ବିଦା ହେବେ ୱାକର ୟୁନିସ୍ ଓ ଆଫ୍ରିଦି!

କରାଚି: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ୱାକର ୟୁନିସ୍‌ଙ୍କୁ ବିଦା କରିବା ପାଇଁ ସୁପାରିଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା ନିଯୁକ୍ତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଏହା ସହିତ ପାକିସ୍ତାନ ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦରୁ ଶାହିଦ ଆଫ୍ରିଦିଙ୍କୁ ବାହାର କରିବାକୁ ବି ଏହି ଟିମ୍ ସୁପାରିଶ କରିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଆଫ୍ରିଦିଙ୍କୁ ଟି-ଟ୍ୱେଣ୍ଟି ଟିମ୍‌ରେ ଖେଳାଳି ଭାବେ ମଧ୍ୟ ନ ରଖିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଛି। […]

wakar

wakar

Rakesh Mallick
  • Published: Friday, 01 April 2016
  • Updated: 01 April 2016, 05:06 PM IST

Sports

Latest News

wakarକରାଚି: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ୱାକର ୟୁନିସ୍‌ଙ୍କୁ ବିଦା କରିବା ପାଇଁ ସୁପାରିଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା ନିଯୁକ୍ତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଏହା ସହିତ ପାକିସ୍ତାନ ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦରୁ ଶାହିଦ ଆଫ୍ରିଦିଙ୍କୁ ବାହାର କରିବାକୁ ବି ଏହି ଟିମ୍ ସୁପାରିଶ କରିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଆଫ୍ରିଦିଙ୍କୁ ଟି-ଟ୍ୱେଣ୍ଟି ଟିମ୍‌ରେ ଖେଳାଳି ଭାବେ ମଧ୍ୟ ନ ରଖିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଛି। ୱାକର ୟୁନିସ୍ ଓ ଆଫ୍ରିଦି ଟିମ୍‌କୁ ଏକାଠି କରିବାରେ ବିଫଳ ହୋଇଛି ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅନୁଭବ କରିଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ୱିକେଟ୍ କିପର ସରଫରାଜ୍ ଅହମଦଙ୍କୁ ପାକିସ୍ତାନ ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ କରିବାକୁ ପ୍ରସ୍ତାବ ଦେଇଛି।

ୱାକରଙ୍କ ସ୍ଥାନ ନେବାକୁ ପାକିସ୍ତାନର ପୂର୍ବତନ ଟେଷ୍ଟ୍ ଓପନର୍ ମୋହସିନ୍ ଖାନ୍ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ଶାହାରୟାର ଖାନଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ସେ ପାକିସ୍ତାନ ଟିମ୍‌ର କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌କୁ ଦଳ ଟି-ଟ୍ୱେଣ୍ଟିର ଦୟନୀତ ପ୍ରଦର୍ଶନ ଉପରେ ବି ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଚଳିତ ଟି-ଟ୍ୱେଣ୍ଟିର ସୁପରଟେନ୍ ପର୍ଯ୍ୟାୟରେ ପାକିସ୍ତାନ କେବଳ ବାଂଲାଦେଶକୁ ହରାଇଥିଲା। ବାକି ତିନୋଟି ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos