୧୭ଦିନ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧିର ୧୭ଦିନ ପୂର୍ବରୁ ଶେଷ ହୋଇଛି। ଶାସକ ଦଳ ଏନେଇ ବିଧିବଦ୍ଧ ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ଦୁଇ ଦିନ ତଳେ ଗୃହ ମୁଲତବୀ ପାଇଁ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଥିବା ବେଳେ ଆଜି ଏହା ସତ ପ୍ରମାଣିତ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ସତ୍ତ୍ୱେ […]

assembly

assembly

Jitendra Garnayak
  • Published: Thursday, 28 November 2019
  • Updated: 28 November 2019, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧିର ୧୭ଦିନ ପୂର୍ବରୁ ଶେଷ ହୋଇଛି। ଶାସକ ଦଳ ଏନେଇ ବିଧିବଦ୍ଧ ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ଦୁଇ ଦିନ ତଳେ ଗୃହ ମୁଲତବୀ ପାଇଁ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଥିବା ବେଳେ ଆଜି ଏହା ସତ ପ୍ରମାଣିତ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ସତ୍ତ୍ୱେ ଗୃହକୁ ଆଗୁଆ ବନ୍ଦ କରାଯିବାକୁ ବିଜେପି ବିରୋଧ କରିଛି।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଗୃହକୁ ଆଜି ମୁଲତବୀ କରାଯାଇଛି। ଏହି ଅବଧି ମଧ୍ୟରେ ଗୃହରେ ମୋଟ ୧୩ଟି କାର୍ଯ୍ୟଦିବସ ହୋଇଥିବାବେଳେ ଏଥିରେ ୧୨ଟି ସରକାରୀ କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନରେ ମୋଟ ୫ଟି ବିଲ୍ ଆଗତ ହୋଇ ଗୃହରେ ଅନୁମୋଦନ ଲାଭ କରିଥିବାବେଳେ ୧୬୩୬ଟି ଅଣତାରକା ପ୍ରଶ୍ନ ଓ ୨୨୬୧ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଛି। ଅଧିବେଶନରେ ମୋଟ ୧୩ଟି ମୁଲତବୀ ପ୍ରସ୍ତାବ ସ୍ୱୀକାର ହୋଇଥିବାବେଳେ ସେଥିରୁ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ୫ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ଅଧିବେଶନରେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା, ଧାନକିଣାରେ ଅବ୍ୟବସ୍ଥା, ଜଗତସିଂହପୁରରେ ଦଳିତ ଯୁବତୀଙ୍କ ଆତ୍ମହତ୍ୟା, ସରକାରୀ ଖର୍ଚ୍ଚରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯିବା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରିଥିଲା। ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବା ସହ କଳାପଟି ପିନ୍ଧି ଗୃହରେ ପ୍ରତିବାଦ କରିବାକୁ ପଛାଇନଥିଲେ।

ସୂଚନାଯୋଗ୍ୟ, ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ଥିଲା। ସେହିପରି ଗତ ବଜେଟ୍ ଅଧିବେଶନରେ ମଧ୍ୟ ଗୃହକୁ ଶାସକ ଦଳ ନିର୍ଦ୍ଧାରିତ ଅବଧିର ୫ଦିନ ପୂର୍ବରୁ ଆଗୁଆ ବନ୍ଦ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story