ବିଧାନସଭାକୁ ଆଗୁଆ ବନ୍ଦ କରିବାକୁ ଚାହୁଁଛନ୍ତି ବାଚସ୍ପତି: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାକୁ ଆଗୁଆ ବନ୍ଦ କରିବାକୁ ବାଚସ୍ପତି ଚାହୁଁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାଏକ କହିଛନ୍ତି ଯେ ବିଧାନସଭା ଅଧିବେଶନ କାର୍ଯ୍ୟ ଅବଧି ଅଧା ସରି ନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏବେ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି। […]

PradiptaNaik

PradiptaNaik

Jitendra Garnayak
  • Published: Tuesday, 26 November 2019
  • Updated: 26 November 2019, 05:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାକୁ ଆଗୁଆ ବନ୍ଦ କରିବାକୁ ବାଚସ୍ପତି ଚାହୁଁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାଏକ କହିଛନ୍ତି ଯେ ବିଧାନସଭା ଅଧିବେଶନ କାର୍ଯ୍ୟ ଅବଧି ଅଧା ସରି ନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏବେ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି। ଯଦି ଏହା ସତ ହୋଇଥାଏ, ଏହାର କାରଣ କ’ଣ? ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ କିଛି ବିଜିନେସ୍ ନାହିଁ କି ବୋଲି ସେ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି।

ସରକାରଙ୍କ ପାଖରେ କେତେ ବିଜିନେସ୍ ଅଛି ଓ ଅଧିବେଶନ କେତେଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କ’ଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣି ନଥିଲେ? ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କ’ଣ ଗୃହର ବ୍ୟବସାୟ ନୁହେଁ ? ଆହୁରି ହଜାର ହଜାର ସଂଖ୍ୟକ ପ୍ରଶ୍ନର ଉତ୍ତର ଦେବାକୁ ରହିଛି। ସରକାର ଏତେ ଶୀଘ୍ର ଆଲୋଚନାକୁ ଡରୁଛନ୍ତି କାହିଁକି ? ସେହିପରି ବିଭାଗୀୟ ଅତିରିକ୍ତ ବଜେଟ ଉପରେ ଆଲୋଚନାକୁ ଏପରି କାଣ୍ଟଛାଟ୍ କାହିଁକି କରାଯାଇଛି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ବିଧାନସଭାରେ ଆଲୋଚନା ଓ ଜନସାଧାରଣଙ୍କ ସମସ୍ୟା ଉପରେ ସରକାରଙ୍କ ପ୍ରତିକ୍ରିୟା ହିଁ ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥା। ଜନସାଧାରଣଙ୍କ ସ୍ୱାର୍ଥଜଡ଼ିତ ବହୁତ ଗୁଡ଼ିଏ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବାର ଥିଲା। ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ହତ୍ୟା ଘଟଣା ବୃଦ୍ଧି ପାଉଛି। ଧାନ ବିକ୍ରିରେ ଅବ୍ୟବସ୍ଥା, ବିଧାନସଭାରେ ମନ୍ତ୍ରୀଙ୍କ ଘୋଷଣା ଓ ବାହାରେ ଆଉ ଏକ ପ୍ରକାର ଘୋଷଣା ନେଇ ଚାଷୀମାନ ମନରେ ସନ୍ଦେହ ରହିଛି, କାଳିଆ ଯୋଜନାରେ ସରକାରଙ୍କ ଘୋଷଣା ଅନୁଯାୟୀ କିସ୍ତିୱାରୀ ଟଙ୍କା ପ୍ରଦାନ ନକରିବା, ଚିଟ୍‌ଫଣ୍ଡ ଠକେଇରେ ପଡ଼ିଥିବା ସ୍ୱଳ୍ପ ସଞ୍ଚୟକାରୀମାନଙ୍କୁ କ୍ଷତିପୂରଣ ନଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଆଦି ଅଭିଯୋଗ ଉପରେ ସରକାରଙ୍କ ଆଭିମୁଖ୍ୟ କ’ଣ ଏ ପର୍ଯ୍ୟନ୍ତ ଜଣାଯାଇନାହିଁ। ଏପରି ସ୍ଥିତିରେ ଗୃହକୁ ହଠାତ୍ ବନ୍ଦ କରିବା କାହା ସ୍ୱାର୍ଥରେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos