ଟଙ୍କା ଆସିଲା କୁଆଡ଼ୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାର କୌଣସି ପ୍ରସଙ୍ଗରେ ରିସ୍କ ନେବାକୁ ଚାହାନ୍ତି ନାହିଁ ବୋଲି ଅତୀତରେ ଅନେକ ସମାଲୋଚନା ହୋଇଛି। ଏବେ ପୁଣି ଇତିହାସ ସୃଷ୍ଟି କଲା ଭଳି ଆଉ ଏକ ଅଭିଯୋଗ ରାଜ୍ୟ ସରକାରଙ୍କ ନାଁରେ ଯୋଡ଼ିହୋଇ ଯାଇଛି। ଅଭିଯୋଗ ହେଲା, ଏ ବର୍ଷ ରଥଯାତ୍ରା ଆୟୋଜନ କରି ରିସ୍କ ନେବାକୁ ଚାହୁଁ ନ ଥିଲେ ରାଜ୍ୟ ସରକାର। ଏଣୁ ପ୍ରଥମେ କେନ୍ଦ୍ରର କୋର୍ଟକୁ ବଲ୍ ଫିଙ୍ଗିଲେ। କେନ୍ଦ୍ର ବଲ୍ ବ୍ୟାକ୍ କରିଦେବା ପରେ, […]

OR Special

OR Special

Pragnya Choudhury
  • Published: Friday, 26 June 2020
  • Updated: 26 June 2020, 04:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାର କୌଣସି ପ୍ରସଙ୍ଗରେ ରିସ୍କ ନେବାକୁ ଚାହାନ୍ତି ନାହିଁ ବୋଲି ଅତୀତରେ ଅନେକ ସମାଲୋଚନା ହୋଇଛି। ଏବେ ପୁଣି ଇତିହାସ ସୃଷ୍ଟି କଲା ଭଳି ଆଉ ଏକ ଅଭିଯୋଗ ରାଜ୍ୟ ସରକାରଙ୍କ ନାଁରେ ଯୋଡ଼ିହୋଇ ଯାଇଛି। ଅଭିଯୋଗ ହେଲା, ଏ ବର୍ଷ ରଥଯାତ୍ରା ଆୟୋଜନ କରି ରିସ୍କ ନେବାକୁ ଚାହୁଁ ନ ଥିଲେ ରାଜ୍ୟ ସରକାର। ଏଣୁ ପ୍ରଥମେ କେନ୍ଦ୍ରର କୋର୍ଟକୁ ବଲ୍ ଫିଙ୍ଗିଲେ। କେନ୍ଦ୍ର ବଲ୍ ବ୍ୟାକ୍ କରିଦେବା ପରେ, ଓଡ଼ିଶା ବିକାଶ ପରିଷଦ ଓରଫ୍ ଡମି ଏନଜିଓ ଜରିଆରେ ସିଧାସଳଖ ସୁପ୍ରିମ କୋର୍ଟରେ ରଥ ଟଣା ବନ୍ଦ କରିବାକୁ ପିଟିସନ ଦାଖଲ କରାଗଲା। ପରେ ମାମଲା ହାଇକୋର୍ଟକୁ ଆସିଲା ଏବଂ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଡମି ଏନଜିଓ ପୁଣି ସୁପ୍ରିମ କୋର୍ଟ ଗଲା, ଯେଉଁଠି ଏହି ସଂସ୍ଥାର ସ୍ୱରକୁ ସୁହାଇଲା ଭଳି ଓଡ଼ିଶା ସରକାର ପକ୍ଷ ମଧ୍ୟ ରଖିଥିଲେ।

ଫଳରେ ଜୁନ୍ 18 ତାରିଖ ରାୟରେ ସୁପ୍ରିମ କୋର୍ଟ ରଥଯାତ୍ରା ବନ୍ଦ ପାଇଁ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ପରେ ବିଶାଳ ଜନମତ ଆଗରେ ରିଭ୍ୟୁ ପିଟିସନ ଦାଖଲ କରାଯିବାରୁ ଶେଷରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ରାୟ ବଦଳିଲା। ଆଉ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିଲା।

