Advertisment

କଦଳୀ ପାଟୁକାରୁ ସାନିଟାରୀ ପ୍ୟାଡ୍: ୩ରୁ ୪ ବର୍ଷ କରି ହେବ ବ୍ୟବହାର

‘ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।’

author-image
Biswajit Samal
ଅଦ୍ୟତନ ହୋଇଛି
Sanitary pads

Sanitary pads

କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହେଉଛି ସାନିଟାରୀ ପ୍ୟାଡ୍। ତା’ପୁଣି ରିୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରି ହେବ ଏହି ପ୍ୟାଡ୍।

Advertisment

ସୌଖ୍ୟମ୍ ରି-ୟୁଜେବଲ ପ୍ୟାଡ୍ସ ଅଭିଯାନ ଅଧୀନରେ ଏହାକୁ ତିଆରି କରିଛି ମାତା ଅମୃତାନନ୍ଦମୟୀ ମଠ। ପ୍ୟାଡ୍ ଓମ୍ୟାନ୍ ଭାବେ ପରିଚିତ ତଥା ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି, ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।

ଅନ୍ୟ ସାଧାରଣ ଡିସପୋଜେବଲ ପ୍ୟାଡରେ ବ୍ୟବହାର ହେଉଥିବା ସେଲ୍ୟୁଲାର ଫାଇବର ପାଇଁ ପ୍ରତିବର୍ଷ ହଜାର ହଜାର ଗଛ ବଳି ପଡ଼ିଥାଏ। ଏମିତିକି ସେଗୁଡ଼ିକରେ କେମିକାଲ ବ୍ୟବହାର ହୁଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସାଧାରଣତଃ ପ୍ୟାଡ୍ ମାଟିରେ ମିଶିବାକୁ ଶହ ଶହ ବର୍ଷ ନେଇଥାଏ। କିନ୍ତୁ ସୌଖ୍ୟମ ପ୍ୟାଡ୍ସ କଦଳୀ ଗଛର ପାଟୁକା ତନ୍ତୁରୁ ପ୍ରସ୍ତୁତ କରାଯାଇଛି। ଏହା ଶରୀର ପ୍ରତି ଖରାପ ନୁହେଁ କି ଏହା ଯୋଗୁ ପରିବେଶ ନଷ୍ଟ ହେବାର ଆଶଙ୍କା ବି ନାହିଁ।

Advertisment

ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ କହିବା କଥା, ବାନାନା ଫାଇବର୍ ପିଲାଙ୍କ ଡାଇପର ଓ ଟି’ ଫିଲ୍ଟର ବ୍ୟାଗରେ ବ୍ୟବହାର ହୁଏ। ଏହା ଶରୀର ପାଇଁ ସ୍ୱାସ୍ଥ୍ୟକର।

ସାଧାରଣତଃ ଡିସପୋଜେବଲ ପ୍ୟାଡ୍ କିଣିବାକୁ ଜଣେ ମହିଳା ମାସକୁ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥା’ନ୍ତି। ଅର୍ଥାତ୍ ସାନିଟାରୀ ପ୍ୟାଡ୍ ପାଇଁ ଜୀବନକାଳ ଭିତରେ ଜଣେ ମହିଳାଙ୍କୁ ପାଖାପାଖି ୪୦-୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ ମାତ୍ର ୩୫୦ ଟଙ୍କାରେ ଉପଲବ୍ଧ କଦଳୀ ପାଟୁକାରେ ତିଆରି ହେଉଥିବା ସୌଖ୍ୟମ ରିୟୁଜେବଲ ସାନିଟାରୀ ପ୍ୟାଡ୍ ସେଟ୍‌କୁ ଜଣେ ୩ରୁ ୪ ବର୍ଷ ବ୍ୟବହାର କରିପାରିବ। ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସ ଏବେ ଓଡ଼ିଶାରେ ବି କଦଳୀ ପାଟୁକାରୁ ପ୍ୟାଡ୍ ତିଆରି ନିଷ୍ପତ୍ତି ନେଇଛି।

Sanitary Pads