ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରାଧ୍ୟକ୍ଷା: ବିଜେପିକୁ ଝଟକା

ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ୮ ନମ୍ବର ୱାର୍ଡର କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ମୋଟ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ଦୁଇ ତୃତୀୟାଂଶ ଭୋଟରେ ପାରିତ ହୋଇଛି।

Sasmita Mohanty PhotoOR

ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତି

Ordigital Desk
  • Published: Tuesday, 23 July 2024
  • Updated: 23 July 2024, 10:45 PM IST

Sports

Latest News

ସାଧାରଣ ନିର୍ବାଚନରେ ବିଜେଡିର ୨୪ବର୍ଷର ଶାସନକୁ ଧୂଳିସାତ୍ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପିକୁ ଆଜି ପ୍ରଥମ ଝଟକା ଲାଗିଛି । ଦଳର ନିର୍ବାଚିତା ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ଭୋଟରେ ଆଜି ଅନାସ୍ଥା ପ୍ରସ୍ତାବ ପାରିତ ହେବାପରେ ସେ ପଦ ହରାଇବା ସ୍ପଷ୍ଟ ହୋଇଯାଇଛି । ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ  ବିଜେଡିରେ ଚାଲିଥିବା ତୀବ୍ର ଗୋଷ୍ଠୀକନ୍ଦଳର ଫାଇଦା ଉଠାଇ ବିଜେପି ବିଭିନ୍ନ ପୌର ସଂସ୍ଥା ଓ ପଂଚାୟତସମିତିକୁ ନିଜ ଦଖଲକୁ ନେଇପାରେ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟରେ ଆଜି ନିଜର ନିର୍ବାଚିତ ପ୍ରତିନିଧିଙ୍କ ପଦକୁ ସୁରକ୍ଷା ଯୋଗାଇବାରେ ବିଫଳ ହେବା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ୮ ନମ୍ବର ୱାର୍ଡର କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ମୋଟ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ଦୁଇ ତୃତୀୟାଂଶ ଭୋଟରେ ପାରିତ ହୋଇଛି। ମୋଟ ୧୩ଜଣ ସଦସ୍ୟ ବିଶିଷ୍ଟ ଏହି ପୌର ପରିଷଦରେ ବିଜେପିର ୪ଜଣ, ବିଜେଡିର ୭ଜଣ ଓ ୨ଜଣ ସ୍ୱାଧୀନ କାଉନସିଲର ଅଛନ୍ତି। କିନ୍ତୁ ଆଜିର ଅନାସ୍ଥା ଭୋଟରେ ବିଜେପିର ୨ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ । ଆଉ ଅନ୍ୟ ୨ଜଣ କାଉନସିଲର ନିଜ ଦଳର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ଭୋଟ୍ ଦେଇଥିଲେ । ଭୋଟରେ ମୋଟ ୧୧ଜଣ କାଉନସିଲର ଭାଗ ନେଇଥିଲେ ଓ ଜଣେ କାଉନସିଲରଙ୍କ ଭୋଟ ନାକଚ ହେବାରୁ ୧୦ଜଣଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଥିବା ନେଇ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।

Resultଅନାସ୍ଥା ପାରିତ ସଂପର୍କିତ ସଂକଳ୍ପ

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେପିର ସରକାର ଓ ଫୁଲବାଣୀରେ ବିଜେପି ବିଧାୟକ ଥିବାସତ୍ତ୍ୱେ ଶ୍ରୀମତୀ ମହାନ୍ତିଙ୍କ ପୌରାଧ୍ୟକ୍ଷା ପଦକୁ ବଂଚାଇବା ପାଇଁ ବିଜେପି କାହିଁକି ଆବଶ୍ୟକ ରଣନୀତି ପ୍ରସ୍ତୁତ କଲା ନାହିଁ । କନ୍ଧମାଳ ଲୋକସଭା ଆସନ ବିଜେପି ପାଖରେ ରହିଛି । ଏହି ଲୋକସଭା ଅନ୍ତର୍ଗତ ସମସ୍ତ ୭ଟିରୁ ୪ଟି ଆସନ ବିଜେପି ଖାତାକୁ ଯାଇଛି । ଫୁଲବାଣୀରେ ବିଜେପିର ନିଜସ୍ୱ ବିଧାୟକ ଅଛନ୍ତି । ଏହି ଲୋକସଭା ଆସନ ଅନ୍ତର୍ଗତ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ଗତକାଲି ସରକାରୀ ଦଳ ମୁଖ୍ୟ ସଚେତକ ପଦରେ ବିଜେପି ଅବସ୍ଥାପିତ କରାଇଛି । ତଥାପି ଦଳର ନିର୍ବାଚିତା ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ପଦକୁ ବଂଚାଇବାରେ ବିଜେପି ସେଠାରେ ବିଫଳ ହୋଇଛି ।

ବିଜେଡି ନିଜର କାଉନସିଲରମାନଙ୍କ ଉପରେ ହୁଇପ୍ ଜାରି କରିବା ସହ ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ସେଠାକୁ ପଠାଇ ନିର୍ବାଚନରେ ବିଜେପିର ପୌରାଧ୍ୟକ୍ଷଙ୍କ ପଦ କିଭଳି ଯିବ ତାହା ସୁନିଶ୍ଚିତ କରାଇଥିଲା । ମାତ୍ର ବିଜେପିର ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପକ୍ଷରୁ ସେଭଳି ଆଖିଦୃଶିଆ ପ୍ରୟାସ ହୋଇନଥିବା ଜଣାପଡ଼ିଛି । ଯେଉଁଥିପାଇଁ ଦଳକୁ ନିଜର ନିର୍ବାଚିତ ପ୍ରତିନିଧିଙ୍କୁ ହରାଇବାକୁ ପଡ଼ିଛି ।

ରାଜ୍ୟରେ ୨୦୨୨ ପୌର ଓ ପଂଚାୟତ ନିର୍ବାଚନରେ ବିଜେଡିକୁ ୭୦ପ୍ରତିଶତରୁ ଅଧିକ ସଫଳତା ମିଳିଥିଲା । ଏବେ ବିଜେଡିର ସରକାର ନଥିବା ଏବଂ ଦଳ ଭିତରେ ବଢ଼ୁଥିବା ଅନ୍ତଃକନ୍ଦଳ ଯୋଗୁ ଅଧିକାଂଶ ଜିଲ୍ଲାରେ ଏହି ବିଜେଡି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ମାତ୍ର ରାଜନୀତିକ ଦୃଷ୍ଟିରୁ ବିଜେପି ଯେଉଁ ଢଙ୍ଗରେ ଏସବୁକୁ ପରିଚାଳନା କରିବା କଥା ତାହା କରୁନଥିବାରୁ ଦଳକୁ ନିରାଶ ହେବାକୁ ପଡ଼ୁଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story