କୁହାଯାଉଛି ରାଜ୍ୟ ସରକାରଙ୍କ ପାଇଁ ସର୍ବୋଚ୍ଚ କୋର୍ଟରେ ଡମି ଭାବେ କାମ କରୁଥିବା ଏହି ଏନଜିଓ ନ୍ୟାୟାଳୟରେ ଯେଉଁ କଥା କହିଥିଲା, ତାହା ଥିଲା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ। ଆଉ ଏବେ ଓଡ଼ିଶା ବିକାଶ ପରିଷଦ ଓ ଏହାର ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ସହ ପାୱାର କରିଡରର ଲିଙ୍କ୍ ଥିବା ଜୋରଦାର୍ ଚର୍ଚ୍ଚା ହେଉଛି।

ସୂଚନା ଯୋଗ୍ୟ, ଜୁନ 30 ତାରିଖ ଯାଏ ରାଜ୍ୟରେ ଲକଡାଉନ ଅବଧି ବଢ଼ାଇଥିଲେ ଓଡ଼ିଶା ସରକାର। ଏହି ବର୍ଧିତ ଅବଧି ଭିତରେ ଅର୍ଥାତ ଜୁନ୍ 23ରେ ପଡ଼ୁଥିଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଖାଲି ଏତିକୁ ନୁହେଁ, ମାସ ଆରମ୍ଭରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରବାସୀଙ୍କ ଘରବାହୁଡ଼ା ଯୋଗୁ ଓଡ଼ିଶା ପାଇଁ ଜୁନ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ ଆମ କହିବା କଥା ଜୁନ୍ 23 ତାରିଖରେ ରଥଯାତ୍ରାର ଆୟୋଜନ ପାଇଁ କେଉଁଠି ନା କେଉଁଠି କୁନ୍ଥୁକୁନ୍ଥୁ ହେଉଥିଲା ଓଡ଼ିଶା ପ୍ରଶାସନର ପ୍ରଭାବୀ ତୃତୀୟ ମହଲା। କିନ୍ତୁ ବିଲେଇ ବେକରେ ଗଣ୍ଟି ବାନ୍ଧିବାର ଦମ୍ ନ ଥିବାରୁ ଖୋଜୁଥିଲା ବକରା ବା ଛାୟା ପ୍ରତିନିଧି।

କୁହାଯାଉଛି ସଙ୍କଟବେଳେ ରାଜ୍ୟ ସରକାରଙ୍କ ମଦନ ମୋହନ ହେବାକୁ ଆଗେଇ ଆସିଥିଲା ଯାଜପୁର ଜିଲ୍ଲା ଦଶରଥପୁର ମାଟିର ପୁଅ ସୁଶାନ୍ତ ପାଢ଼ୀଙ୍କ ସ୍ୱେଚ୍ଛାସେବୀ ସଂସ୍ଥା ଓଡ଼ିଶା ବିକାଶ ପରିଷଦ। ଓଡ଼ିଶା ରିପୋର୍ଟରକୁ ମିଳିଥିବା ସୂଚନା ଅନୁସାରେ, ମୁକୁଲ ରୋହତଗୀଙ୍କ ଭଳି ସୁପ୍ରିମ କୋର୍ଟର ନାମୀ ଓକିଲଙ୍କୁ ରଥଯାତ୍ରା ବନ୍ଦ ସଂପର୍କିତ ମାମଲା ପରିଚାଳନା ପାଇଁ ଓଡ଼ିଶା ବିକାଶ ପରିଷଦ କୋଟି କୋଟି ଟଙ୍କାର ଡିଲ୍ କରିଥିଲା ଖାସ୍ ପାୱାର କରିଡରର ପ୍ରଛନ୍ନ ସହାୟତାରେ। ବର୍ଷକୁ ମାତ୍ର 5 ଲକ୍ଷ ଟଙ୍କା ନିଜ ରୋଜଗାର ବୋଲି କହୁଥିବା ସଂସ୍ଥା ମୁକୁଲ ରୋହତଗୀଙ୍କ ମାତ୍ର କେଇ ଘଣ୍ଟାର କୋର୍ଟ ଆପିଅରାନ୍ସ ପାଇଁ କୋଟି କୋଟି ଟଙ୍କା ଆଣିଲା କେଉଁଠୁ।

