ଆଇପିଏଲ ୮: ଆଜି ରାଜସ୍ଥାନକୁ ଭେଟିବ ପଞ୍ଜାବ

ଅହମଦାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ମୁହାଁମୁହିଁ ହେବେ ରାଜସ୍ଥାନ ରୋୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ଏଥିରେ ରାଜସ୍ଥାନର ପଲା ଭାରି ରହିବ। ଏଯାବତ ରାଜସ୍ଥାନ ୫ଟି ମ୍ୟାଚ୍ ଖେଳି ସବୁଗୁଡ଼ିକୁ ଜିତି ନେଇଛି ଓ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ସଂଘର୍ଷ କରୁଛି। ଦଳ ୪ଟି ମ୍ୟାଚ୍ ଖେଳିଛି ଓ ଜିତିଛି ମାତ୍ର ଗୋଟିଏ। ତେଣୁ ଦଳ ଆଜି ଜିତିବାକୁ ନିଶ୍ଚିତ ସଂଘର୍ଷ କରିବ। ରାଜସ୍ଥାନ ରୋୟାଲ୍ସ ଜିତିଥିବା […]

johnson

johnson

Rakesh Mallick
  • Published: Tuesday, 21 April 2015
  • Updated: 21 April 2015, 08:07 AM IST

ଅହମଦାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ମୁହାଁମୁହିଁ ହେବେ ରାଜସ୍ଥାନ ରୋୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ଏଥିରେ ରାଜସ୍ଥାନର ପଲା ଭାରି ରହିବ। ଏଯାବତ ରାଜସ୍ଥାନ ୫ଟି ମ୍ୟାଚ୍ ଖେଳି ସବୁଗୁଡ଼ିକୁ ଜିତି ନେଇଛି ଓ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ସଂଘର୍ଷ କରୁଛି। ଦଳ ୪ଟି ମ୍ୟାଚ୍ ଖେଳିଛି ଓ ଜିତିଛି ମାତ୍ର ଗୋଟିଏ। ତେଣୁ ଦଳ ଆଜି ଜିତିବାକୁ ନିଶ୍ଚିତ ସଂଘର୍ଷ କରିବ।

ରାଜସ୍ଥାନ ରୋୟାଲ୍ସ ଜିତିଥିବା ୫ଟି ମ୍ୟାଚରୁ ୪ଟିରେ ରନ୍ ଚେସ୍ କରି ଜିତିଛି । ଦଳ ଶେଷ ମ୍ୟାଚଟି ଖେଳିଥିଲା ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ୧୫୬ ରନ୍ କରିଥିଲା। ତେବେ ରାଜସ୍ଥାନର କେବଳ ଆଜିଙ୍କ୍ୟ ରାହାଣେ ଓ ସେନ୍ ୱାଟସନ୍ ମିଶି ୯୭ଟି ବଲରୁ ୧୪୪ ରନ୍ କରିଥିଲେ। ଅତି ସହଜରେ ଏହି ମ୍ୟାଚ ଜିତିଥିଲା ରାଜସ୍ଥାନ ଓ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପରାଜୟବରଣ କରିଥିଲା ଚେନ୍ନାଇ ସୁପର କିଙ୍ଗସ୍।

ଆଜିର ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କୁ ରୋକିବାକୁ ଚେଷ୍ଟା କରିବ କିଙ୍ଗସ୍ ଏକାଦଶ ପଞ୍ଜାବ ଏକାଦଶ । କାରଣ ଟୁର୍ଣ୍ଣାମେଣ୍ଟରେ ୫୭.୭୫ ହାରରେ ସେ ୨୩୧ ରନ୍ କରି ତାଲିକାର ଶୀର୍ଷରେ ରହିଛନ୍ତି। ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବର ବୋଲିଂ ଭଲ ରହିଆସିଛି। କିନ୍ତୁ ବ୍ୟାଟିଂରେ ଦଳ ପଛେଇ ଯାଇଛି। ଦଳର ଓପନର ବୀରେନ୍ଦ୍ର ସେହୱାଗ ଓ ମୂରଲୀ ବିଜୟୀ କମାଲ ଦେଖାଇ ପାରିନାହାନ୍ତି। ତେଣୁ ଆଜି ଦଳର ବୋଲରମାନେ ଆଜିଙ୍କ୍ୟ ରାହାଣେ ଓ ୱାଟ ସେନଙ୍କୁ ରୋକିବା ସହିତ ଏହାର ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos