୁହେ ନାହିଁ ବୋଲି ଅପରାଜିତା କହିଛନ୍ତି।

ତେବେ, କ୍ୟାମେରାମ୍ୟାନ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେବି ଫେରାର ଥିବାବେଳେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ଆଉ ବିଜେଡି ନେତ୍ରୀ ସୁଲତା ଦେଓଙ୍କୁ ମଧ୍ୟ ଶର୍ମିଷ୍ଠାଙ୍କ ସହ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଶର୍ମିଷ୍ଠାଙ୍କ ‘ଦୟାଲ ଆଶ୍ରମ’(ଯେଉଁଠି ବିଭିନ୍ନ ଧରଣର ଭିଡିଓ ସୁଟିଂ ହୋଇଥାଏ)କୁ ଯିବା ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୁଲତାଙ୍କୁ ଶର୍ମିଷ୍ଠା ରହିଥିବାର ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏପରିକି ଏକ ଭିଡିଓରେ ମଧ୍ୟ ଶର୍ମିଷ୍ଠାଙ୍କ ସହ ଦୈନନ୍ଦିନ ଭାବେ ଫୋନରେ ଯୋଗାଯୋଗରେ ରହିଥାନ୍ତି ବୋଲି ସୁଲତା ସ୍ୱୀକାର କରିଛନ୍ତି । ତେଣୁ ଶର୍ମିଷ୍ଠାଙ୍କ ସହ ସୁଲତାଙ୍କର ଘନିଷ୍ଠତାକୁ ନେଇ ସେ ବିବାଦରେ ଥିବାବେଳେ ଅପରାଜିତାଙ୍କ ଟ୍ୱିଟ ଉପରେ ସୁଲତାଙ୍କ ପ୍ରତିକ୍ରିୟା ଯାଦୁଆ ବିକୁଛି ଯାଦୁମଲମ ସଦୃଶ ହୋଇଛି । ଯଦି ଭିଡିଓରେ ସୁଲତା କହୁଥିବା କଥା ସତ ଓ ଶର୍ମିଷ୍ଠା ତାଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ବୋଲି ସେ ସ୍ୱୀକାର କରୁଛନ୍ତି ତା’ହେଲେ କାହିଁକି ଏବେ ଶର୍ମିଷ୍ଠା ପ୍ରସଙ୍ଗରେ ସେ ମୁହଁ ଖୋଲୁନାହାନ୍ତି । ଏଠି ତାଙ୍କର ନୀତି ଓ ନୈତିକତା କୁଆଡ଼େ ଉଭେଇ ଯାଇଛି । ଶର୍ମିଷ୍ଠାଙ୍କ ଭଳି ବିବାଦୀୟ ମହିଳାଙ୍କ ସହ ସୁଲତା କିପରି ଏତେ ଘନିଷ୍ଠ(ସୋସିଆଲ ମିଡିଆରେ ୩-୪ଟି ବିଭିନ୍ନ କାର୍ଯ୍ୟକ୍ରମର ଫଟୋ) ହେଲେ ତାହା ବୁଝାପଡ଼ୁନି ।

ପୌର ନିର୍ବାଚନରେ ଟଙ୍କା ବାଂଟି ଭୋଟ କ୍ରୟ କରୁଥିବାର ଭିଡିଓ ଉପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଟ୍ୱିଟ୍ ମାଧ୍ୟମରେ ମନ୍ତବ୍ୟ ଦେଇଥିବାବେଳେ ବିଜେଡି ଏହି ଭିଡ଼ିଓର ସତ୍ୟାସତ୍ୟ ସମ୍ପର୍କରେ ମୁହଁ ନଖୋଲି ଓଲଟା ସୁଲତାଙ୍କ ମାଧ୍ୟମରେ ଅପରାଜିତାଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରିବାକୁ ପ୍ରୟାସ କରିଛି । ଆଉ ହତ୍ୟା ଅଭିଯୁକ୍ତ ଶର୍ମିଷ୍ଠା ସହ ଫଟୋଚିତ୍ରକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲୁନଥିବା ବିବାଦୀୟ ସୁଲତା କିଭଳି ଅପରାଜିତାଙ୍କ ଟ୍ୱିଟ୍ ପ୍ରସଙ୍ଗରେ ନୀତିନୈତିକତାର ପାଠ ପଢ଼ାଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story