ତେବେ ସୁଶାନ୍ତ ବାବୁ ମାନନ୍ତୁ ବା ନମାନନ୍ତୁ, କିନ୍ତୁ ତଥ୍ୟ କହୁଛି ରାଜ୍ୟ ସରକାରଙ୍କ ପାଇଁ ମୋହରା ହେବା ଓଡ଼ିଶା ବିକାଶ ପରିଷଦ ପାଇଁ ନୂଆ ନୁହେଁ। ମହାନଦୀ ଜଳ ବିବାଦରେ ରାଜ୍ୟ ସରକାରଙ୍କ ମୁହଁର ଭାଷା ନେଇ ହାଇକୋର୍ଟ ଯାଇଥିଲା ସୁଶାନ୍ତଙ୍କ ପରିଷଦ। ଓଡ଼ିଶାର ସ୍ୱାର୍ଥ ନୁହେଁ, କେବଳ ପାୱାର କରିଡରର ଯୁଗଳବନ୍ଦୀଙ୍କ ସ୍ୱାର୍ଥ ପାଇଁ ନ୍ୟାୟାଳୟ ଯିବା ଓଡ଼ିଶା ବିକାଶ ପରିଷଦ ଓ ବାବୁ ସୁଶାନ୍ତଙ୍କ ଏକମାତ୍ର କାମ ବୋଲି କିଛି ମହଲ ଯୁକ୍ତି ବାଢୁଛନ୍ତି। ସେପଟେ ଖଣି ମହାଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସପକ୍ଷରେ ଉଚ୍ଚ ନ୍ୟାୟାଳୟରେ ଯୁକ୍ତି ବାଢ଼ି ଓଏମସିଠାରୁ 25 ଲକ୍ଷର ପାଉଣା ନେଇଥିଲେ ସୁପ୍ରିମ କୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ। ଏତେ ହାଇ-ବଜେଟ୍ ଆଇନଜୀବୀଙ୍କୁ ରଥ ବନ୍ଦ ମାମଲାର ପାଉଣା ଦେବାକୁ ସୁଶାନ୍ତ ଅର୍ଥ ଆଣିଲେ କୁଆଡ଼ୁ?

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ କରିବାକୁ ପିଟିସନ ଦେଇ ବିବାଦ ଘେରରେ ଏବେ ସୁଶାନ୍ତ ପାଢ଼ୀ ଓ ତାଙ୍କର ଓଡ଼ିଶା ବିକାଶ ପରିଷଦ। ହେଲେ ସମୁଦାୟ ବିବାଦକୁ ବିଚାରକୁ ନେଇ ଆକଳନ କଲେ ପରିଶେଷରେ ଏହି ସବୁ ପ୍ରଶ୍ନବାଚୀ ସ୍ୱତଃପ୍ରୋତ ଭାବେ ମନରେ ଉଙ୍କି ମାରୁଛି..

ଓଡ଼ିଶା ବିକାଶ ପରିଷଦର ଆୟ ସୂତ୍ର କଣ?

ବର୍ଷକୁ କେତେ ଟଙ୍କା ସୁଶାନ୍ତ ପାଢ଼ୀ ଆୟକର ପୈଠ କରନ୍ତି?

ରୋହତଗୀ କଣ ପାଉଣା ନେଲେନି? ଯଦି ନେଲେ କେତେ ନେଲେ ଓ କିଏ ଦେଲା?

ପାୱାର କରିଡରର ପ୍ରଭାବଶାଳୀ ଯୁଗଳବନ୍ଦୀ ରଥଯାତ୍ରା ବନ୍ଦ ହେଉ ବୋଲି ଚାହୁଁଥିଲେ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story